ରାଜ୍ୟରେ ରେଳପ୍ରକଳ୍ପର ଅଜବ ସ୍ଥିତି: ଟଙ୍କା ମିଳିଛି, ହେଲେ ଆଗେଇ ପାରୁନି କାମ

ଅନୁଗୁଳ/ଝାରସୁଗୁଡା/ ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) କେଉଁଠି ଜମି ଅଧିଗ୍ରହଣରେ ବାଧା ତ’ ଆଉ କେଉଁଠି ମିଳୁନି ଜଙ୍ଗଲ ଓ ପରିବେଶ ଅନୁମତି । ସେହିପରି ରେଲୱେ କିପରି ସହଜରେ ଓ କମ୍ ଦାମରେ ବିଜୁଳି ପାଇବ ସେନେଇ ବି ବ୍ୟବସ୍ଥା କରୁନାହାନ୍ତି ରାଜ୍ୟ ସରକାର। ଫଳରେ ଧୀର ମନ୍ଥର ଗତିରେ ଚାଲିଛି ଖୋର୍ଦ୍ଧା-ବଲାଙ୍ଗିର ସମେତ ରାଜ୍ୟର ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ । ଏହାକୁ ନେଇ କେନ୍ଦ୍ର, ରାଜ୍ୟ ଉପରେ ଦୋଷ ଲଦିଛି ଅନ୍ୟପକ୍ଷରେ ରେଳମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ […]

421

421

Tapas Behera
  • Published: Monday, 15 July 2019
  • Updated: 15 July 2019, 08:55 PM IST

Sports

Latest News

ଅନୁଗୁଳ/ଝାରସୁଗୁଡା/ ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) କେଉଁଠି ଜମି ଅଧିଗ୍ରହଣରେ ବାଧା ତ’ ଆଉ କେଉଁଠି ମିଳୁନି ଜଙ୍ଗଲ ଓ ପରିବେଶ ଅନୁମତି । ସେହିପରି ରେଲୱେ କିପରି ସହଜରେ ଓ କମ୍ ଦାମରେ ବିଜୁଳି ପାଇବ ସେନେଇ ବି ବ୍ୟବସ୍ଥା କରୁନାହାନ୍ତି ରାଜ୍ୟ ସରକାର। ଫଳରେ ଧୀର ମନ୍ଥର ଗତିରେ ଚାଲିଛି ଖୋର୍ଦ୍ଧା-ବଲାଙ୍ଗିର ସମେତ ରାଜ୍ୟର ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ । ଏହାକୁ ନେଇ କେନ୍ଦ୍ର, ରାଜ୍ୟ ଉପରେ ଦୋଷ ଲଦିଛି ଅନ୍ୟପକ୍ଷରେ ରେଳମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ରାଜ୍ୟର ପାରିବାପଣିଆ ଉପରେ ପ୍ରଶ୍ନ ଚିହ୍ନ ଲଗାଇଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ରାଜନୀତି ବି ଜୋର ଧରିଛି।

ପଶ୍ଚିମ ଓଡ଼ିଶାର ଜୀବନ ରେଖା ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ଏହାର ଉଭୟ ପଟୁ ଟ୍ରେନ୍ ତ ଗଡିଛି ହେଲେ ପୁରା ପ୍ରକଳ୍ପ କେବେ ସରିବ କହିବା ମୁସ୍କିଲ। କାରଣ ବାଧକ ସାଜିଛି ବୌଦ୍ଧ ଓ ସୋନପୁରରେ ଜମି ଅଧିଗ୍ରହଣ ସମସ୍ୟା। ଫଳରେ ଏବେ ବି ଦେଢ ଶହ କିଲୋମିଟରରୁ ଅଧିକ ଲାଇନ କାମ ବାକି ରହିଛି। ସେହିପରି ଅନୁଗୁଳ-ସୁକିନ୍ଦା, ତାଳଚେର-ବିମଳାଗଡ଼ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଆଗରେ ବି ପ୍ରତିବନ୍ଧକ ଭାବେ ଠିଆ ହୋଇଛି  ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମି ଅନୁମତି ଭଳି ସମସ୍ୟା।  ରାଜ୍ୟରେ ଅନେକ ରେଳ ପ୍ରକଳ୍ପର ଭାଗ୍ୟ ଏମିତି ସମସ୍ୟାର ଅଡୁଆ ଜାଲରେ ଛନ୍ଦି ହୋଇ ରହିଛି । ଫଳରେ ଚଳିତ ବଜେଟରେ କେନ୍ଦ୍ର ସରକାର ରାଜ୍ୟକୁ ସର୍ବାଧିକ ପରିମାଣର ଟଙ୍କା ଦେଇଥିଲେ ମଧ୍ୟ କାମ ଆଗେଇବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏପଟେ ଜମି ଅଧିଗ୍ରହଣ ସମସ୍ୟା, ଜଙ୍ଗଲ ଓ ପରିବେଶ ଅନୁମତି ମିଳୁନଥିବାରୁ ରାଜ୍ୟର ଅଧିକାଂଶ ରେଳ ପ୍ରକଳ୍ପ ଶୋଚନୀୟ  ଅବସ୍ଥାରେ ଥିବା ରେଳମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ସରକାର ରେଲେୱେକୁ ଡିମ୍ଡ ଲାଇସେନ୍ସି ମାନ୍ୟତା ଦେଇନଥିବାରୁ  ବିଦ୍ୟୁତ୍  ପାଇବାରେ ବି ଅସୁବିଧା ହେଉଛି। ଓଡ଼ିଶା ଆସିଥିବା ରେଲୱେ ବୋର୍ଡ ଅଧ୍ୟକ୍ଷ ମଧ୍ୟ ରେଲୱେ ସାମ୍ନା କରୁଥିବା ସମସ୍ୟାକୁ ନେଇ ଉଦ୍‌ବେଗପ୍ରକାଶ କରିଛନ୍ତି।

ଏପଟେ ରେଳମନ୍ତ୍ରୀଙ୍କ ଚିଠି ରାଜ୍ୟ ସରକାରଙ୍କ ଗୁମର ଖୋଲିବା ପରେ  ଟାର୍ଗେଟ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।  ତେବେ ଜମି ଅଧିଗ୍ରହଣ ଓ ଜଙ୍ଗଲ ଆଇନରେ କିଛି ସମସ୍ୟା ଥିବାରୁ ଜମି ଆଣିବାରେ ଅସୁବିଧା ହେଉଛି। ଆସନ୍ତା ୨୫ ତାରିଖରେ ଏନେଇ ସମୀକ୍ଷା ବୈଠକ ହେବ।  ଆଇନରେ ସଂଶୋଧନ ପାଇଁ ମଧ୍ୟ କେନ୍ଦ୍ରକୁ  ଅବଗତ କରାଯିବ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ କହିଛନ୍ତି।

ସମୟ ଥିଲା ଯେତେବେଳେ ଅର୍ଥାଭାବରୁ ପ୍ରକଳ୍ପ କାମ ଆଗେଇ ପାରୁନଥିଲା ।  ମାତ୍ର ଏବେ ସେ ସମସ୍ୟା ନଥିବା ବେଳେ ଜମି ଅଧିଗ୍ରହଣ ଓ ପରିବେଶ ମଂଜୁରୀ ସବୁଠୁ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି।  ଯାହାକି ରାଜ୍ୟରେ ରେଳପଥ ବିକାଶରେ ମୁଖ୍ୟ ଅନ୍ତରାୟ  ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story