ସ୍କୁଲ୍ ବ୍ୟାଗ୍ ଓଜନ ନିୟମକୁ ମାନୁ ନାହାନ୍ତି ସ୍କୁଲ କର୍ତ୍ତୃପକ୍ଷ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍କୁଲ୍ ବ୍ୟାଗ୍ ଓଜନ ନିୟମକୁ ମାନୁ ନାହାନ୍ତି ସ୍କୁଲ କର୍ତ୍ତୃପକ୍ଷ। ବସ୍ତାନୀ ବୋଝ ଏବେବି କୋମଳମତି ପିଲାଙ୍କ ପିଠିରେ ପଡ଼ିଛି। ଏକଥା ଆମେ କହୁନୁ, ଖୋର୍ଦ୍ଧା ଜିଲ୍ଲା ପ୍ରକଳ୍ପ ସଂଯୋଜିକା ଦେଇଥିବା ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି। ପ୍ରାୟ ସବୁ ବେସରକାରୀ ସ୍କୁଲ ଜାତୀୟ ଶିଶୁ ଅଧିକାର କମିଶନଙ୍କ ବସ୍ତାନୀ ବୋଝ ନିୟମକୁ ଉଲ୍ଲଂଘନ କରିଛନ୍ତି। ଅଭିଭାବକ ସଂଘର ଅଭିଯୋଗ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ସରକାରୀ ଓ ବେସରକାରୀ […]

schoolbag

Manoranjan Sial
  • Published: Thursday, 21 November 2019
  • , Updated: 21 November 2019, 06:53 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍କୁଲ୍ ବ୍ୟାଗ୍ ଓଜନ ନିୟମକୁ ମାନୁ ନାହାନ୍ତି ସ୍କୁଲ କର୍ତ୍ତୃପକ୍ଷ। ବସ୍ତାନୀ ବୋଝ ଏବେବି କୋମଳମତି ପିଲାଙ୍କ ପିଠିରେ ପଡ଼ିଛି। ଏକଥା ଆମେ କହୁନୁ, ଖୋର୍ଦ୍ଧା ଜିଲ୍ଲା ପ୍ରକଳ୍ପ ସଂଯୋଜିକା ଦେଇଥିବା ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି। ପ୍ରାୟ ସବୁ ବେସରକାରୀ ସ୍କୁଲ ଜାତୀୟ ଶିଶୁ ଅଧିକାର କମିଶନଙ୍କ ବସ୍ତାନୀ ବୋଝ ନିୟମକୁ ଉଲ୍ଲଂଘନ କରିଛନ୍ତି।

ଅଭିଭାବକ ସଂଘର ଅଭିଯୋଗ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ସରକାରୀ ଓ ବେସରକାରୀ ସ୍କୁଲ୍ ବସ୍ତାନୀ ବୋଝର ଯାଞ୍ଚ କରିଥିଲା ଜିଲ୍ଲା ପ୍ରଶାସନ। ଏହି ସମୟରେ କେତେକ ସ୍କୁଲକୁ ବାଦ ଦେଲେ ଅନ୍ୟ ସବୁ ସ୍କୁଲରେ ଏହି ନିୟମକୁ ଖୁଲମ୍‌ଖୁଲା ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳିଥିଲା। ତେଣୁ କାର୍ଯ୍ୟାନୁଷ୍ଠାନ ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ ଦେଇଛି ବ୍ୟାଗ୍ ଯାଞ୍ଚ କରିଥିବା ତଦନ୍ତକାରୀ କମିଟି। ଖାଲି ସେତିକି ନୁହେଁ, ପ୍ରାୟ ସବୁ ସ୍କୁଲ୍‌ରେ ଏନ୍‌ସିଇଆର୍‌ଟି ବହି ବ୍ୟବହାର କରାଯାଉ ନଥିବା ସାମ୍ନାକୁ ଆସିଛି। ନିୟମ ଉଲ୍ଲଂଘନ କରିଥିବା ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ମତରେ ଏଥିଲାଗି ଅଭିଭାବକମାନେ ସଚେତନ ହେବା ଆବଶ୍ୟକ। ସେପଟେ କିନ୍ତୁ ଅଭିଭାବକ ସଂଘ ତଦନ୍ତ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଛି।

ଗୋଟିଏ କି ଦୁଇଟି ସ୍କୁଲ୍ ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ମାତ୍ର ଅଧିକାଂଶ ସ୍କୁଲ୍ ବସ୍ତାନୀ ବୋଝ ଓ ପାଠ୍ୟ ପୁସ୍ତକ ବହି ନିୟମକୁ ଉଲ୍ଲଂଘନ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୁଣ୍ଡବିନ୍ଧା ବଢାଇଦେଇଛି। ଏଦିଗରେ କି ପଦକ୍ଷେପ ନିଆଯିବ, ସେନେଇ ତର୍ଜମା ଚାଲିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି। ମାତ୍ର ଶିକ୍ଷାବିତଙ୍କ ମତ ହେଲା, କେବଳ ନିୟମ ପାଳନ ଲାଗି ସ୍କ୍ୱାଡ୍‌ ଗଠନ କରି ଯାଞ୍ଚ କଲେ ହେବନି, ଏନେଇ ସମସ୍ତେ ସଚେତନ ହେବା ଆବଶ୍ୟକ।

ଏନ୍‌ସିଇଆର୍‌ଟି ଗାଇଡ୍ ଲାଇନ୍ ଅନୁଯାୟୀ, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଲାଗି ବ୍ୟାଗ୍‌ର ଓଜନ ଦେଢ କେଜି ରହିବ। ତୃତୀୟରୁ ପଞ୍ଚମ ଯାଏ ବ୍ୟାଗ୍ ଓଜନ ୨ରୁ ୩ କେଜି, ଷଷ୍ଠ ଓ ସପ୍ତମ ଶ୍ରେଣୀ ଲାଗି ୪ କେଜି, ଅଷ୍ଟମ ଓ ନବମ ପାଇଁ ସାଢେ ଚାରି କେଜି ଏବଂ ଦଶମ ଶ୍ରେଣୀ ଲାଗି ବସ୍ତାନି ଓଜନ ୫ କେଜି ରହିବ। ମାତ୍ର ଏହା ପାଳନ କେତେ ଦୂର ହେଉଛି? ତାହା ଖୋର୍ଦ୍ଧା ଡିପିସିଙ୍କ ରିପୋର୍ଟରୁ ସ୍ପଷ୍ଟ ଭାବେ ଜଣାପଡ଼ିଛି।

Related story