ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଭେଟିଲେ କଟକର ଆଇନଜୀବୀ

କଟକ(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନ ଧରି ଆଇନଜୀବୀଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ଏକ ୬ ଜଣିଆ ପ୍ରତିନିଧି ଦଳ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କୁ ଭେଟିଛନ୍ତି। ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦେବାକୁ  ଜଷ୍ଟିସ୍ ମିଶ୍ର ପରାମର୍ଶ ଦେଇଥିଲେ। ଆଇନ୍‌ର ପରିଧି ଭିତରେ ଯାହା ରହିଛି ତାହା କରାଯିବ ବୋଲି ସେ କହିଛନ୍ତି । ତେବେ ଏନେଇ ହାଇକୋର୍ଟ ବାର୍ ଆସୋସିଏସନ୍‌ର ଏକ ଜରୁରୀକାଳୀନ ବୈଠକ ଡାକି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ହାଇକୋର୍ଟ […]

dipak-misra-imahe

dipak-misra-imahe

Tapas Behera
  • Published: Sunday, 30 September 2018
  • Updated: 30 September 2018, 10:41 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନ ଧରି ଆଇନଜୀବୀଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ଏକ ୬ ଜଣିଆ ପ୍ରତିନିଧି ଦଳ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କୁ ଭେଟିଛନ୍ତି। ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦେବାକୁ  ଜଷ୍ଟିସ୍ ମିଶ୍ର ପରାମର୍ଶ ଦେଇଥିଲେ। ଆଇନ୍‌ର ପରିଧି ଭିତରେ ଯାହା ରହିଛି ତାହା କରାଯିବ ବୋଲି ସେ କହିଛନ୍ତି ।

ତେବେ ଏନେଇ ହାଇକୋର୍ଟ ବାର୍ ଆସୋସିଏସନ୍‌ର ଏକ ଜରୁରୀକାଳୀନ ବୈଠକ ଡାକି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ହାଇକୋର୍ଟ ବାର ଆସୋସିଏସନ୍‌ ସଂପାଦକ କହିଛନ୍ତି ।

କଟକ ଜୁଡ଼ିସିଆଲ ଏକାଡେମୀକୁ ଆସିଥିବା ବେଳେ ପ୍ରଧାନ ବିଚାରପତିଙ୍କୁ ଭେଟିଥିଲେ ଓକିଲ ପ୍ରତିନିଧି । ଆସନ୍ତା ୨ ତାରିଖରେ ଜଷ୍ଟିସ ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ସରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos