ବ୍ରହ୍ମପୁରରେ ୪୭%, ଭୁବନେଶ୍ୱରରେ ୫୦% ଭୋଟ୍ : ୭୩ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ଆଜି ପୌର ନିର୍ବାଚନ ପାଇଁ ଭୋଟଗ୍ରହଣ ଶେଷ ହୋଇଛି । ରାଜ୍ୟର ୧୦୬ଟି ପୌର ପରିଷଦ ଓ ଏଏନସିରେ ମୋଟ ୬୫% ମତଦାନ ହୋଇଥିବାବେଳେ ବ୍ରହ୍ମପୁର ମହାନଗର ନିଗମରେ ୪୭%, ଭୁବନେଶ୍ୱର ମହାନଗର ନିଗମରେ ୫୦% ଓ କଟକରେ ୬୫% ମତଦାନ ହୋଇଛି । ବାଲଟ୍ କାଗଜରେ ତ୍ରୁଟି ଯୋଗୁ କେବଳ ନବରଙ୍ଗପୁର ଜିଲ୍ଲାର ଉମରକୋଟ ପୌର ପରିଷଦର ୮ ନମ୍ବର ୱାର୍ଡରେ ଆସନ୍ତାକାଲି ପୁନଃ […]

BBSR

BBSR

Ordigital Desk
  • Published: Thursday, 24 March 2022
  • Updated: 24 March 2022, 07:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ଆଜି ପୌର ନିର୍ବାଚନ ପାଇଁ ଭୋଟଗ୍ରହଣ ଶେଷ ହୋଇଛି । ରାଜ୍ୟର ୧୦୬ଟି ପୌର ପରିଷଦ ଓ ଏଏନସିରେ ମୋଟ ୬୫% ମତଦାନ ହୋଇଥିବାବେଳେ ବ୍ରହ୍ମପୁର ମହାନଗର ନିଗମରେ ୪୭%, ଭୁବନେଶ୍ୱର ମହାନଗର ନିଗମରେ ୫୦% ଓ କଟକରେ ୬୫% ମତଦାନ ହୋଇଛି । ବାଲଟ୍ କାଗଜରେ ତ୍ରୁଟି ଯୋଗୁ କେବଳ ନବରଙ୍ଗପୁର ଜିଲ୍ଲାର ଉମରକୋଟ ପୌର ପରିଷଦର ୮ ନମ୍ବର ୱାର୍ଡରେ ଆସନ୍ତାକାଲି ପୁନଃ ଭୋଟଗ୍ରହଣ ଅନୁଷ୍ଠିତ ହେବ ।

ରାଜ୍ୟ ନିର୍ବାଚନ କମିଶନର କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ୧୫ଟି ଜିଲ୍ଲାର ମୋଟ ୭୦ଟି ୱାର୍ଡରେ କାଉନସିଲର ପ୍ରାର୍ଥୀ ଓ ବ୍ରହ୍ମପୁର ମହାନଗର ନିଗମର ୩ଟି ୱାର୍ଡରେ କର୍ପୋରେଟର ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱ ନିର୍ବାଚିତ ହୋଇଛନ୍ତି । ଏହି ମୋଟ ୭୩ଟି ୱାର୍ଡରୁ ଗୋଟିଏ ଲେଖାଏଁ ଆସନ ବିଜେପି ଓ କଂଗ୍ରେସକୁ ଯାଇଥିବାବେଳେ ଦୁଇଟି ସ୍ୱାଧୀନ ଓ ବାକି ୬୯ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଆଜି ରାଜ୍ୟର ୪୭ଟି ପୌର ପରିଷଦ ଓ ୫୯ଟି ଏନଏସି ଏବଂ ୩ଟି ମହାନଗର ନିଗମର ମୋଟ ୧୮୨୫ଟି ୱାର୍ଡର ୪୩୬୦ଟି ବୁଥରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ନିର୍ବାଚନରେ ମୋଟ ୪୦.୫୫ଲକ୍ଷରୁ ଅଧିକ ଭୋଟର ଥିବାବେଳେ ଅପରାହ୍ନ ୩ଟା ସୁଦ୍ଧା ହାରାହାରି ୪୫% ମତଦାନ ରେକର୍ଡ କରାଯାଇଥିଲା । କିଛି ସ୍ଥାନକୁ ବାଦ୍ ଦେଲେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଛି ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି । ଅଳ୍ପ କିଛି ସ୍ଥାନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଭୋଟଗ୍ରହଣ ବିଳମ୍ବ ହୋଇଥିଲା। ପରବର୍ତ୍ତୀ ସମୟରେ ସେ ସବୁ ସ୍ଥାନରେ ଭୋଟଗ୍ରହଣ ସ୍ୱାଭାବିକ ହୋଇଛି ।

