କଣ୍ଟ୍ରୋଲ ରୁମ୍ ଖୋଲିଲା ଓଡ଼ିଶା ପିସିସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ସାଧାରଣ ଲୋକଙ୍କ ସୁବିଧା ଦୃଷ୍ଟିରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ଆଜିଠୁ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଏହି କଣ୍ଟ୍ରୋଲ ରୁମ୍ ଦାୟିତ୍ୱରେ ଦଳର ୧୩ଜଣିଆ କମିଟି ମଧ୍ୟ ରହିଛି। ଆଜି ଏହି କଣ୍ଟ୍ରୋଲ ରୁମ୍ ଖୋଲିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ପିସିସି ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ଏଆଇସିସି ପରାମର୍ଶରେ […]

niranjan-2-750x430

Manoranjan Sial
  • Published: Tuesday, 31 March 2020
  • , Updated: 31 March 2020, 09:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ସାଧାରଣ ଲୋକଙ୍କ ସୁବିଧା ଦୃଷ୍ଟିରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ଆଜିଠୁ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଏହି କଣ୍ଟ୍ରୋଲ ରୁମ୍ ଦାୟିତ୍ୱରେ ଦଳର ୧୩ଜଣିଆ କମିଟି ମଧ୍ୟ ରହିଛି। ଆଜି ଏହି କଣ୍ଟ୍ରୋଲ ରୁମ୍ ଖୋଲିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ପିସିସି ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ଏଆଇସିସି ପରାମର୍ଶରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ରାଜ୍ୟ କଂଗ୍ରେସ ଭବନରେ ଏହି ୧୨ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କଣ୍ଟ୍ରୋଲ ରୁମ୍ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ। ଲକଡାଉନ୍ ସମୟରେ ସାଧାରଣ ଲୋକେ କୌଣସି ଅସୁବିଧାର ସମ୍ମୁଖୀନ ହେଉଥିଲେ ସେମାନେ କଣ୍ଟ୍ରୋଲ ରୁମ୍ ଟେଲିଫୋନ୍ ନମ୍ବର (୦୬୭୪-୨୫୩୫୫୭୭)କୁ ଯୋଗାଯୋଗ କରିବାକୁ ପିସିସି ପକ୍ଷରୁ କୁହାଯାଉଛି।

ଏହି କଣ୍ଟ୍ରୋଲ ରୁମ୍ ବୁଝିବା ନିମନ୍ତେ ଯେଉଁ ୧୩ଜଣିଆ କମିଟି ଘୋଷଣା କରାଯାଇଛି ସେଥିରେ ଜାନକୀ ବଲ୍ଲଭ ପଟ୍ଟନାୟକ, ଚିନ୍ମୟ ସୁନ୍ଦର ଦାସ, ରଜନୀ କୁମାର ମହାନ୍ତି, ମାନସ ଆଚାର୍ଯ୍ୟ, ଲିଙ୍ଗରାଜ ସାହୁ, ତରୁଣ ମିଶ୍ର, କୈଳାସ ସାହୁ, ଦୀପକ କୁମାର ମହାପାତ୍ର, ସୁଶାନ୍ତ ତ୍ରିପାଠୀ, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ମଲ୍ଲିଆ, ନିରଞ୍ଜନ ନାୟକ ଓ ଆଦିତ୍ୟ ପ୍ରୀତମ ଦାସ ସଭ୍ୟ ଅଛନ୍ତି।

Related story