ଓଡ଼ିଶାର କୋଭିଡ୍ ମୃତ୍ୟୁ ତଥ୍ୟକୁ ନେଇ ବିଭ୍ରାନ୍ତି: ବଞ୍ଚିଥିବା ଲୋକଙ୍କ ପାଖକୁ ଯାଉଛି କଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କୋଭିଡଜନିତ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ଦେବା ଏବେ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ୍ ପରେ ରାଜ୍ୟ ସରକାରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। କୋଭିଡ୍ ମୃତ୍ୟୁ ପାଇଁ କ୍ଷତିପୂରଣ ସଂକ୍ରାନ୍ତ ଦାବିକୁ ରାଜ୍ୟଗୁଡ଼ିକ ଅଗ୍ରାହ୍ୟ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିବାବେଳେ ଓଡ଼ିଶାରେ କୋଭିଡଜନିତ ମୃତ୍ୟୁର ଶିକାର ହୋଇଥିବା ଲୋକଙ୍କୁ ଖୋଜିବାକୁ ପ୍ରଶାସନ ଏବେ ବଂଚିବା ଲୋକଙ୍କ ସମ୍ପର୍କୀୟଙ୍କୁ ବି ଫୋନ୍ କରି ମୃତ୍ୟୁକାଳୀନ ସହାୟତା ନେବାକୁ ପରାମର୍ଶ ଦେବାକୁ ପଛାଉ […]

Covid Hospital

Covid Hospital

Ordigital Desk
  • Published: Saturday, 05 February 2022
  • Updated: 05 February 2022, 09:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କୋଭିଡଜନିତ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ଦେବା ଏବେ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ୍ ପରେ ରାଜ୍ୟ ସରକାରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। କୋଭିଡ୍ ମୃତ୍ୟୁ ପାଇଁ କ୍ଷତିପୂରଣ ସଂକ୍ରାନ୍ତ ଦାବିକୁ ରାଜ୍ୟଗୁଡ଼ିକ ଅଗ୍ରାହ୍ୟ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିବାବେଳେ ଓଡ଼ିଶାରେ କୋଭିଡଜନିତ ମୃତ୍ୟୁର ଶିକାର ହୋଇଥିବା ଲୋକଙ୍କୁ ଖୋଜିବାକୁ ପ୍ରଶାସନ ଏବେ ବଂଚିବା ଲୋକଙ୍କ ସମ୍ପର୍କୀୟଙ୍କୁ ବି ଫୋନ୍ କରି ମୃତ୍ୟୁକାଳୀନ ସହାୟତା ନେବାକୁ ପରାମର୍ଶ ଦେବାକୁ ପଛାଉ ନଥିବା ଜଣାପଡ଼ିଛି। କୋଭିଡ୍ ସଂକ୍ରମିତଙ୍କ ବାସ୍ତବ ତଥ୍ୟ ନରଖିବା କାରଣରୁ କୋଭିଡ୍ ମୃତ୍ୟୁର ଶିକାର ହୋଇଥିବା ପରିବାରକୁ ଖୋଜିବା ପରୋକ୍ଷରେ ରାଜ୍ୟ ସରକାରଙ୍କ ପାଇଁ ଏକପ୍ରକାର ଚ୍ୟାଲେଞ୍ଜ ପାଲଟିଥିବାବେଳେ ରାଜ୍ୟ ଆଇନସେବା ପ୍ରାଧିକରଣର ସହଯୋଗ ନେବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଫେବୃୟାରୀ ୪ ତାରିଖ ସୁଦ୍ଧା ଓଡ଼ିଶା ସରକାରଙ୍କ କୋଭିଡ୍ ପୋର୍ଟାଲରେ କୋଭିଡଜନିତ ମୃତ୍ୟୁ ସଂଖ୍ୟା ୮୬୮୯ ଥିବାବେଳେ ରାଜ୍ୟ ସରକାର ଗତକାଲି ସୁପ୍ରିମକୋର୍ଟରେ ଦାଖଲ କରିଥିବା ରିପୋର୍ଟରେ ୧୦,୬୨୧ଜଣ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ କୋଭିଡ୍ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଥିବା ଦର୍ଶାଯାଇଛି। ଏହାସହିତ ଆଉ ୩୦୧୭ଟି ଆବେଦନର ଆକଳନ କରାଯାଇ ସେଥିରୁ ୧୫୩୮ଟି ଆବେଦନକୁ ଅନୁମୋଦନ କରାଯାଇଥିବା ସୁପ୍ରିମକୋର୍ଟଙ୍କୁ ରାଜ୍ୟ ସରକାର ଜଣାଇଛନ୍ତି। ଅର୍ଥାତ୍ ଓଡ଼ିଶାରେ କୋଭିଡଜନିତ ମୃତ୍ୟୁ ସଂଖ୍ୟା ୧୩,୬୩୮ଜଣ ବୋଲି ସୁପ୍ରିମକୋର୍ଟଙ୍କ ପାଖରେ ସ୍ୱୀକାର କରିଥିବା ରାଜ୍ୟ୍ୟ ସରକାର ନିଜ କୋଭିଡ୍ ପୋର୍ଟାଲରେ ଏହି ସଂଖ୍ୟାକୁ ୮୬୮୯ଜଣ ବୋଲି ଦର୍ଶାଯାଇଛି।

