ବିଦେଶ ଫେରନ୍ତାଙ୍କୁ ୪୮ ଘଣ୍ଟା ମହଲତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସନ୍ଦିଗ୍ଧ ଚିହ୍ନଟ ପାଇଁ ପଦକ୍ଷେପ ନେଲେ ରାଜ୍ୟ ସରକାର। ବିଦେଶ ଫେରନ୍ତାଙ୍କ ପାଇଁ ୪୮ ଘଣ୍ଟା ସମୟ ଦେଲେ ସରକାର। ଏନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ପ୍ରେସମିଟରେ ସୂଚନା ଦେଇଛନ୍ତି। ବିଦେଶ ଫେରନ୍ତାଙ୍କ ରେଜିଷ୍ଟ୍ରେସନ ପାଇଁ ପୋର୍ଟାଲ ବ୍ୟବସ୍ଥା ହୋଇଛି। ବିଦେଶରୁ ଆସିଥିବା ବା ଆସିବାକୁ ଥିବା ବ୍ୟକ୍ତି ରେଜିଷ୍ଟ୍ରେସନ କରିବେ। ସମ୍ପୃକ୍ତ ବ୍ୟକ୍ତି ଆସିବାକୁ ୨୪ ଘଣ୍ଟା ବା ଆସିବାର ୨୪ ଘଣ୍ଟା ମଧ୍ୟରେ ରେଜିଷ୍ଟ୍ରେସନ କରିବା ଜରୁରୀ। […]

yiop

Tapas Behera
  • Published: Monday, 16 March 2020
  • , Updated: 16 March 2020, 06:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସନ୍ଦିଗ୍ଧ ଚିହ୍ନଟ ପାଇଁ ପଦକ୍ଷେପ ନେଲେ ରାଜ୍ୟ ସରକାର। ବିଦେଶ ଫେରନ୍ତାଙ୍କ ପାଇଁ ୪୮ ଘଣ୍ଟା ସମୟ ଦେଲେ ସରକାର। ଏନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ପ୍ରେସମିଟରେ ସୂଚନା ଦେଇଛନ୍ତି। ବିଦେଶ ଫେରନ୍ତାଙ୍କ ରେଜିଷ୍ଟ୍ରେସନ ପାଇଁ ପୋର୍ଟାଲ ବ୍ୟବସ୍ଥା ହୋଇଛି। ବିଦେଶରୁ ଆସିଥିବା ବା ଆସିବାକୁ ଥିବା ବ୍ୟକ୍ତି ରେଜିଷ୍ଟ୍ରେସନ କରିବେ।

ସମ୍ପୃକ୍ତ ବ୍ୟକ୍ତି ଆସିବାକୁ ୨୪ ଘଣ୍ଟା ବା ଆସିବାର ୨୪ ଘଣ୍ଟା ମଧ୍ୟରେ ରେଜିଷ୍ଟ୍ରେସନ କରିବା ଜରୁରୀ। ମାର୍ଚ୍ଚ ୪ ପରେ ଆସିଥିବା ଲୋକଙ୍କ ପାଇଁ ୪୮ ଘଣ୍ଟା ମହଲତ ଦିଆଯାଇଛି। ୪୮ ଘଣ୍ଟା ମଧ୍ୟରେ ସେମାନେ ରେଜିଷ୍ଟ୍ରେସନ କରିବା ଜରୁରୀ।

ଆସନ୍ତାକାଲି ସକାଳ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ କରିପାରିବେ। ସେମାନେ ନିଜ ତଥ୍ୟ ଦେଲେ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରାଯିବ। ନିଜ ଘରେ ବା ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ହେବ। ରେଜିଷ୍ଟ୍ରେସନ ନକରି ନିଜ ତଥ୍ୟ ନଦେଲେ କାର୍ଯ୍ୟାନୁଷ୍ଠାନ ହେବ। ଫୌଜଦାରୀ ମାମଲା କରାଯାଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

Related story