କମ୍ପାନୀ ପ୍ରେମରେ ସରକାର, ପିଏସି କ୍ଷୁବ୍ଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପ୍ରମୁଖ ଶିଳ୍ପ ସଂସ୍ଥାଗୁଡ଼ିକ ନିଜର କର୍ପୋରେଟ୍ ସାମାଜିକ ଉତ୍ତରଦାୟିତ୍ୱ(ସିଏସଆର) ନିର୍ବାହ କରିବାରେ ବେପରୁୱା ମନୋଭାବ ପୋଷଣ କରୁଛନ୍ତି। ଆଉ ସରକାର ଏସବୁ ପ୍ରତି ଆଖି ବୁଜି ଦେଇଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ୨୦୧୫-୧୬ରେ ରାଜ୍ୟରେ ଯେତିକି ଅର୍ଥ ସିଏସଆରରେ ଖର୍ଚ୍ଚ ହୋଇଥିଲା ୨୦୧୮-୧୯ରେ ଏହାର ମାତ୍ର ୨୫ ପ୍ରତିଶତ ଖର୍ଚ୍ଚ ହୋଇଛି। ଯଦିଓ ଏହି ଅବଧି ମଧ୍ୟରେ ରାଜ୍ୟରେ ଶିଳ୍ପ ସଂସ୍ଥା ସଂଖ୍ୟା ବୃଦ୍ଧି ପାଇଛି । ଶିଳ୍ପ ସଂସ୍ଥା ଓ […]

odisha-industries-are-forget-their-duties

Manoranjan Sial
  • Published: Friday, 25 October 2019
  • Updated: 25 October 2019, 06:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପ୍ରମୁଖ ଶିଳ୍ପ ସଂସ୍ଥାଗୁଡ଼ିକ ନିଜର କର୍ପୋରେଟ୍ ସାମାଜିକ ଉତ୍ତରଦାୟିତ୍ୱ(ସିଏସଆର) ନିର୍ବାହ କରିବାରେ ବେପରୁୱା ମନୋଭାବ ପୋଷଣ କରୁଛନ୍ତି। ଆଉ ସରକାର ଏସବୁ ପ୍ରତି ଆଖି ବୁଜି ଦେଇଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ୨୦୧୫-୧୬ରେ ରାଜ୍ୟରେ ଯେତିକି ଅର୍ଥ ସିଏସଆରରେ ଖର୍ଚ୍ଚ ହୋଇଥିଲା ୨୦୧୮-୧୯ରେ ଏହାର ମାତ୍ର ୨୫ ପ୍ରତିଶତ ଖର୍ଚ୍ଚ ହୋଇଛି। ଯଦିଓ ଏହି ଅବଧି ମଧ୍ୟରେ ରାଜ୍ୟରେ ଶିଳ୍ପ ସଂସ୍ଥା ସଂଖ୍ୟା ବୃଦ୍ଧି ପାଇଛି । ଶିଳ୍ପ ସଂସ୍ଥା ଓ ସରକାରଙ୍କ ମଧ୍ୟରେ ଏଭଳି ମଧୁଚନ୍ଦ୍ରିକାକୁ ନେଇ ବିଧାନସଭା ପବ୍ଲିକ୍ ଆକାଉଣ୍ଟ୍ କମିଟି(ପିଏସି) ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଆଜି ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ପିଏସି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ନାୟକ ଶିଳ୍ପ ସଂସ୍ଥାଗୁଡ଼ିକର ସିଏସଆର ପାଣ୍ଠି ଖର୍ଚ୍ଚ ପରିମାଣକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ଏହା ଅତ୍ୟନ୍ତ ଉଦବେଗର ବିଷୟ ବୋଲି କହିଛନ୍ତି। ଶ୍ରୀ ନାୟକ କହିଛନ୍ତି ଯେ, ସିଏସଆର ପାଣ୍ଠି ଖର୍ଚ୍ଚ ନିମନ୍ତେ ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ଥିବା ସତ୍ତେ୍ୱ କମ୍ପାନୀଗୁଡ଼ିକ ନିଜର ମନଇଚ୍ଛା ଏହି ପାଣ୍ଠି ଖର୍ଚ୍ଚ କରୁଛନ୍ତି। ନିଜର ସାମାଜିକ ଉତ୍ତରଦାୟିତ୍ୱକୁ ଶିଳ୍ପ ସଂସ୍ଥାଗୁଡ଼ିକ ଭୁଲିଯାଇଛନ୍ତି। ଏପରିକି କମ୍ପାନୀଗୁଡ଼ିକ ନିଜର ଲାଭ ଓ କ୍ଷତି ସମ୍ପର୍କରେ ମଧ୍ୟ ବିବରଣୀ ଦେଉନାହାନ୍ତି।

