’ପରୀକୁ ନ୍ୟାୟ ଦେବାକୁ ତଦନ୍ତର କୌଣସି ପୃଷ୍ଠା ଛଡ଼ା ଯିବନାହିଁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ ‘ପରୀ’ ହତ୍ୟା ମାମଲାରେ SIT ମୁଖ୍ୟ ଆଇଜି ଅରୁଣ ବୋଥ୍ରାଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଥିଲେ ଯଦୁପୁର ଗାଁର ସରୋଜ ସେଠୀ। ସରୋଜଙ୍କ ବୟାନ ପରେ ଆଜି ଓଡ଼ିଶା ପୁଲିସ୍ ଲିଖିତ ଆକାରରେ ପ୍ରତିକ୍ରିୟା ପ୍ରକାଶ କରିଛି। ଓଡ଼ିଶା ପୁଲିସର ସ୍ପଷ୍ଟ କରିଛି ଯେ ପରୀ ହତ୍ୟାର ଖିଅ କା‍ଢ଼ିବାକୁ ଟିମ୍ ପୂରା ଦମରେ କାମ କରୁଛି। ଏହି ମାମଲାରେ ଅନେକ ଲୋକଙ୍କୁ ଜେରା କରାଯାଇଛି। ତା’ଛଡ଼ା ତଦନ୍ତରେ ଆଖିଦୃଷ୍ଟିଆ ଅଗ୍ରଗତି ହୋଇଛି। […]

odisha-police

odisha-police

Ranjit Kumar Jena
  • Published: Friday, 18 December 2020
  • Updated: 18 December 2020, 06:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ ‘ପରୀ’ ହତ୍ୟା ମାମଲାରେ SIT ମୁଖ୍ୟ ଆଇଜି ଅରୁଣ ବୋଥ୍ରାଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଥିଲେ ଯଦୁପୁର ଗାଁର ସରୋଜ ସେଠୀ। ସରୋଜଙ୍କ ବୟାନ ପରେ ଆଜି ଓଡ଼ିଶା ପୁଲିସ୍ ଲିଖିତ ଆକାରରେ ପ୍ରତିକ୍ରିୟା ପ୍ରକାଶ କରିଛି।

ଓଡ଼ିଶା ପୁଲିସର ସ୍ପଷ୍ଟ କରିଛି ଯେ ପରୀ ହତ୍ୟାର ଖିଅ କା‍ଢ଼ିବାକୁ ଟିମ୍ ପୂରା ଦମରେ କାମ କରୁଛି। ଏହି ମାମଲାରେ ଅନେକ ଲୋକଙ୍କୁ ଜେରା କରାଯାଇଛି। ତା’ଛଡ଼ା ତଦନ୍ତରେ ଆଖିଦୃଷ୍ଟିଆ ଅଗ୍ରଗତି ହୋଇଛି। ତା’ଛଡ଼ା ତଦନ୍ତରେ SITକୁ ପୂରା ଗାଁ ଲୋକେ ସହଯୋଗ କରୁଛନ୍ତି। ଏଭଳି ସ୍ଥିତିରେ ଜଣେ ଲୋକଙ୍କ ଅଭିଯୋଗ ପୂରା ଟିମକୁ ହତୋତ୍ସାହିତ କରିଛି। ଏଭଳି ଅଭିଯୋଗ ଦୁର୍ଭାଗ୍ୟଜନକ ଓ ଅନୈତିକ ବୋଲି କହିଛି ଓଡ଼ିଶା ପୁଲିସ୍।

ବର୍ତ୍ତମାନ ହାଇକୋର୍ଟ ମାମଲାକୁ ଅନୁଧ୍ୟାନ କରୁଛନ୍ତି। SIT ମଧ୍ୟ ଅଗ୍ରଗତି ରିପୋର୍ଟ ପ୍ରଦାନ କରୁଛି। SITକୁ ତା’ କାମ ଶେଷ କରିବାକୁ ଦିଆଯାଉ ବୋଲି ପୁଲିସ୍ ଅପିଲ୍ କରିଛି। ଓଡ଼ିଶା ପୁଲିସ ସର୍ବଦା ନିରପେକ୍ଷ ରହିଆସିଛି ଏବଂ ତତ୍ପର ତଦନ୍ତ ପାଇଁ ପ୍ରତିଶ୍ରୁତିବଦ୍ଧ ମଧ୍ୟ ଅଛି। ପରୀକୁ ନ୍ୟାୟ ଦେବାକୁ ତଦନ୍ତର କୌଣସି ପୃଷ୍ଠା ଛଡ଼ା ଯିବନାହିଁ ବୋଲି ସ୍ପଷ୍ଟ କରିଛି ପୁଲିସ।

ଗତକାଲି SIT ମୁଖ୍ୟ ଆଇଜି ଅରୁଣ ବୋଥ୍ରାଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଥିଲେ ଯଦୁପୁର ଗାଁର ସରୋଜ ସେଠୀ। ଦୋଷ ମୁଣ୍ଡେଇବାକୁ ଅରୁଣ ବୋଥ୍ରା ତାଙ୍କୁ ୫ ଲକ୍ଷ ଯାଚିଥିବା ତେବେ ସରୋଜଙ୍କ ଅଭିଯୋଗରେ ଅରୁଣ ବୋଥ୍ରାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନଥିଲା।

ସୂଚନାଯୋଗ୍ୟ, ୪ ମାସ ତଳେ ୫ ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିର ହାତ ଥିବା ‘ପରୀ’ର ବାପା-ମାଆ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ‘ପରୀ’ର ବାପା-ମାଆଙ୍କୁ ନାନା ହଇରାଣ କରୁଥିଲା। ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରୁନଥିଲା। ଅନ୍ୟପକ୍ଷରେ ପରୀଙ୍କ ମାଆଙ୍କୁ ପୁଲିସ ମାଡ଼ ମାରୁଥିବା ଅଭିଯୋଗ ହୋଇଥିଲା। ଏନେଇ ପରୀଙ୍କ ମାଆ ଅଭିଯୋଗ କରିଥିଲେ।

ପୁଲିସ ପ୍ରଶାସନଠାରୁ ନିରାଶ ହେବା ପରେ ‘ପରୀ’ର ବାପା-ମାଆ ଭୁବନେଶ୍ୱର ଚାଲି ଆସିଥିଲେ। ସେମାନେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଧମକ ଦେଇଥିଲେ। ତମ୍ୱି ତୋଫାନ୍‌ ପରେ ରାଜ୍ୟ ସରକାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏବେ ଏହି ମାମଲାର ଏସ୍‌ଆଇଟି ତଦନ୍ତ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos