ଫେଲ୍ ମାରିଲା ‘ବିକାଶ ମଡେଲ’, ଲୋକ କଲେ ପ୍ରତ୍ୟାଖ୍ୟାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନରେ ବିଜେଡି ସର୍ବାଧିକ ଲୋକପ୍ରିୟ ଦଳ ଭାବେ ପ୍ରାୟ ୫୩ ପ୍ରତିଶତ ଜନାଦେଶ ସହ ଜିଲ୍ଲା ପରିଷଦ ଆସନର ୯୦% ମଧ୍ୟ ଦଖଲ କରିଛି । ପଞ୍ଚାୟତ ନିର୍ବାଚନରେ ବିଜେଡିର ବିଜୟ ସୁନାମିରେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ସମ୍ପୂର୍ଣ୍ଣ ଧରାଶାୟୀ ହୋଇଛନ୍ତି। କିନ୍ତୁ ଆନ୍ଧ୍ରପ୍ରଦେଶ ସହ ସୀମାବର୍ତ୍ତୀ ‘କୋଟିଆ’ ଗ୍ରାମପୁଞ୍ଜ ଓ ଜଗତସିଂହପୁର ଜିଲ୍ଲାର ଏରସମାରେ ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ପ୍ରକଳ୍ପ ଅଞ୍ଚଳର ଜନାଦେଶ ବିଜେଡି ସମେତ ଅନ୍ୟ ରାଜନୀତିକ ଦଳଗୁଡ଼ିକ […]

Kotia

Kotia

Ordigital Desk
  • Published: Tuesday, 01 March 2022
  • Updated: 01 March 2022, 08:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନରେ ବିଜେଡି ସର୍ବାଧିକ ଲୋକପ୍ରିୟ ଦଳ ଭାବେ ପ୍ରାୟ ୫୩ ପ୍ରତିଶତ ଜନାଦେଶ ସହ ଜିଲ୍ଲା ପରିଷଦ ଆସନର ୯୦% ମଧ୍ୟ ଦଖଲ କରିଛି । ପଞ୍ଚାୟତ ନିର୍ବାଚନରେ ବିଜେଡିର ବିଜୟ ସୁନାମିରେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ସମ୍ପୂର୍ଣ୍ଣ ଧରାଶାୟୀ ହୋଇଛନ୍ତି। କିନ୍ତୁ ଆନ୍ଧ୍ରପ୍ରଦେଶ ସହ ସୀମାବର୍ତ୍ତୀ ‘କୋଟିଆ’ ଗ୍ରାମପୁଞ୍ଜ ଓ ଜଗତସିଂହପୁର ଜିଲ୍ଲାର ଏରସମାରେ ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ପ୍ରକଳ୍ପ ଅଞ୍ଚଳର ଜନାଦେଶ ବିଜେଡି ସମେତ ଅନ୍ୟ ରାଜନୀତିକ ଦଳଗୁଡ଼ିକ ପାଇଁ ସତର୍କ ଘଣ୍ଟି ହୋଇଛି। ନିର୍ବାଚନ ଜିତିବା ପାଇଁ ଶାସକ ବିଜେଡିର ରଣକୌଶଳ ଅନ୍ୟ ବିରୋଧୀ ଦଳ ତୁଳନାରେ ବେଶ୍ ସଫଳ ହୋଇଛି, ମାତ୍ର ୨୨ବର୍ଷ ଧରି ଶାସନରେ ଥିବା ବିଜେଡିର ‘ବିକାଶ ମଡେଲ’କୁ ସ୍ଥାନୀୟ ଲୋକେ ପ୍ରତ୍ୟାଖ୍ୟାତ କରିଛନ୍ତି। ଯାହା ପଞ୍ଚାୟତ ନିର୍ବାଚନ ଫଳାଫଳରୁ ଜଣାପଡ଼ୁଛି।

କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକର କୋଟିଆ ଅଞ୍ଚଳରେ ଦୀର୍ଘବର୍ଷ ଧରି ଆନ୍ଧ୍ରପ୍ରଦେଶର ଦାଦାଗିରି ଯୋଗୁ ସେହି ଅଂଚଳର ଜିଲ୍ଲା ପରିଷଦ ନିର୍ବାଚନ ଫଳାଫଳ ସମଗ୍ର ରାଜ୍ୟ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି । ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ ପଂଚାୟତ ନିର୍ବାଚନରେ କୌଣସି ଜିଲ୍ଲା ପରିଷଦ ଆସନ ପାଇଁ ଶାସକ ଓ ବିରୋଧୀ ମିଳିତ ଭାବେ ପ୍ରାର୍ଥୀ ଦେଇଥିଲେ । ବିଜେଡି, ବିଜେପି ଓ କଂଗ୍ରେସ ମିଳିତ ଭାବେ ନିଜର ସର୍ବଦଳୀୟ ପ୍ରାର୍ଥୀକୁ ଜିତାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସ୍ୱାଧୀନ ପ୍ରାର୍ଥୀ ଟିକେଇ ଗେମେଲ ୩୭୧୦ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ବିବାଦୀୟ କୋଟିଆ ଅଂଚଳରେ ସର୍ବଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ସିଧାସଳଖ ଆନ୍ଧ୍ର ସରକାରଙ୍କୁ କଡ଼ା ସନ୍ଦେଶ ଦେବା ପରିବର୍ତ୍ତେ ଏହି ୩ ପ୍ରମୁଖ ରାଜନୀତିକ ଦଳ ପରୋକ୍ଷରେ ଆନ୍ଧ୍ରର ଚକ୍ରବ୍ୟୁହରେ ଚିତପଟାଙ୍ଗ ମାରିଛନ୍ତି । ସ୍ୱାଧୀନ ପ୍ରାର୍ଥୀ ଟିକେଇ ଗେମେଲ ୧୦୩୫୪ଖଣ୍ଡ ଭୋଟ୍ ପାଇବାରେ ସକ୍ଷମ ହୋଇଛନ୍ତି । ତେବେ ଓଡ଼ିଶାର ଶାସକ ଓ ବିରୋଧୀ ହାତ ମିଳାଇବା ସତ୍ତ୍ୱେ କିଭଳି ଜଣେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହେଲେ ତଥା କାହିଁକି ସର୍ବଦଳୀୟ ପ୍ରାର୍ଥୀଙ୍କୁ କୋଟିଆବାସୀ ପ୍ରତ୍ୟାଖ୍ୟାନ କଲେ ତାହା ନିଶ୍ଚିତ ଭାବେ ରାଜ୍ୟବାସୀଙ୍କ ପାଇଁ ଉଦବେଗର ବିଷୟ ।

ସେହିପରି ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକର ବିବାଦୀୟ ପୋସ୍କୋ ପ୍ରକଳ୍ପ ଅଂଚଳରେ ଏବେ ଜେଏସଡବ୍ଲ୍ୟୁ ନିଜର ମେଗା ଇସ୍ପାତ ପ୍ରକଳ୍ପ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଧାନ, ପାନ ଓ ମୀନ ଉପରେ ନିର୍ଭରଶୀଳ ଏହି ଅଂଚଳ ଲୋକଙ୍କୁ ସ୍ଥାନୀୟ ପ୍ରଶାସନ ବଳପ୍ରୟୋଗ କରି ସେମାନଙ୍କ ଜୀବନଜୀବିକା ଉପରେ ପ୍ରହାର କରିଛି । ସେଠାରେ ସରକାରଙ୍କ ଶିଳ୍ପାୟନ ବା ବିକାଶର ମଡେଲକୁ ସ୍ଥାନୀୟ ଲୋକେ ପ୍ରତ୍ୟାଖ୍ୟାନ କରିଥିବା ପଞ୍ଚାୟତ ନିର୍ବାଚନର ଫଳାଫଳରୁ ସ୍ପଷ୍ଟ ହୋଇଛି । ବିଜେଡିର ଗଡ଼ ଜଗତସିଂହପୁର ଜିଲ୍ଲାରେ ମୋଟ ୨୬ଟି ଜିଲ୍ଲା ପରିଷଦ ଆସନ ଥିବାବେଳେ ଦଳ ସେଠାରେ ୨୫ଟି ଆସନରେ ବିଜୟୀ ହୋଇଛି । ଯେଉଁ ଗୋଟିଏ ଆସନରେ ପରାଜିତ ହୋଇଛି ତାହା ଜେଏସଡବ୍ଲ୍ୟୁ ପ୍ରକଳ୍ପ ଅଂଚଳ ଭିତରେ ରହିଛି । ସ୍ଥାନୀୟ ଲୋକେ ବିଜେଡି ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସର ପିନାକୀ ନାରାୟଣ ଦାସଙ୍କୁ ୨୧୧୦ଟି ଅଧିକ ଭୋଟ୍ ଦେଇ ବିଜୟୀ କରାଇଛନ୍ତି । ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ନିର୍ବାଚନ ମଣ୍ଡଳୀର ଏହି ଆସନଟି କଂଗ୍ରେସକୁ ଯିବା ‘ସରକାରଙ୍କ ବିକାଶ ମଡେଲ’ ଉପରେ ପ୍ରଶ୍ନବାଚୀ ହୋଇଛି ।

ରାଜନୀତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ, ବିବାଦୀୟ କୋଟିଆ ଅଂଚଳରେ ସର୍ବଦଳୀୟ ପ୍ରାର୍ଥୀ ବିଜୟୀ ହୋଇଥିଲେ ଆନ୍ଧ୍ର ସରକାରଙ୍କୁ ଏକ କଡ଼ା ସନ୍ଦେଶ ଯାଇଥାନ୍ତା । ସେଠାରେ ପ୍ରଚାରକୁ ଜୋରଦାର କରି ଭୋଟରଙ୍କୁ ନିଜ ସପକ୍ଷକୁ ଆଣି ସର୍ବଦଳୀୟ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ କରାଇବା ଦାୟିତ୍ୱ ଯଦିଓ ବିଜେଡି, ବିଜେପି ଓ କଂଗ୍ରେସର । ମାତ୍ର ଶାସକ ବିଜେଡି ଏଥିପାଇଁ ଆଗକୁ ଆସି ଗୁରୁ ଦାୟିତ୍ୱ ନେବା ଉଚିତ୍ ଥିଲା। ଆଂଚଳିକ ଦଳ ଭାବେ ରାଜ୍ୟର ସ୍ୱାର୍ଥ କଥା କହି ବିଜେଡି ଦୀର୍ଘ ୨୨ବର୍ଷ ଧରି କ୍ଷମତାରେ ରହିଛି । ବିଜେଡି ସରକାରଙ୍କର ତ୍ରୁଟିପୂର୍ଣ୍ଣ ବିକାଶ ମଡେଲ ପାଇଁ ସୀମାବର୍ତ୍ତୀ କୋଟିଆର ଲୋକେ ଏପର୍ଯ୍ୟନ୍ତ ‘ଆନ୍ଧ୍ର’ ପ୍ରେମ ଛାଡ଼ିପାରୁନାହାନ୍ତି । ତେଣୁ ସର୍ବଦଳୀୟ ପ୍ରାର୍ଥୀ ପରାଜିତ ହେବା ନିଶ୍ଚିତ ଭାବେ ରାଜ୍ୟ ପାଇଁ ଚିନ୍ତାର ବିଷୟ ।

ସେହିପରି ଜେଏସଡବ୍ଲ୍ୟୁ ପ୍ରକଳ୍ପ ଅଂଚଳରେ ବିଜେଡି ପ୍ରାର୍ଥୀ ପରାଜିତ ହେବା ମଧ୍ୟ ଶାସକ ଦଳ ପାଇଁ ଶକ୍ତ ଧକ୍କା । ବିଜେଡି ସେଠାରେ ତାମିଲ ପ୍ରଧାନଙ୍କ ଭଳି ଜଣେ ଦକ୍ଷ ପ୍ରାର୍ଥୀ ଦେଇଥିଲେ ମଧ୍ୟ ପ୍ରକଳ୍ପ ପାଇଁ ସ୍ଥାନୀୟ ପ୍ରଶାସନର ଜୁଲୁମର ଜବାବ ଲୋକେ ବାଲାଟରେ ଦେଇଛନ୍ତି । ତେଣୁ ଶାସକ ବିଜେଡି ପଂଚାୟତ ନିର୍ବାଚନର ଫଳାଫଳରେ ଆତ୍ମବିଭୋର ନହୋଇ ଏହି ଦୁଇଟି ଜିଲ୍ଲା ପରିଷଦ ଜୋନର ପ୍ରତିକୂଳ ଜନାଦେଶର କାରଣକୁ ସମୀକ୍ଷା କରିବାର ବେଳ ଆସିଛି ବୋଲି ସାଧାରଣରେ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story