ପ୍ରାର୍ଥୀ ଚୟନକୁ ନେଇ କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନାଙ୍କ ଅସନ୍ତୋଷ, ଦିଲ୍ଲୀ ଯିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ କଂଗ୍ରେସ ପ୍ରାର୍ଥୀ ଚୟନରେ ହସ୍ତକ୍ଷେପ କରୁଛନ୍ତି ଅଣରାଜନୈତିକ ଓ ଅଣକଂଗ୍ରେସ ଲୋକ। ଆଜି ଏଭଳି ଅଭିଯୋଗ ଆଣିଛନ୍ତି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା। ପ୍ରଥମ ପର୍ଯ୍ୟାୟରେ ୩୬ରେ ଜଣେ ଓ ଦ୍ୱିତୀୟ ପଯର୍ୟାୟରେ ୫୪ରେ ୭ ମହିଳାଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ଏହାକୁ ନେଇ ନିରାଶ ଅଛନ୍ତି ସୁମିତ୍ରା। ଏ ସଂକ୍ରାନ୍ତରେ ସେ ଏଆଇସିସିରେ ଅଭିଯୋଗ କରିବାକୁ ଆଜି ଦିଲ୍ଲୀ ଯିବେ ବୋଲି ଜଣାପଡ଼ିଛି । ରାହୁଲ ଗାନ୍ଧୀଙ୍କ ଘୋଷଣା ଅନୁଯାୟୀ ରାଜ୍ୟ […]

987

Tapas Behera
  • Published: Monday, 25 March 2019
  • , Updated: 25 March 2019, 08:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ କଂଗ୍ରେସ ପ୍ରାର୍ଥୀ ଚୟନରେ ହସ୍ତକ୍ଷେପ କରୁଛନ୍ତି ଅଣରାଜନୈତିକ ଓ ଅଣକଂଗ୍ରେସ ଲୋକ। ଆଜି ଏଭଳି ଅଭିଯୋଗ ଆଣିଛନ୍ତି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା। ପ୍ରଥମ ପର୍ଯ୍ୟାୟରେ ୩୬ରେ ଜଣେ ଓ ଦ୍ୱିତୀୟ ପଯର୍ୟାୟରେ ୫୪ରେ ୭ ମହିଳାଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ଏହାକୁ ନେଇ ନିରାଶ ଅଛନ୍ତି ସୁମିତ୍ରା।

ଏ ସଂକ୍ରାନ୍ତରେ ସେ ଏଆଇସିସିରେ ଅଭିଯୋଗ କରିବାକୁ ଆଜି ଦିଲ୍ଲୀ ଯିବେ ବୋଲି ଜଣାପଡ଼ିଛି । ରାହୁଲ ଗାନ୍ଧୀଙ୍କ ଘୋଷଣା ଅନୁଯାୟୀ ରାଜ୍ୟ ମହିଳା କଂଗ୍ରେସ ୫୨ ଜଣଙ୍କ ତାଲିକା ଦେଇଥିଲେ ବି ପ୍ରାର୍ଥୀ ଚୟନରେ ସେମାନଙ୍କୁ ଗୁରୁତ୍ୱ ମିଳି ନ ଥିବାରୁ ମହିଳା କଂଗ୍ରେସ ଟିମ୍ ଅସନ୍ତୋଷ ପ୍ରକାଶ କରିଛି।

Related story