ତେବେ ମୃତ୍ୟୁ ସଂଖ୍ୟାରେ ଏଭଳି ଅସଙ୍ଗତି କାହିଁକି ହୋଇଛି ତାକୁ ନେଇ ରାଜ୍ୟ ସରକାର ଏପର୍ଯ୍ୟନ୍ତ ନିରବ ରହିଛନ୍ତି । ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦ୍ୱାରା କୋଭିଡଜନିତ ମୃତ୍ୟୁ ଓ ସେମାନଙ୍କ ମେଡିକାଲ ସାର୍ଟିଫିକେଟ୍ ନିର୍ଦ୍ଧାରଣ କରାଯାଉଥିବାରୁ କରୋନାରେ ନିଜର ସମ୍ପର୍କୀୟଙ୍କୁ ହରାଇଥିବା ଆବେଦନକାରୀଙ୍କୁ ଏହି ଟେକନିକାଲ କାରଣରୁ ଅନୁକମ୍ପାମୂଳକ ସହାୟତାରୁ ବଂଚିତ ହେବାକୁ ପଡ଼ିଛି। ଯାହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ପୋଷଣ କରି ଟେକନିକାଲ କାରଣରୁ କୌଣସି ଆବେଦନକୁ ରାଜ୍ୟ ସରକାର ଖାରଜ କରିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ତେବେ ଏବେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାର ଗୋଟିଏପଟେ ମୃତ୍ୟୁର ଭିନ୍ନ ଭିନ୍ନ ତଥ୍ୟ ଦେଉଥିବାବେଳେ ଅନ୍ୟପଟେ ଜୀବିତ ଲୋକଙ୍କୁ ମୃତ ଦର୍ଶାଇବାକୁ କାହିଁକି ଉଦ୍ୟମ କରୁଛନ୍ତି । ଭୁବନେଶ୍ୱରରେ ରହୁଥିବା ଶାଶ୍ୱତ ଦେବଦତ୍ତ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ବିଏମସି କାର୍ଯ୍ୟାଳୟର କର୍ମଚାରୀ ଓ କଳାରାହାଙ୍ଗ ରାଜସ୍ୱ ନିରୀକ୍ଷକ ଫୋନ୍ କରି ତାଙ୍କ ମା’ଙ୍କ ମୃତ୍ୟୁ କୋଭିଡରେ ହୋଇଥିବାରୁ ସେଥିପାଇଁ ଅନୁକମ୍ପାମୂଳକ ସହାୟତା ୫୦ହଜାର ଟଙ୍କା ଆସିଛି ସେବାବଦରେ ଆବଶ୍ୟକ ପ୍ରକ୍ରିୟା କରିବାକୁ କହିଥିଲେ । କିନ୍ତୁ ତାଙ୍କ ମା’ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଓ କେବେ କୋଭିଡ୍ ସଂକ୍ରମିତ ହୋଇନଥିବା ସତ୍ତ୍ୱେ ପ୍ରଶାସନ କିଭଳି ତାଙ୍କ ମା’ଙ୍କୁ କୋଭିଡ ମୃତ୍ୟୁ ତାଲିକାରେ ସାମିଲ କରିଛି ବୋଲି ଶ୍ରୀ ଦେବଦତ୍ତ ଅଭିଯୋଗ କରିଛନ୍ତି ।

ତେଣୁ ରାଜ୍ୟ ସରକାର ଯଦି ପ୍ରଥମରୁ କୋଭିଡ୍ ମୃତ୍ୟୁକୁ ଲୁଚାଇବା ପରିବର୍ତ୍ତେ ସାର୍ବଜନୀନ କରି ତା’ର ହିସାବ ରଖିଥାନ୍ତେ ତା’ହେଲେ ହୁଏତ ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା କି ଜୀବିତ ବ୍ୟକ୍ତିଙ୍କ ପାଖକୁ ମୃତ୍ୟୁକାଳୀନ ଅନୁକମ୍ପାମୂଳକ ସହାୟତା ନେବାକୁ କଲ୍ କରିବାକୁ ପଡ଼ୁନଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story