ଭଦ୍ରକର ଧାମନଗର ଏନଏସିର ୯ ନମ୍ବର ୱାର୍ଡରେ ବୁଥରିଙ୍ଗିକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ସେହିପରି ପିପିଲି ଏନଏସିର ୭ ନମ୍ବର ୱାର୍ଡର ୯ ନମ୍ବର ବୁଥରେ ବିଜେପିର ଜଣେ ଏଜେଣ୍ଟଙ୍କ ଉପରେ ବିଜେଡି କର୍ମୀମାନେ ଆକ୍ରମଣ କରିଛନ୍ତି । ତାଙ୍କର ମୁଣ୍ଡ ଫାଟିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭଦ୍ରକ ମ୍ୟୁନିସପାଲଟିରେ ବିଜେଡି ଓ ବିଜେପି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଓ ଛୁରାମାଡ଼ ହୋଇଛି ।

ସେହିପରି ଭଦ୍ରକର ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ସ୍ୱାମୀକୁ ପୁଲିସ ଅଟକ ରଖିଛି । ପାଟଣାଗଡ଼ ଏନଏସିରେ ଭୋଟରଙ୍କୁ ଟଙ୍କା ବାଂଟିବାକୁ କେନ୍ଦ୍ର କରି ସ୍ଥାନୀୟ ବିଧାୟକ ସରୋଜ ମେହେରଙ୍କ ଭାଇ ପ୍ରଦୀପ ମେହେରଙ୍କୁ ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି । ସେହିପରି କଂଟାବାଞ୍ଜିର ୩ଟି ବୁଥ କ୍ୟାପଚରିଂ କରିବାକୁ ନେଇ ବିଜେଡି ଓ କଂଗ୍ରେସ ସମର୍ଥକ ମୁହାଁମୁହିଁ ହୋଇଛନ୍ତି । ୨ଜଣ ଆହତ ହୋଇଥିବାବେଳେ ବିଜେଡି କର୍ମୀମାନେ ଧାରଣାରେ ବସିଥିବାର ସୂଚନା ମିଳିଛି ।

ସେହିପରି ଚିକିଟି ଏନଏଏସିରେ ବିଜେପିର ଅଧ୍ୟକ୍ଷା ପ୍ରାର୍ଥୀ ପୁଷ୍ପାଞ୍ଜଳି ସେଠୀଙ୍କ ଘର ଉପରେ ବିଜେଡି କର୍ମୀମାନେ ଧସେଇ ପଶି ଆକ୍ରମଣ କରିଛନ୍ତି । ବିଜେଡି କର୍ମୀଙ୍କ ଆକ୍ରମଣରେ ସ୍ଥାନୀୟ ବିଜେପି ନେତା ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କ ଗାଡ଼ି ଭଙ୍ଗାରୁଜା କରିଥିବାବେଳେ ୪ଟି ବାଇକକୁ ଭାଙ୍ଗି ଦେଇଛନ୍ତି । ୩ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି । ସେହିପରି କଟକର ୫୩ ନମ୍ବର ୱାର୍ଡରେ ଭୋଟ୍ ବେଳେ ଗଣ୍ଡଗୋଳ କରିବାକୁ ନେଇ ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ନିର୍ଧୂମ ମାଡ଼ ମାରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story