ଶ୍ରୀ ନାୟକ କହିଛନ୍ତି ଯେ, ରିପୋର୍ଟ ଅନୁସାରେ ୨୦୧୫-୧୬ ଆର୍ଥିକ ବର୍ଷରେ କମ୍ପାନୀଗୁଡ଼ିକ ନିଜର ସିଏସଆର ପାଣ୍ଠି ବାବଦରେ ୬୦୩.୩୯କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ୨୦୧୮-୧୯ରେ ଏହା ୧୫୬.୮୦ କୋଟି ଟଙ୍କାକୁ ଖସିଆସିଛି । ସିଏସଆର ପାଣ୍ଠି କାହିଁକି ଏତେ ପରିମାଣରେ ହ୍ରାସ ପାଇଲା ସେ ନେଇ କିଛି ଉତ୍ତର ମିଳୁନି । ଯଦିଓ ଏହି ଅବଧି ମଧ୍ୟରେ କମ୍ପାନୀଗୁଡ଼ିକର ସଂଖ୍ୟା ଓ ଉତ୍ପାଦନ ବୃଦ୍ଧି ପାଇଛି। ଏହା ଅତ୍ୟନ୍ତ ଉଦବେଗଜନକ ବିଷୟ ବୋଲି ଶ୍ରୀ ନାୟକ କହିଛନ୍ତି ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ସିଏସଆର ପାଣ୍ଠି ବାବଦରେ କମ୍ପାନୀଗୁଡ଼ିକୁ ଅତିକମରେ ନିଜର ବାର୍ଷିକ ଲାଭର ୨ ପ୍ରତିଶତ ଖର୍ଚ୍ଚ କରିବାକୁ କଥା। କିନ୍ତୁ ସେମାନେ ତାହା କରୁନାହାନ୍ତି। ଆଶ୍ଚର୍ଯ୍ୟର କଥା ଯେ, ଏନେଇ ସମସ୍ତେ ଚୁପ୍ ବସିଛନ୍ତି । ଲୋକମାନଙ୍କ ଆବଶ୍ୟକତା ଅନୁସାରେ ସିଏସଆର ପାଣ୍ଠି ଖର୍ଚ୍ଚ ହେଉନି। କମ୍ପାନୀଗୁଡ଼ିକ ଆମକୁ ଠକିବାରେ ଲାଗିଛନ୍ତି ଓ ଆମେ ମୂକ ହୋଇ ଦେଖିଛୁ। ୍ରଆଜିର ବୈଠକରେ ସମ୍ପୃକ୍ତ ବିଭାଗକୁ କେତେକ ପରାମର୍ଶ ପିଏସି ଦେଇଛନ୍ତି, ଯାହା ଉପରେ ଆସନ୍ତା ବୈଠକରେ ଆଲୋଚନା ହେବ।

୍ରଅନ୍ୟପକ୍ଷରେ ଅର୍ଥ ସଚିବ ଅଶୋକ ମୀନା କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନୀତି ଅନୁସାରେ ସିଏସଆର ପାଣ୍ଠି ଖର୍ଚ୍ଚ ହୋଇଥାଏ। ରାଜ୍ୟ ସରକାର କେବଳ କମ୍ପାନୀଗୁଡ଼ିକୁ ଏହି ଅର୍ଥ ଖର୍ଚ୍ଚ ନିମନ୍ତେ ଅନୁରୋଧ କରିଥାନ୍ତି । କମ୍ପାନୀଗୁଡ଼ିକୁ ସେମାନଙ୍କର ଲାଭର ୨ପ୍ରତିଶତ ସିଏସଆର ପାଣ୍ଠି ବାବଦରେ ଖର୍ଚ୍ଚ କରିବା ପାଇଁ ପ୍ରୋତ୍ସାହିତ ନିମନ୍ତେ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ତାହା ପିଏସି ଜାଣିବାକୁ ଚାହିଁଥିଲେ। ସିଏସଆର ପାଣ୍ଠିର ଯଥାର୍ଥ ଉପଯୋଗ ଦିଗରେ ଷ୍ଟାଟର୍ସ ରିପୋର୍ଟ ଦେବାକୁ ମଧ୍ୟ ପିଏସି କହିଥିବା ଶ୍ରୀ ମୀନା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story