ରାଜ୍ୟରେ ମହିଳା ଅସୁରକ୍ଷିତ: ୪ ବର୍ଷରେ ୧୧,୭୬୩ ଜଣଙ୍କୁ ବଳାତ୍କାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଜେଡି ସରକାର ନିଜର ଭୋଟ୍ ବ୍ୟାଙ୍କ ପାଇଁ ମହିଳାଙ୍କୁ ଉପଯୋଗ କରୁଥିଲେ ମଧ୍ୟ ଓଡ଼ିଶାରେ କ୍ରମାଗତ ଭାବେ ମହିଳାଙ୍କ ବିରୋଧରେ ହିଂସା ବୃଦ୍ଧି ପାଇବାରେ ଲାଗିଛି । ଓଡ଼ିଶାରେ ମହିଳାଙ୍କୁ ହତ୍ୟା, ବଳାତ୍କାର, ଯୌତୁକଜନିତ ନିର୍ଯାତନା ଆଦି ମାମଲା ବୃଦ୍ଧି ପାଇବା ସହ ୨୦୨୦ ମସିହା ତୁଳନାରେ ୨୦୨୧ ମସିହାରେ ଅପରାଧ ବୃଦ୍ଧି ପାଇଛି । ଗତ ୪ବର୍ଷ ମଧ୍ୟରେ ମୋଟ ୧୧୭୬୩ଜଣ ମହିଳାଙ୍କୁ ବଳାତ୍କାରର ଶିକାର ହେବାକୁ ପଡ଼ିଥିବାବେଳେ ରାଜ୍ୟରେ ମହିଳା […]

Rape-Victim

Rape-Victim

Ordigital Desk
  • Published: Monday, 28 March 2022
  • Updated: 28 March 2022, 09:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଜେଡି ସରକାର ନିଜର ଭୋଟ୍ ବ୍ୟାଙ୍କ ପାଇଁ ମହିଳାଙ୍କୁ ଉପଯୋଗ କରୁଥିଲେ ମଧ୍ୟ ଓଡ଼ିଶାରେ କ୍ରମାଗତ ଭାବେ ମହିଳାଙ୍କ ବିରୋଧରେ ହିଂସା ବୃଦ୍ଧି ପାଇବାରେ ଲାଗିଛି । ଓଡ଼ିଶାରେ ମହିଳାଙ୍କୁ ହତ୍ୟା, ବଳାତ୍କାର, ଯୌତୁକଜନିତ ନିର୍ଯାତନା ଆଦି ମାମଲା ବୃଦ୍ଧି ପାଇବା ସହ ୨୦୨୦ ମସିହା ତୁଳନାରେ ୨୦୨୧ ମସିହାରେ ଅପରାଧ ବୃଦ୍ଧି ପାଇଛି । ଗତ ୪ବର୍ଷ ମଧ୍ୟରେ ମୋଟ ୧୧୭୬୩ଜଣ ମହିଳାଙ୍କୁ ବଳାତ୍କାରର ଶିକାର ହେବାକୁ ପଡ଼ିଥିବାବେଳେ ରାଜ୍ୟରେ ମହିଳା ବିରୋଧୀ ହିଂସା ମାମଲାରେ ଦଣ୍ଡବିଧାନ ହାର ମାତ୍ର ୯.୨% ରହିଛି।

ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଜି ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସନ୍ତୋଷ ସିଂ ସାଲୁଜାଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ ରାଜ୍ୟରେ ୨୦୨୧ ମସିହାରେ ମହିଳା ବିରୋଧୀ ହିଂସା ମାମଲାରେ ମୋଟ ୩୩୨୭ଟି ବଳାତ୍କାର, ୯୩ଟି ମହିଳା ଚାଲାଣ ମାମଲା, ୫୦୪୮ଟି ଅପହରଣ ସମେତ ମୋଟ ୩୫,୩୨୬ଟି ମହିଳା ବିରୋଧୀ ହିଂସା ମାମଲା ରୁଜୁ ହୋଇଛି । ୨୦୨୧ ମସିହା ତୁଳନାରେ ରାଜ୍ୟରେ ଅପରାଧ ମାମଲା ସାମାନ୍ୟ ବୃଦ୍ଧି ପାଇଛି ।

