୪୯ ଜଣ ବିଧାୟକଙ୍କ ନାଁରେ ରହିଛି ସଙ୍ଗିନ୍‌ ଅପରାଧ ମାମଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି ରେକର୍ଡ ସଂଖ୍ୟକ ଦାଗୀ ବିଧାୟକ। ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନ ତୁଳନାରେ ଅଧିକ ସଂଖ୍ୟକ ଦାଗୀ ନେତା ଓ କୋଟିପତି ଏଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ମୋଟ ୧୪୬ଜଣ ବିଧାୟକଙ୍କ ମଧ୍ୟରୁ ୬୭ଜଣଙ୍କ ନାଁରେ ଅପରାଧିକ ମାମଲା ଥିବାବେଳେ ୪୯ଜଣଙ୍କ ନାଁରେ ସଙ୍ଗିନ୍‌ ଅପରାଧ ମାମଲା ଅଛି। ସେହିପରି ୯୫ଜଣ ବିଧାୟକ କୋଟିପତି ହୋଇଥିବାବେଳେ ବିଧାୟକମାନଙ୍କ ହାରାହାରି ସମ୍ପତ୍ତିର ପରିମାଣ ୪.୪୧ କୋଟି ଟଙ୍କା ବୋଲି […]

mla

mla

Jitendra Garnayak
  • Published: Saturday, 24 August 2019
  • Updated: 24 August 2019, 11:28 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି ରେକର୍ଡ ସଂଖ୍ୟକ ଦାଗୀ ବିଧାୟକ। ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନ ତୁଳନାରେ ଅଧିକ ସଂଖ୍ୟକ ଦାଗୀ ନେତା ଓ କୋଟିପତି ଏଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ମୋଟ ୧୪୬ଜଣ ବିଧାୟକଙ୍କ ମଧ୍ୟରୁ ୬୭ଜଣଙ୍କ ନାଁରେ ଅପରାଧିକ ମାମଲା ଥିବାବେଳେ ୪୯ଜଣଙ୍କ ନାଁରେ ସଙ୍ଗିନ୍‌ ଅପରାଧ ମାମଲା ଅଛି। ସେହିପରି ୯୫ଜଣ ବିଧାୟକ କୋଟିପତି ହୋଇଥିବାବେଳେ ବିଧାୟକମାନଙ୍କ ହାରାହାରି ସମ୍ପତ୍ତିର ପରିମାଣ ୪.୪୧ କୋଟି ଟଙ୍କା ବୋଲି ଜଣାପଡ଼ିଛି।

ଆସୋସିଏସନ୍ ଫର ଡେମୋକ୍ରାଟିକ୍ ଆସୋସିଏସନ୍ (ଏଡିଆର) ରିପୋର୍ଟ ଅନୁସାରେ ୨୦୦୯ରେ ଓଡ଼ିଶା ବିଧାନସଭାର ମୋଟ ବିଧାୟକଙ୍କ ମଧ୍ୟରୁ ମାତ୍ର ୨୧ ପ୍ରତିଶତଙ୍କ ନାଁରେ ସଙ୍ଗିନ୍‌ ଅପରାଧ ମାମଲା ରହିଥିବାବେଳେ ୨୦୧୪ରେ ଏହା ୨୮% ଓ ୨୦୧୯ରେ ଏହା ୩୪%କୁ ବୃଦ୍ଧି ପାଇଛି। ବିଧାୟକମାନଙ୍କ ବିରୁଦ୍ଧରେ ହତ୍ୟା ଓ ଅପହରଣ ଭଳି ସଙ୍ଗିନ୍‌ ଅପରାଧ ମାମଲା ମଧ୍ୟ ରହିଛି।

ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ବିରୁଦ୍ଧରେ ସର୍ବାଧିକ ୫୧ଟି ମାମଲା ରହିଛି। ସେହିପରି ବିଜେଡିର ୧୧୨ଜଣ ବିଧାୟକଙ୍କ ମଧ୍ୟରୁ ୩୩ଜଣଙ୍କ ନାଁରେ ସଙ୍ଗିନ୍‌ ମାମଲା ଥିବାବେଳେ ବିଜେପିର ୨୩ଜଣଙ୍କ ମଧ୍ୟରୁ ୧୦ଜଣଙ୍କ ନାଁରେ ଓ କଂଗ୍ରେସର ୯ଜଣଙ୍କ ମଧ୍ୟରୁ ୫ଜଣଙ୍କ ନାଁରେ ସଙ୍ଗିନ୍‌ ଅପରାଧ ମାମଲା ରହିଛି। ତେବେ ବିଜେଡିର ୪୬ଜଣ, ବିଜେପିର ୧୪ ଓ କଂଗ୍ରେସର ୬ଜଣ ବିଧାୟକ ନିଜ ନାଁରେ ଅପରାଧ ମାମଲା ରହିଥିବା ସତ୍ୟପାଠରେ ଦର୍ଶାଇଛନ୍ତି।

