ଚାଉଳ କୋଟା ବୃଦ୍ଧି ପାଇଁ କେନ୍ଦ୍ରକୁ ଚିଠି

ଭୁବନେଶ୍ୱର: ରାଜ୍ୟରେ ଚାଉଳ କୋଟା ବୃଦ୍ଧି ପାଇଁ କେନ୍ଦ୍ର ମନ୍ତ୍ରୀ ରାମବିଳାଶ ପାଶ୍ୱାନଙ୍କୁ ଚିଠି ଲେଖିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର। ସେ ଚିଠିରେ ଉଲ୍ଲେଖ କରିଛନ୍ତି,“ବର୍ତ୍ତମାନ ରାଜ୍ୟକୁ ୨୦୧୧ ଜନଗଣନା ଅନୁସାରେ ଚାଉଳ ମିଳୁଛି। ହେଲେ ୨୦୧୧ ତୁଳନାରେ ୨୦୧୭ରେ ଯଥେଷ୍ଟ ଲୋକସଂଖ୍ୟା ବଢ଼ିଛି।  ୨୦୧୧ରେ ୪ କୋଟି ୧୯ ଲକ୍ଷ ଥିବା ବେଳେ ଏବେ ଏହା ବଢି ୪ କୋଟି ୩୬ ଲକ୍ଷରେ ପହଞ୍ଚିଛି। ତେଣୁ ଆଉ ଅଧିକ ୧୫ ଲକ୍ଷ […]

surya

Rakesh Mallick
  • Published: Thursday, 01 June 2017
  • , Updated: 01 June 2017, 05:41 PM IST

ଭୁବନେଶ୍ୱର: ରାଜ୍ୟରେ ଚାଉଳ କୋଟା ବୃଦ୍ଧି ପାଇଁ କେନ୍ଦ୍ର ମନ୍ତ୍ରୀ ରାମବିଳାଶ ପାଶ୍ୱାନଙ୍କୁ ଚିଠି ଲେଖିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର। ସେ ଚିଠିରେ ଉଲ୍ଲେଖ କରିଛନ୍ତି,“ବର୍ତ୍ତମାନ ରାଜ୍ୟକୁ ୨୦୧୧ ଜନଗଣନା ଅନୁସାରେ ଚାଉଳ ମିଳୁଛି। ହେଲେ ୨୦୧୧ ତୁଳନାରେ ୨୦୧୭ରେ ଯଥେଷ୍ଟ ଲୋକସଂଖ୍ୟା ବଢ଼ିଛି।  ୨୦୧୧ରେ ୪ କୋଟି ୧୯ ଲକ୍ଷ ଥିବା ବେଳେ ଏବେ ଏହା ବଢି ୪ କୋଟି ୩୬ ଲକ୍ଷରେ ପହଞ୍ଚିଛି। ତେଣୁ ଆଉ ଅଧିକ ୧୫ ଲକ୍ଷ ଲୋକଙ୍କ ପାଇଁ ଚାଉଳ କୋଟା ବୃଦ୍ଧି କରାଯାଉ।”

Related story