ମଉଳି ଯିବ କି ୩ ଜିଲ୍ଲାର ମଡେଲ୍‌ ଡିଗ୍ରୀ କଲେଜ ସ୍ୱପ୍ନ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଛୁଆ ଅଞ୍ଚଳରେ ଉଚ୍ଚଶିକ୍ଷାର ସୁଯୋଗ ସୃଷ୍ଟି ଉଦ୍ଦେଶ୍ୟରେ ରାଜ୍ୟର ଆଉ ୬ଟି ଜିଲ୍ଲାରେ ମଡେଲ ଡିଗ୍ରୀ କଲେଜ ପ୍ରତିଷ୍ଠା ହେବ। ଏଥିପାଇଁ ପ୍ରତ୍ୟେକ କଲେଜ ପାଇଁ ୬ କୋଟି ଟଙ୍କା ଲେଖାଏ ପାଣ୍ଠି ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର। ତେବେ କୋରାପୁଟ, ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲାରେ ପ୍ରଶାସନ କଲେଜ ନିର୍ମାଣ କାର୍ଯ୍ୟ ଆରମ୍ଭ କରିନି। ଏପରିକି ଏଥିପାଇଁ ପ୍ରସ୍ତାବିତ ଜମିକୁ ନେଇ ବିବାଦର ସମାଧାନ ହୋଇ ନ ଥିବାରୁ ମଞ୍ଜୁର ହୋଇଥିବା […]

odisha-may-have-to-return-18-crore-to-centre-for-inordinate-delay-in-completing-3-model-degree-colleges

odisha-may-have-to-return-18-crore-to-centre-for-inordinate-delay-in-completing-3-model-degree-colleges

Manoranjan Sial
  • Published: Friday, 12 July 2019
  • Updated: 12 July 2019, 08:21 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଛୁଆ ଅଞ୍ଚଳରେ ଉଚ୍ଚଶିକ୍ଷାର ସୁଯୋଗ ସୃଷ୍ଟି ଉଦ୍ଦେଶ୍ୟରେ ରାଜ୍ୟର ଆଉ ୬ଟି ଜିଲ୍ଲାରେ ମଡେଲ ଡିଗ୍ରୀ କଲେଜ ପ୍ରତିଷ୍ଠା ହେବ। ଏଥିପାଇଁ ପ୍ରତ୍ୟେକ କଲେଜ ପାଇଁ ୬ କୋଟି ଟଙ୍କା ଲେଖାଏ ପାଣ୍ଠି ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର। ତେବେ କୋରାପୁଟ, ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲାରେ ପ୍ରଶାସନ କଲେଜ ନିର୍ମାଣ କାର୍ଯ୍ୟ ଆରମ୍ଭ କରିନି। ଏପରିକି ଏଥିପାଇଁ ପ୍ରସ୍ତାବିତ ଜମିକୁ ନେଇ ବିବାଦର ସମାଧାନ ହୋଇ ନ ଥିବାରୁ ମଞ୍ଜୁର ହୋଇଥିବା ୧୮ କୋଟି ଟଙ୍କା ଫେରିଯିବା ଭଳି ସ୍ଥିତି ଉପୁଜିଛି।

କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା) ଅଧୀନରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୮ଟି ମଡେଲ ଡିଗ୍ରୀ କଲେଜ ପ୍ରତିଷ୍ଠା ହୋଇଥିଲା। ସେଠାରେ ଗତ ୩ ବର୍ଷ ହେଲା ପାଠପଢ଼ା ମଧ୍ୟ ଚାଲିଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଢେଙ୍କାନାଳ, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ବଲାଙ୍ଗୀରରେ ୬ଟି କଲେଜ ପ୍ରତିଷ୍ଠା ପାଇଁ ପାଣ୍ଠି ମଞ୍ଜୁର ହୋଇଥିଲା। ସେଥିପାଇଁ ପ୍ରତି ଜିଲ୍ଲାର ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷଙ୍କୁ ୬ କୋଟି ଟଙ୍କା ଲେଖାଏଁ ପାଣ୍ଠି ମଞ୍ଜୁର ହୋଇଥିଲା। ତେବେ ଢେଙ୍କାନାଳ, ଗଜପତି ଓ କଳାହାଣ୍ଡିରେ କଲେଜ ତିଆରି କାମ ଚାଲିଥିବା ବେଳେ କନ୍ଧମାଳ, କୋରାପୁଟ ଓ ବଲାଙ୍ଗୀର ଜିଲ୍ଲାରେ ଜମି ବିବାଦ କାରଣରୁ କାମ ଆରମ୍ଭ ହୋଇପାରୁନି। ଯାହା ଏବେ ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ହୋଇଛି। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ତିନି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛି। ଚିଠିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି, ଚଳିତ ଆର୍ଥିକ ବର୍ଷରେ କଲେଜ ନିର୍ମାଣ ସମ୍ପୂର୍ଣ୍ଣ ନହେଲେ, ଅନୁଦାନ ଟଙ୍କା ଫେରାଇଦେବାକୁ କେନ୍ଦ୍ର ସରକାର ରାଜ୍ୟକୁ ନିର୍ଦ୍ଦେଶ ଦେଇଛି।

କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ଆଦର୍ଶ ଡିଗ୍ରୀ କଲେଜ ପାଇଁ ପ୍ରସ୍ତାବିତ ଜାଗାରେ କେବଳ ଫଳକ ଲାଗିଛି। ଏଠାରେ କିଛି କାମ ଆରମ୍ଭ ହୋଇନି। ବଲାଙ୍ଗିର ଓ କନ୍ଧମାଳ ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି। କେଉଁଠି ଜମିର କିସମ ତ ଆଉ କେଉଁଠି ଜମି ହସ୍ତାନ୍ତରକୁ ନେଇ ବିବାଦ ଲାଗି ରହିଛି। ଯେଉଥିପାଇଁ ଏଯାଏ କାମ ଆରମ୍ଭ ହୋଇପାରିନି। ଏଭଳି ସ୍ଥିତିରେ କେନ୍ଦ୍ରର ଡେଡ୍‌ଲାଇନ୍‌ ଅର୍ଥାତ୍ ଆଉ ମାତ୍ର ୮ ମାସ ଭିତରେ ନିର୍ମାଣ କାର୍ଯ୍ୟ କେମିତି ସରିବ, ସେନେଇ ସନ୍ଦେହ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos