କରୋନା ମୁକାବିଲା ପାଇଁ ୩ମାସର ଦରମା ଦେବେ ବିଜେଡି ବିଧାୟକ ଓ ସାଂସଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ରୋକିବା ଓ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ୩ମାସର ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି( କୋଭିଡ-୧୯ ଫଣ୍ଡ) ଦାନ କରିବା ସହ ଅନ୍ୟମାନେ ମଧ୍ୟ ଅନୁରୂପ ସହଯୋଗ କରନ୍ତୁ ବୋଲି ଅପିଲ କରିବାପରେ ବିଜେଡି ପକ୍ଷରୁ ତ୍ୱରିତ୍ ସକରାତ୍ମକ ପ୍ରତିକ୍ରିୟା ପ୍ରକାଶ ପାଇଛି। ମାର୍ଚ୍ଚ ୨୯ତାରିଖ ସୁଦ୍ଧା ବିଜେଡିର ସମସ୍ତ ବିଧାୟକ ଓ ସାଂସଦମାନଙ୍କୁ ନିଜର ୩ମାସର ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବାକୁ ଦଳର ବରିଷ୍ଠ […]

BJD-Odisha-1

Tapas Behera
  • Published: Monday, 23 March 2020
  • , Updated: 23 March 2020, 08:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ରୋକିବା ଓ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ୩ମାସର ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି( କୋଭିଡ-୧୯ ଫଣ୍ଡ) ଦାନ କରିବା ସହ ଅନ୍ୟମାନେ ମଧ୍ୟ ଅନୁରୂପ ସହଯୋଗ କରନ୍ତୁ ବୋଲି ଅପିଲ କରିବାପରେ ବିଜେଡି ପକ୍ଷରୁ ତ୍ୱରିତ୍ ସକରାତ୍ମକ ପ୍ରତିକ୍ରିୟା ପ୍ରକାଶ ପାଇଛି। ମାର୍ଚ୍ଚ ୨୯ତାରିଖ ସୁଦ୍ଧା ବିଜେଡିର ସମସ୍ତ ବିଧାୟକ ଓ ସାଂସଦମାନଙ୍କୁ ନିଜର ୩ମାସର ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବାକୁ ଦଳର ବରିଷ୍ଠ ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଅନୁରୋଧ କରିଛନ୍ତି।

ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇ ଶ୍ରୀ ଦାସବର୍ମା କହିଛନ୍ତି ଯେ, ଏଭଳି ସମୟରେ ଆମ ସମସ୍ତଙ୍କୁ ସମ୍ବେଦନଶୀଳ ହେବାର ଆବଶ୍ୟକତା ରହିଛି। କୋଭିଡ-୧୯ ସମଗ୍ର ବିଶ୍ୱ ପାଇଁ ଗୋଟିଏ ବଡ଼ ଆହ୍ୱାନ ସୃଷ୍ଟି କରିଛି। ମାନବିକ କାର୍ଯ୍ୟ ଜାରି ରଖିବା ପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ତିନମାସର ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି(କୋଭିଡ-୧୯ ଫଣ୍ଡ)କୁ ଦାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ତେଣୁ ପ୍ରଭାବିତ ଲୋକଙ୍କୁ ସହାୟତା ପାଇଁ କୋଭିଡ-୧୯ ଫଣ୍ଡକୁ ଦଳର ବିଧାୟକ ଓ ସାଂସଦମାନେ ନିଜର ୩ମାସର ଦରମା ଦାନ କରନ୍ତୁ ବୋଲି ଶ୍ରୀ ଦାସବର୍ମା ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଆଞ୍ଚଳିକ ଦଳ ବିଜେଡି ପକ୍ଷରୁ ଏଭଳି ଅନୁରୋଧ କରାଯାଇଥିବାରୁ ଦଳର ସାଂସଦ ଓ ବିଧାୟକମାନେ ନିଜର ୩ମାସର ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ପୂର୍ବରୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦଳର ବିଧାୟକମାନେ ମଧ୍ୟ ନିଜର ଦରମା ଦାନ କରିଥିଲେ।

Related story