ସେହିପରି ୨୦୦୯ ମସିହାରେ ମାତ୍ର ୨୨ ପ୍ରତିଶତ ବିଧାୟକ କୋଟିପତି ଥିବାବେଳେ ୨୦୧୪ରେ ୫୨ ପ୍ରତିଶତ ଓ ୨୦୧୯ରେ କୋଟିପତି ବିଧାୟକଙ୍କ ସଂଖ୍ୟା ୬୫ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୦୯ ବିଧାନସଭାରେ ୩୩ଜଣ, ୨୦୧୪ରେ ୭୬ଜଣ ଓ ୨୦୧୯ ବିଧାନସଭାରେ ୯୫ଜଣ କୋଟିପତି ବିଧାୟକ ନିର୍ବାଚିତ ହୋଇଛନ୍ତି। ସେହିପରି ବିଜେଡିର ୧୧୨ଜଣ ବିଧାୟକଙ୍କ ମଧ୍ୟରୁ ୭୯ଜଣ(୭୧%) କୋଟିପତି ହୋଇଥିବାବେଳେ ବିଜେପିର ୯ଜଣ(୩୯%) ଓ କଂଗ୍ରେସର ୭ଜଣ(୭୮%) ବିଧାୟକ କୋଟିପତି ଅଛନ୍ତି। ମୋଟ ୬୫ଜଣ ବିଧାୟକଙ୍କ ସମ୍ପତ୍ତି ୨କୋଟି ଟଙ୍କାରୁ ଅଧିକ।

ଏଥର ମୋଟ ୧୪୬ଜଣ ବିଧାୟକଙ୍କ ମଧ୍ୟରୁ ୪୩ଜଣଙ୍କ ଶିକ୍ଷାଗତ ଯୋଗ୍ୟ ପଞ୍ଚମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ହୋଇଥିବା ବେଳେ ୧୦୧ଜଣଙ୍କର ଗ୍ରାଜୁଏଟ ଅବା ତଦୁର୍ଦ୍ଧ୍ୱ। ଅନ୍ୟ ଦୁଇଜଣ ଡିପ୍ଲୋମା ପାସ୍ କରିଥିବା ଦର୍ଶାଇଛନ୍ତି। ପଞ୍ଚମ ଶ୍ରେଣୀ ୨ଜଣ ପାସ୍ କରିଥିବାବେଳେ ଅଷ୍ଟମ ଶ୍ରେଣୀ ୬ଜଣ ବିଧାୟକ ପାସ୍ କରିଛନ୍ତି। ଦଶମ ଶ୍ରେଣୀ ୧୩ଜଣ ପାସ୍ କରିଛନ୍ତି। ସେହିପରି ବିଧାନସଭାରେ ୨୫ରୁ ୩୦ବର୍ଷ ମଧ୍ୟରେ ମାତ୍ର ୨ଜଣ ବିଧାୟକ ଥିବାବେଳେ ୩୧ରୁ ୪୦ବର୍ଷ ବୟସ ମଧ୍ୟରେ ୧୩ଜଣ ଓ ୪୧ରୁ ୭୦ବର୍ଷ ମଧ୍ୟରେ ୧୨୩ଜଣ(୮୪%) ବିଧାୟକ ଏବଂ ୭୧ରୁ ୮୦ବର୍ଷ ମଧ୍ୟରେ ୮ଜଣ ବିଧାୟକ ଅଛନ୍ତି।

ବିଧାନସଭାରେ ବିଜେଡିର ସୌଭିକ ବିଶ୍ୱାଳ(୨୭ବର୍ଷ) ସର୍ବକନିଷ୍ଠ ବିଧାୟକ ହୋଇଥିବାବେଳେ ନରସିଂହ ମିଶ୍ର ଓ ଅନନ୍ତ ଦାସ ସବୁଠୁ ବରିଷ୍ଠ ବିଧାୟକ। ଏହି ଦୁଇଜଣ ବିଧାୟକଙ୍କ ବୟସ ୭୮ବର୍ଷ ବୋଲି ଦର୍ଶାଇଛନ୍ତି। ୨୦୧୪ ବିଧାନସଭାରେ ୧୪୭ରୁ ୧୧ଜଣ ମହିଳା ବିଧାୟକ ଥିବାବେଳେ ୨୦୧୯ରେ ୧୪୬ଜଣଙ୍କ ମଧ୍ୟରୁ ୧୩ଜଣ ମହିଳା ବିଧାୟକ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story