ରାଜ୍ୟରେ ୨୦୧୮ରୁ ୨୦୨୧ ମସିହା ମଧ୍ୟରେ ମୋଟ ୧୧୭୬୩ଜଣ ମହିଳାଙ୍କୁ ବଳାତ୍କାରର ଶିକାର ହେବାକୁ ପଡ଼ିଛି । ୨୦୧୮ ମସିହାରେ ୨୫୦୨ଜଣ ମହିଳା ବଳାତ୍କାରର ଶିକାର ହୋଇଥିବାବେଳେ ୨୦୧୯ ମସିହାରେ ୨୯୫୦ଜଣ, ୨୦୨୦ ମସିହାରେ ୨୯୮୪ଜଣ ଓ ୨୦୨୧ ମସିହାରେ ୩୩୨୭ଜଣ ମହିଳାଙ୍କୁ ବଳାତ୍କାରର ଶିକାର ହୋଇଛନ୍ତି ।

ସେହିପରି ଯୌତୁକ ହିଂସାର ଶିକାର ହୋଇଥିବା ମହିଳାଙ୍କ ସଂଖ୍ୟା ଗତ ୪ବର୍ଷରେ ମୋଟ ୧୦୧୯୦ରେ ପହଂଚିଛି । ୨୦୧୮ରୁ କ୍ରମାଗତ ଭାବେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୨୦୧୮ ମସିହାରେ ମୋଟ ୧୬୧୬ଜଣ ଯୌତୁକ ହିଂସାର ଶିକାର ହୋଇଥିବାବେଳେ ୨୦୧୯ ମସିହାରେ ୨୫୩୨ଜଣ, ୨୦୨୦ ମସିହାରେ ୩୧୫୩ଜଣ ଓ ୨୦୨୧ ମସିହାରେ ୪୮୮୯ଜଣ ମହିଳା ବିବାହ ପରେ ଯୌତୁକଜନିତ ହିଂସାର ଶିକାର ହୋଇଛନ୍ତି । ସେହିପରି ୨୦୧୮ରୁ ୨୦୨୧ ମସିହା ମଧ୍ୟରେ ମୋଟ ୨୫୪୩ଜଣ ମହିଳାଙ୍କୁ ହତ୍ୟାର ଶିକାର ହେବାକୁ ପଡ଼ିଛି ।

ଅନ୍ୟପକ୍ଷରେ ବିଧାୟକ ମୋହନ ଚରଣ ମାଝୀଙ୍କ ଅନ୍ୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି ଯେ, ୨୦୧୦ ମସିହାରୁ ଏପର୍ଯ୍ୟନ୍ତ ୭୬୨୨ଜଣ ମହିଳା କଏଦୀ(ଉଭୟ ଦୋଷୀସାବ୍ୟସ୍ତ ଓ ବିଚାରାଧୀନ) ବିଭିନ୍ନ ଜେଲରେ ଅଛନ୍ତି । ଫେବୃୟାରୀ ୨୮ତାରିଖ ସୁଦ୍ଧା ବିଭିନ୍ନ ଜେଲରେ ୩୬ଜଣ ମାଆ ବନ୍ଦୀ ଭାବେ ରହୁଛନ୍ତି ଓ ଏମାନଙ୍କ ସହ ୦ରୁ ୬ବର୍ଷ ବୟସର ୩୮ଜଣ ଶିଶୁ ରହିଛନ୍ତି । କୌଣସି ମହିଳା କଏଦୀ ଜେଲକୁ ଆସିବା ପରେ ଗର୍ଭବତୀ ହୋଇନାହାନ୍ତି । କେବଳ ୨୦୧୩ ମସିହାରେ ଜେଲ୍ ଭିତରେ ଜଣେ ମହିଳା କଏଦୀ ଯୌନ ନିର୍ଯାତନାର ଶିକାର ହୋଇଥିବାର ଅଭିଯୋଗ ସରକାରଙ୍କୁ ମିଳିଥିଲା । ଏହାର ତଦନ୍ତ କରାଯାଇ ଅଭିଯୋଗକାରିଣୀଙ୍କୁ ଏକ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos