‘ଭୁବନେଶ୍ୱରରେ ଖୋଲିବ ସୋଶାଲ୍‌ ମିଡ଼ିଆ ମନିଟରିଂ ସେଲ୍‌’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଖୋଲିବ ସୋଶାଲ୍‌ ମିଡ଼ିଆ ମନିଟରିଂ ସେଲ୍‌। ଆଜି ଏନେଇ ସୂଚନା ଦେଇଛନ୍ତି କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ। ସାଇବର ଅପରାଧ ରୋକିବା ପାଇଁ ଥାନାଧିକାରୀଙ୍କ ସମେତ ସବ୍‌ ଇନ୍ସପେର ଓ କନେଷ୍ଟବଳମାନଙ୍କୁ ଆବଶ୍ୟକୀୟ ଟ୍ରେନିଂ ଉପରେ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି। ୨୦୨୦ ସୁଦ୍ଧା ରାଜ୍ୟର ୧୦୦୦ କନେଷ୍ଟବଳ ଓ ସବ-ଇନ୍ସପେକ୍ଟରଙ୍କୁ ସାଇବର ଟ୍ରେନିଂ ପ୍ରଦାନ କରାଯିବାକୁ ଟାର୍ଗେଟ୍ ରଖାଯାଇଛି। ସମ୍ବଲପୁର, ରାଉଲକେଲା ଓ ଅନୁଗୋଳ ରେଞ୍ଜରେ ଏପର୍ଯ୍ୟନ୍ତ ୩୪୦ ଜଣ କନେଷ୍ଟବଳ […]

santosh

Manoranjan Sial
  • Published: Tuesday, 26 November 2019
  • , Updated: 26 November 2019, 08:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଖୋଲିବ ସୋଶାଲ୍‌ ମିଡ଼ିଆ ମନିଟରିଂ ସେଲ୍‌। ଆଜି ଏନେଇ ସୂଚନା ଦେଇଛନ୍ତି କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ। ସାଇବର ଅପରାଧ ରୋକିବା ପାଇଁ ଥାନାଧିକାରୀଙ୍କ ସମେତ ସବ୍‌ ଇନ୍ସପେର ଓ କନେଷ୍ଟବଳମାନଙ୍କୁ ଆବଶ୍ୟକୀୟ ଟ୍ରେନିଂ ଉପରେ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି।

୨୦୨୦ ସୁଦ୍ଧା ରାଜ୍ୟର ୧୦୦୦ କନେଷ୍ଟବଳ ଓ ସବ-ଇନ୍ସପେକ୍ଟରଙ୍କୁ ସାଇବର ଟ୍ରେନିଂ ପ୍ରଦାନ କରାଯିବାକୁ ଟାର୍ଗେଟ୍ ରଖାଯାଇଛି। ସମ୍ବଲପୁର, ରାଉଲକେଲା ଓ ଅନୁଗୋଳ ରେଞ୍ଜରେ ଏପର୍ଯ୍ୟନ୍ତ ୩୪୦ ଜଣ କନେଷ୍ଟବଳ ଓ ଏସ୍‌ଆଇଙ୍କୁ ସାଇବର ଟ୍ରେନିଂ ପ୍ରଦାନ କରାଯାଇଛି। ଅନ୍ୟମାନଙ୍କୁ ପରେ ଟ୍ରେନିଂ ଦିଆଯିବ ବୋଲି କ୍ରାଇମ୍‌ବ୍ରାଞ୍ଚ ଏଡିଜି କହିଛନ୍ତି।

ସେହିପରି ଆସନ୍ତା ଡିସେମ୍ବରରେ ଭୁବନେଶ୍ୱରରେ ସ୍ୱତନ୍ତ୍ର ସାଇବର ଫରେନ୍ସିକ ଟ୍ରେନିଂ ଲ୍ୟାବ୍‌ ଖୋଲାଯିବ ବୋଲି ସେ ସୂଚନା ଦେଇଛନ୍ତି।

Related story