ବଢୁଛି ଆଶା ଓ ଆଶଙ୍କା, ବଜେଟ୍‌ରେ ରହିବ କି ଓଡ଼ିଶା ପାଇଁ ପ୍ୟାକେଜ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବଜେଟ୍‌ରେ ଓଡ଼ିଶାକୁ ମିଳିବ କ’ଣ। ମଧ୍ୟବର୍ତ୍ତୀକାଳୀନ ବଜେଟ୍ ହୋଇଥିଲେ ମଧ୍ୟ ଓଡ଼ିଶା ବିଜେପି ଫୋକସ୍‌ରେ ଥିବାରୁ କେନ୍ଦ୍ର କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରିବା ନେଇ କଳ୍ପନାଜଳ୍ପନା ଚାଲିଛି। ଏଣେ କେନ୍ଦ୍ର, ଓଡ଼ିଶାର ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିକୁ ଗ୍ରହଣ କରିନଥିବାରୁ ରାଜ୍ୟ ପାଇଁ ଅଧିକ ଅର୍ଥ ବରାଦ କରିପାରନ୍ତି ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି । କୁହାଯାଉଛି ହିନ୍ଦୀ ହାର୍ଟ ଲ୍ୟାଣ୍ଡରେ ନିର୍ବାଚନ ଫଳାଫଳ ଓଲଟପାଲଟ ପରେ କେନ୍ଦ୍ର ଫୋକସରେ ରହିପାରେ ଚାଷୀ। ସେପଟ ଅନ୍ତରୀଣ […]

yy-0

yy-0

Tapas Behera
  • Published: Thursday, 31 January 2019
  • Updated: 31 January 2019, 09:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବଜେଟ୍‌ରେ ଓଡ଼ିଶାକୁ ମିଳିବ କ’ଣ। ମଧ୍ୟବର୍ତ୍ତୀକାଳୀନ ବଜେଟ୍ ହୋଇଥିଲେ ମଧ୍ୟ ଓଡ଼ିଶା ବିଜେପି ଫୋକସ୍‌ରେ ଥିବାରୁ କେନ୍ଦ୍ର କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରିବା ନେଇ କଳ୍ପନାଜଳ୍ପନା ଚାଲିଛି। ଏଣେ କେନ୍ଦ୍ର, ଓଡ଼ିଶାର ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିକୁ ଗ୍ରହଣ କରିନଥିବାରୁ ରାଜ୍ୟ ପାଇଁ ଅଧିକ ଅର୍ଥ ବରାଦ କରିପାରନ୍ତି ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି ।

କୁହାଯାଉଛି ହିନ୍ଦୀ ହାର୍ଟ ଲ୍ୟାଣ୍ଡରେ ନିର୍ବାଚନ ଫଳାଫଳ ଓଲଟପାଲଟ ପରେ କେନ୍ଦ୍ର ଫୋକସରେ ରହିପାରେ ଚାଷୀ। ସେପଟ ଅନ୍ତରୀଣ ବଜେଟ୍ ହୋଇଥିଲେ ବି ଏଥିରୁ ଅନେକ ଆଶା ରଖିଛନ୍ତି ରାଜ୍ୟ ସରକାର। ସବୁଠାରୁ ଅଧିକ ଆଶା ରହିଛି ରେଲୱେରୁ। ୨୦୧୮-୧୯ ସାଧାରଣ ବଜେଟରେ ରେଲେଓ୍ୱ କ୍ଷେତ୍ରରେ ଓଡ଼ିଶାକୁ ମିଳିଥିଲା ୫ ହଜାର ୨୫୨ କୋଟି। ଏଥର ବି ରାଜ୍ୟ ଅଧିକ ଅନୁଦାନ ପାଇବା ନେଇ ଆଶା ପ୍ରକାଶ କରିଛନ୍ତି ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା।

ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦାବିକୁ କେନ୍ଦ୍ର ଏଡ଼ାଉ ଥିବାରୁ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଭଳି ଓଡ଼ିଶାକୁ ୯୦: ୧୦ ଅନୁପାତରେ ଅନୁଦାନ ଦେବାକୁ ଦାବି କରିଛନ୍ତି ଅର୍ଥ ମନ୍ତ୍ରୀ । ସେହିପରି କୃଷକଙ୍କ ଆୟକୁ ବଢ଼ାଇବା ଲାଗି ଯଥେଷ୍ଟ ଅର୍ଥ ବରାଦ ସହ କ୍ଲିନ୍ ଏନର୍ଜି ସେସୁ ଓଡ଼ିଶାକୁ ସିଂହଭାଗ ଯେଭଳି ମିଳିବା ସେ ବ୍ୟବସ୍ଥା ହେବା ଦରକାର ବୋଲି ସେ କହିଛନ୍ତି।

ସେପଟେ କାଲିର ବଜେଟ ଲୋକାଭିମୁଖୀ ହେବ ବୋଲି ଆଶା ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ। ତେବେ ସମସ୍ତଙ୍କ ନଜର ରହିବ ଆୟକର ସ୍ଲାବ ଉପରେ। ଆଗକୁ ନିର୍ବାଚନ ଥିବାରୁ ମଧ୍ୟବିତ୍ତ ଭୋଟରଙ୍କୁ ପ୍ରଲୋଭନ କରିବା ଲାଗି ସରକାର ଆୟକର ସୀମାରେ ବଡଧରଣର ଛାଡ଼ ନେଇ ଘୋଷଣା କରିପାରନ୍ତି । ବର୍ତ୍ତମାନର ଆୟକର ସୀମାକୁ ୨.୫ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢ଼ାଇ ଦେଇପାରନ୍ତି। ହୋମଲୋନ୍ ସହ ଅନ୍ୟ ଟିକସ କ୍ଷେତ୍ରରେ ମଧ୍ୟ ରିହାତି ନେଇ ଘୋଷଣା ହୋଇପାରେ।

ସେହିପରି ମହିଳା ଓ ଯୁବକଙ୍କ ପାଇଁ ମଧ୍ୟ ବଡ଼ ନିଷ୍ପତ୍ତି ନେଇପାରନ୍ତି କେନ୍ଦ୍ର ସରକାର। ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଚିକିତ୍ସା ପାଇଁ ଆମେରିକା ଯାଇଥିବାରୁ ପୀୟୁଷ ଗୋୟଲ ଆସନ୍ତାକାଲି ସଂସଦରେ ବଜେଟ ଉପସ୍ଥାପନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos