ନିଲମ୍ୱିତ ଜେଲରଙ୍କୁ ବାନ୍ଧିଲା ଭିଜିଲାନ୍ସ

<p>ସମ୍ୱଲପୁର: ନିଲମ୍ବିତ ସମ୍ବଲପୁର ଜେଲର ସୁଶାନ୍ତ ରାଉତ ଗିରଫ। ଚାମ୍ବରରୁ ୧୮ ଲକ୍ଷ ଟଙ୍କା ଜବତ ହେବା ଘଟଣାରେ ସୁଶାନ୍ତଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ। ସୁଶାନ୍ତଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରାଯିବ ବୋଲି ଭିଜିଲାନ୍ସ ଏସ୍&zwnj;ପି କହିଛନ୍ତି।</p> <p>ଗତ ୪ ତାରିଖରେ ରେଡ୍ ବେଳେ ସମ୍ବଲପୁର ମଣ୍ଡଳ କାରାଗାର ଜେଲର ସୁଶାନ୍ତ ରାଉତଙ୍କ ଚାମ୍ବରରେ ଥିବା ଆଲମାରୀରୁ ୧୮ଲକ୍ଷ ୮୬ ହଜାର ଟଙ୍କା ଜବତ ହୋଇଥିଲା। ଏଥିସହ ବହୁ ମୋବାଇଲ ଫୋନ୍, ସିମ କାର୍ଡ ଓ ମାଦକ ଦ୍ରବ୍ୟ ମଧ୍ୟ ଜବତ କରାଯାଇଥିଲା। ଜବତ ୧୮ ଲକ୍ଷ ଟଙ୍କାର ହିସାବ ଦେଇ ନ ପାରିବାରୁ ଗତକାଲି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରି ଭିଜିଲାନ୍ସ ତଦନ୍ତ ପାଇଁ ସୁପାରିଶ କରିଥିଲେ ଜେଲ୍ ଏଡିଜି ଅରୁଣ ରାୟ। ଏହାପରେ ଆଜି ସୁଶାନ୍ତଙ୍କ ବାସଭବନ ଓ ପୈତୃକ ଘରେ ଭିଜିଲାନ୍ସର ୩ଟି ଟିମ୍ ରେଡ୍ କରିଥିଲା। ପରେ ସୁଶାନ୍ତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ।</p>

Ordigital Desk
  • Published: Friday, 09 June 2017
  • Updated: 09 June 2017, 11:59 AM IST
<p>ସମ୍ୱଲପୁର: ନିଲମ୍ବିତ ସମ୍ବଲପୁର ଜେଲର ସୁଶାନ୍ତ ରାଉତ ଗିରଫ। ଚାମ୍ବରରୁ ୧୮ ଲକ୍ଷ ଟଙ୍କା ଜବତ ହେବା ଘଟଣାରେ ସୁଶାନ୍ତଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ। ସୁଶାନ୍ତଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରାଯିବ ବୋଲି ଭିଜିଲାନ୍ସ ଏସ୍&zwnj;ପି କହିଛନ୍ତି।</p><p>ଗତ ୪ ତାରିଖରେ ରେଡ୍ ବେଳେ ସମ୍ବଲପୁର ମଣ୍ଡଳ କାରାଗାର ଜେଲର ସୁଶାନ୍ତ ରାଉତଙ୍କ ଚାମ୍ବରରେ ଥିବା ଆଲମାରୀରୁ ୧୮ଲକ୍ଷ ୮୬ ହଜାର ଟଙ୍କା ଜବତ ହୋଇଥିଲା। ଏଥିସହ ବହୁ ମୋବାଇଲ ଫୋନ୍, ସିମ କାର୍ଡ ଓ ମାଦକ ଦ୍ରବ୍ୟ ମଧ୍ୟ ଜବତ କରାଯାଇଥିଲା। ଜବତ ୧୮ ଲକ୍ଷ ଟଙ୍କାର ହିସାବ ଦେଇ ନ ପାରିବାରୁ ଗତକାଲି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରି ଭିଜିଲାନ୍ସ ତଦନ୍ତ ପାଇଁ ସୁପାରିଶ କରିଥିଲେ ଜେଲ୍ ଏଡିଜି ଅରୁଣ ରାୟ। ଏହାପରେ ଆଜି ସୁଶାନ୍ତଙ୍କ ବାସଭବନ ଓ ପୈତୃକ ଘରେ ଭିଜିଲାନ୍ସର ୩ଟି ଟିମ୍ ରେଡ୍ କରିଥିଲା। ପରେ ସୁଶାନ୍ତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos