ପ୍ରବାସୀ ଶ୍ରମିକଙ୍କୁ ସୀମାରେ ଅଟକାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ(ଓଡ଼ିଶା ରିପୋର୍ଟର୍‌): ଲକ୍‌ ଡାଉନ୍‌ ବେଳେ ରାଜ୍ୟ ବାହାରୁ ଆସୁଥିବା ଶ୍ରମିକମାନଙ୍କୁ ସୀମାରେ ଅଟକାଇବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ରେଜିଷ୍ଟ୍ରି  ନିଜ ତରଫରୁ ରୁଜୁ କରିଥିବା ଏକ ଜନସ୍ୱାର୍ଥମାମଲାର ଶୁଣାଣି କରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା ଓ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ଦେଇଥିବା ନିର୍ଦ୍ଦେଶରେ କହିଛନ୍ତି ଯେ ସମଗ୍ର ଦେଶରେ ଲକଡାଉନ୍ ଚାଲିଥିବା ବେଳେ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ପ୍ରବାସୀ ଶ୍ରମିକମାନଙ୍କ […]

uiop

Tapas Behera
  • Published: Sunday, 29 March 2020
  • , Updated: 29 March 2020, 04:37 PM IST

କଟକ(ଓଡ଼ିଶା ରିପୋର୍ଟର୍‌): ଲକ୍‌ ଡାଉନ୍‌ ବେଳେ ରାଜ୍ୟ ବାହାରୁ ଆସୁଥିବା ଶ୍ରମିକମାନଙ୍କୁ ସୀମାରେ ଅଟକାଇବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ରେଜିଷ୍ଟ୍ରି  ନିଜ ତରଫରୁ ରୁଜୁ କରିଥିବା ଏକ ଜନସ୍ୱାର୍ଥମାମଲାର ଶୁଣାଣି କରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା ଓ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ଦେଇଥିବା ନିର୍ଦ୍ଦେଶରେ କହିଛନ୍ତି ଯେ ସମଗ୍ର ଦେଶରେ ଲକଡାଉନ୍ ଚାଲିଥିବା ବେଳେ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ପ୍ରବାସୀ ଶ୍ରମିକମାନଙ୍କ ସ୍ଥାନାନ୍ତରଣ ଉଚିତ ନୁହେଁ ଓ ଏହା ଗୁରୁତର ସଂକଟ ସୃଷ୍ଟି କରିବ। ତେଣୁ ସେମାନଙ୍କୁ ସୀମାରେ ଅଟକାଇବା ସହ ସେହିଠାରେ ହିଁ ସେମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଓ ପୁଲିସ ଏସପିଙ୍କୁ ନିର୍ଦେଶ ଦେବା ସହ ରାଜ୍ୟକୁ ପ୍ରବେଶ କରୁଥିବା ଶ୍ରମଜୀବୀଙ୍କର ଅସ୍ଥାୟୀ ରହଣିସ୍ଥଳରେ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ମଧ୍ୟ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି ।

ଖଣ୍ଡପୀଠ କହିଛନ୍ତି ଯେ ପଡ଼ୋଶୀ ରାଜ୍ୟ ତଥା ପଡ଼ୋଶୀ ଜିଲ୍ଲାରୁ ଶ୍ରମଜୀବୀ ଓ ସେମାନଙ୍କ ପରିବାରର ସ୍ଥାନାନ୍ତରଣ ଯୋଗୁଁ ସାଙ୍ଘାତିକ ସମସ୍ୟା ସୃଷ୍ଟି ହେବ । ସମ୍ପୃକ୍ତ ଶ୍ରମଜୀବୀମାନଙ୍କ ମଧ୍ୟରୁ କେହି କରୋନା ଭାଇରସ୍ ଆକ୍ରାନ୍ତ କି, ନୁହେଁ ଯାଞ୍ଚ କରିବାର କୌଣସି ବ୍ୟବସ୍ଥା ନଥିବାବେଳେ ଏତେ ସଂଖ୍ୟକ ଲୋକଙ୍କ ସ୍ଥାନାନ୍ତରଣ କରୋନା ଭାଇରସ୍ ବିସ୍ତାରରେ ସହାୟକ ହୋଇପାରେ । ହଜାର ହଜାର ସ୍ଥାନରେ ଥିବା ଏତେ ସଂଖ୍ୟକ ଲୋକଙ୍କ କଥା ବୁଝିବା ସହଜ ନୁହେଁ । ସେମାନଙ୍କ ସ୍ଥାନାନ୍ତରଣ ନିମନ୍ତେ ଯାନବାହନ ଯୋଗାଇବା ମଧ୍ୟ କଠିନ କାର୍ଯ୍ୟ ।ସବୁ ସମସ୍ୟାକୁ ଦୃଷ୍ଟି ଦେଇ ଶ୍ରମଜୀବମାନଙ୍କ ରହଣି, ଖାଦ୍ୟ, ପରିମଳ ଓ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସରକାର ସମସ୍ତ ସୀମାନ୍ତ ଜିଲ୍ଲାପାଳ ଓ ପୁଲିସ ଏସପିଙ୍କୁ ନିର୍ଦେଶ ଦିଅନ୍ତୁ ବୋଲି ଖଣ୍ଡପୀଠ ସରକାରଙ୍କୁ କହିଛନ୍ତି ।

ସ୍ଥାନାଭାବ ହେଲେ ଜିଲ୍ଲା ପ୍ରଶାସନ ଶୌଚାଳୟ ସୁବିଧା ଥିବା କଲେଜ ଓ ସ୍କୁଲ ବ୍ୟବହାର କରିପାରିବେ । ଜିଲ୍ଲାସ୍ତରୀୟ ସ୍ଥାନାନ୍ତରଣରେ ମଧ୍ୟ ଏହି ପ୍ରକାର ବ୍ୟବସ୍ଥା ସମ୍ପୃକ୍ତ ଜିଲ୍ଲାପାଳ ଓ ଏସପି କରିପାରିବେ । ଅନ୍ତତଃ ଲକଡାଉନ ଉଠିବାଯାଏ ଏ ଭଳି ବ୍ୟବସ୍ଥା କରାଯାୋଇ ପାରିବ ବୋଲି ହାଇକୋର୍ଟ ମତ ରଖିଛନ୍ତି।

Related story