କାର୍ଡ ନଥିଲେ ବି ରାସନ ପାଇବେ ଓଡ଼ିଶା ଫେରନ୍ତା ଶ୍ରମିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବା ରାଜ୍ୟ ସରକାର ଓଡ଼ିଶା ଫେରନ୍ତା ଶ୍ରମିକଙ୍କ ନିମନ୍ତେ ରାସନ ସାମଗ୍ରୀ ଓ ମନରେଗାରେ କର୍ମନିଯୁକ୍ତି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ-୧୯ ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରି ଓଡିଶା ଫେରୁଥିବା ସବୁ ଯୋଗ୍ୟ ଶ୍ରମିକମାନେ ଯେପରି ଖାଦ୍ୟ ସୁରକ୍ଷାରୁ ବଂଚିତ […]

ration-card

ration-card

Manoranjan Sial
  • Published: Tuesday, 28 April 2020
  • Updated: 28 April 2020, 07:43 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବା ରାଜ୍ୟ ସରକାର ଓଡ଼ିଶା ଫେରନ୍ତା ଶ୍ରମିକଙ୍କ ନିମନ୍ତେ ରାସନ ସାମଗ୍ରୀ ଓ ମନରେଗାରେ କର୍ମନିଯୁକ୍ତି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ-୧୯ ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରି ଓଡିଶା ଫେରୁଥିବା ସବୁ ଯୋଗ୍ୟ ଶ୍ରମିକମାନେ ଯେପରି ଖାଦ୍ୟ ସୁରକ୍ଷାରୁ ବଂଚିତ ନହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ତାଗିଦ୍ କରିଛନ୍ତି।

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ରାସନ କାର୍ଡ ନଥିଲେ ମଧ୍ୟ ଓଡ଼ିଶା ଫେରୁଥିବା ଶ୍ରମିକ ଓ ତାଙ୍କ ପରିବାରକୁ ଯେଭଳି ରାସନ ପାଇବାରେ କୌଣସି ଅସୁବିଧା ନହେବ ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏବେ କୋଭିଡ-୧୯ ନିୟନ୍ତ୍ରଣ ଦାୟିତ୍ୱ ହିଁ ହେଉଛି ବରିଷ୍ଠ ଅଧିକାରୀମାନଙ୍କ ମୁଖ୍ୟ ଦାୟିତ୍ୱ। ଏହା ଅତିରିକ୍ତ ଦାୟିତ୍ୱ ନୁହେଁ। ଆଗାମୀ ୮-୧୦ଦିନର ଦୃଶ୍ୟପଟ୍ଟକୁ ସାମ୍ନାରେ ରଖି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପଂଚାୟତସ୍ତରରେ ଏଥିପାଇଁ ଅଧିକ ସୁବିଧାସୁଯୋଗ ଯୋଗାଇ ଦେବା, ଫେରୁଥିବା ଶ୍ରମିକମାନଙ୍କ ନିମନ୍ତେ ପଂଚାୟତସ୍ତରରେ କ୍ୱାରେଣ୍ଟାଇନ ଓ ଅନ୍ୟାନ୍ୟ ସୁବିଧା ପ୍ରତି ପ୍ରାଥମିକତା ଦେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ସେହିପରି ମନରେଗାରେ ଶ୍ରମଭିତ୍ତିକ କର୍ମନିଯୁକ୍ତି ଯୋଗାଇ ଦେବା ନିମନ୍ତେ ଆଗାମୀ ସପ୍ତାହ ସୁଦ୍ଧା ଦୈନିକ ୧୦ଲକ୍ଷ ମାନବ ଦିବସକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦୁପତ୍ର କର୍ମଚାରୀମାନଙ୍କ ଜୀବନଜୀବିକା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମଧ୍ୟ ଜଙ୍ଗଲ ବିଭାଗକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଏହି ଆଲୋଚନାରେ ମୁଖ୍ୟ ସଚିବ, ଉନ୍ନୟନ କମିଶନର, ପୁଲିସ ଡିଜି, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ ଓ ବିଭିନ୍ନ ଜିଲ୍ଲା ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକମାନେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ବାହାର ରାଜ୍ୟରେ ଥିବା ପ୍ରାୟ ୫ଲକ୍ଷ ଶ୍ରମିକ ଇତିମଧ୍ୟରେ ଓଡ଼ିଶା ଫେରିବା ପାଇଁ ସରକାରଙ୍କ ୱେବସାଇଟ୍ ମାଧ୍ୟମରେ ପଞ୍ଜିକରଣ କରିସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story