‘ଓଡ଼ିଶା ଜିଲ୍ଲା ପରିଷଦ ଆଇନ୍‌ରେ ସଂଶୋଧନ ଗ୍ରହଣୀୟ ନୁହେଁ ’

ଭୁବନେଶ୍ୱର: ଓଡ଼ିଶା ଜିଲ୍ଲା ପରିଷଦ ଆଇନ୍‌ରେ ସଂଶୋଧନ ଗ୍ରହଣୀୟ ନୁହେଁ। ଓଡ଼ିଶା ହାଇକୋର୍ଟରେ ଏହି  ଯୁକ୍ତି ରଖିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ହାଇକୋର୍ଟ କିମ୍ୱା ସୁପ୍ରିମକୋର୍ଟ ମଧ୍ୟ ହସ୍ତକ୍ଷେପ କରନ୍ତି ନାହିଁ। ତେଣୁ ପ୍ରକ୍ରିୟା ମଝିରେ ସରକାରୀ ହସ୍ତକ୍ଷେପ ଅସାମ୍ୱିଧାନିକ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ଓକିଲ କୋର୍ଟଙ୍କୁ ଜଣାଇଛନ୍ତି। ଗତକାଲି ସୁନ୍ଦରଗଡ଼ ଜିଲ୍ଲା ପରିଷଦ ସଦସ୍ୟ ସୁଖଲାଲ ମୁଣ୍ଡାଙ୍କ ଆବେଦନର ଶୁଣାଣି ବେଳେ କମିଶନଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ […]

Orissa-High

Rakesh Mallick
  • Published: Tuesday, 21 March 2017
  • , Updated: 21 March 2017, 02:41 PM IST

ଭୁବନେଶ୍ୱର: ଓଡ଼ିଶା ଜିଲ୍ଲା ପରିଷଦ ଆଇନ୍‌ରେ ସଂଶୋଧନ ଗ୍ରହଣୀୟ ନୁହେଁ। ଓଡ଼ିଶା ହାଇକୋର୍ଟରେ ଏହି  ଯୁକ୍ତି ରଖିଛନ୍ତି ରାଜ୍ୟ ନିର୍ବାଚନ କମିଶନ।

ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ହାଇକୋର୍ଟ କିମ୍ୱା ସୁପ୍ରିମକୋର୍ଟ ମଧ୍ୟ ହସ୍ତକ୍ଷେପ କରନ୍ତି ନାହିଁ। ତେଣୁ ପ୍ରକ୍ରିୟା ମଝିରେ ସରକାରୀ ହସ୍ତକ୍ଷେପ ଅସାମ୍ୱିଧାନିକ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ଓକିଲ କୋର୍ଟଙ୍କୁ ଜଣାଇଛନ୍ତି। ଗତକାଲି ସୁନ୍ଦରଗଡ଼ ଜିଲ୍ଲା ପରିଷଦ ସଦସ୍ୟ ସୁଖଲାଲ ମୁଣ୍ଡାଙ୍କ ଆବେଦନର ଶୁଣାଣି ବେଳେ କମିଶନଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା।

ଗତ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ରାଜ୍ୟ ସରକାର ଓଡ଼ିଶା ଜିଲ୍ଲାପରିଷଦ ନିୟମାବଳୀ ୫୧(୧)ରେ ସଂଶୋଧନ ଆଣିଥିଲେ। ଫଳରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ସମୟରେ ସଦସ୍ୟମାନେ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଦେଖାଇ ଭୋଟ ଦେବାକୁ କୁହାଯାଇଥିଲା। ଏନେଇ ସୁଖଲାଲ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆସନ୍ତାକାଲି ରାଜ୍ୟ ସରକାର ପକ୍ଷ ରଖିବେ।

Related story