ଆହାର କେନ୍ଦ୍ରରେ ଖାଇଲେ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ସରକାରୀ ସ୍କୁଲ, ସେବାଶ୍ରମ, ଅନାଥ ଆଶ୍ରମ, ଆହାର କେନ୍ଦ୍ର ଓ ହସ୍ପିଟାଲରେ ଦିଆଯାଉଥିବା ଖାଦ୍ୟର ମାନ ଯାଞ୍ଚ କାରିବା ପାଇଁ ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ମନ୍ତ୍ରୀ ଏବଂ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଆକ୍ସନ ମୁଡ୍‌ରେ ଆସିଛନ୍ତି ମନ୍ତ୍ରୀ ଓ ସଚିବ। ଗତକାଲି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ରାୟଗଡ଼ା ଗସ୍ତରେ ଯାଇ ବିଭିନ୍ନ ସରକାରୀ ସ୍କୁଲରେ ସମୀକ୍ଷା କରିବା ସହିତ ଏକଲବ୍ୟ ମଡେଲ୍‌ ସ୍କୁଲରେ ଖାଇଥିଲେ। ଆଜି ସ୍ୱାସ୍ଥ୍ୟ […]

odisha-health-secritary-test-aahar-meal-in-bolangir

Manoranjan Sial
  • Published: Thursday, 24 October 2019
  • , Updated: 24 October 2019, 04:09 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ସରକାରୀ ସ୍କୁଲ, ସେବାଶ୍ରମ, ଅନାଥ ଆଶ୍ରମ, ଆହାର କେନ୍ଦ୍ର ଓ ହସ୍ପିଟାଲରେ ଦିଆଯାଉଥିବା ଖାଦ୍ୟର ମାନ ଯାଞ୍ଚ କାରିବା ପାଇଁ ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ମନ୍ତ୍ରୀ ଏବଂ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଆକ୍ସନ ମୁଡ୍‌ରେ ଆସିଛନ୍ତି ମନ୍ତ୍ରୀ ଓ ସଚିବ। ଗତକାଲି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ରାୟଗଡ଼ା ଗସ୍ତରେ ଯାଇ ବିଭିନ୍ନ ସରକାରୀ ସ୍କୁଲରେ ସମୀକ୍ଷା କରିବା ସହିତ ଏକଲବ୍ୟ ମଡେଲ୍‌ ସ୍କୁଲରେ ଖାଇଥିଲେ। ଆଜି ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା ବଲାଙ୍ଗିର ଜିଲ୍ଲା ଗସ୍ତରେ ଯାଇ ଏକ ଆହାର କେନ୍ଦ୍ରରେ ଖାଇଥିବା ଦେଖିବାକୁ ମିଳିଛି।

ଆଜି ବଲାଙ୍ଗିର ଜିଲ୍ଲା ଗସ୍ତ ସମୟରେ ଯାଇଥିଲେ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା। ସେ ତୁଷୁରା ହସ୍ପିଟାଲ ଯାଇ ‘ଆହାର’ କେନ୍ଦ୍ରରେ ଖାଇ ଥିଲେ। ସାଧାରଣ ଲୋକଙ୍କ ସହ ବସି ସ୍ୱାସ୍ଥ୍ୟ ସଚିବ ଡାଇନିଂ ଟେବୁଲ୍‌ରେ ଖାଇଥିଲେ। ତାଙ୍କ ସହିତ ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ପିଡି ଡିଆର୍‌ଡିଏ ମହେଶ୍ୱର ସ୍ୱାଇଁ, ସିଡିଏମ୍‌ଓ ଦଇତାରୀ ସାହୁ ଓ ଅନ୍ୟ ଅଧିକାରୀମାନେ ‘ଆହାର’ କେନ୍ଦ୍ରରେ ଭୋଜନ କରିଥିଲେ। ପରେ ସ୍ୱାସ୍ଥ୍ୟ ସଚିବ ଶ୍ରୀ ମେହେର୍ଦ୍ଦା ବଲାଙ୍ଗିର ଜିଲ୍ଲାର ଦେଓଗାଁ, ଗୁଡଭେଲା ବ୍ଲକ ତଥା ତୁଷୁରା ଏନ୍‌ଏସିର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ। ଏହି ସମୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କିଭଳି ଭାବେ କାର୍ଯ୍ୟକାରୀ ହେଉଛି ସେ ସମ୍ପର୍କରେ ଟିକିନିଖି ଆଲୋଚନା କରିଥିଲେ।

Related story