Advertisment

ରାଜ୍ୟକୁ ଗ୍ରାସୁଛି ଋଣବୋଝ: ଏବର୍ଷ ଶେଷ ସୁଦ୍ଧା ଟପିବ ୯୨ ହଜାର କୋଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଋଣ ଯନ୍ତାରେ ଓଡ଼ିଶା। ବଢ଼ି ବଢ଼ି ଚାଲିଛି ରାଜ୍ୟର ଋଣ ପରିମାଣ। ବିଧାନସଭାରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ରଖିଥିବା ଉତ୍ତର ଅନୁଯାୟୀ, ରାଜ୍ୟର ମୋଟ୍ ଋଣ ପରିମାଣ ୭୬ ହଜାର ୪୨୮ ଦଶମିକ ୪୧ କୋଟି ରହିଛି। ତେବେ ଗଲା ଚାରି ବର୍ଷ ଧରି ରାଜ୍ୟ ସରକାର ଯେଭଳି ଋଣ କରି ଚାଲିଛନ୍ତି, ବର୍ଷ କେଇଟାରେ ଏହା ରାଜ୍ୟର ମୋଟ୍ ବଜେଟ୍ ପରିମାଣକୁ ବି ଟପି ଯିବା ନେଇ ଆଶଙ୍କା ପ୍ରକାଶ ପାଉଛି। […]

author-image
Sampad Mahapatra
ଅଦ୍ୟତନ ହୋଇଛି
ରାଜ୍ୟକୁ ଗ୍ରାସୁଛି ଋଣବୋଝ: ଏବର୍ଷ ଶେଷ ସୁଦ୍ଧା ଟପିବ ୯୨ ହଜାର କୋଟି

loan_burden 11

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଋଣ ଯନ୍ତାରେ ଓଡ଼ିଶା। ବଢ଼ି ବଢ଼ି ଚାଲିଛି ରାଜ୍ୟର ଋଣ ପରିମାଣ। ବିଧାନସଭାରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ରଖିଥିବା ଉତ୍ତର ଅନୁଯାୟୀ, ରାଜ୍ୟର ମୋଟ୍ ଋଣ ପରିମାଣ ୭୬ ହଜାର ୪୨୮ ଦଶମିକ ୪୧ କୋଟି ରହିଛି।

Advertisment

ତେବେ ଗଲା ଚାରି ବର୍ଷ ଧରି ରାଜ୍ୟ ସରକାର ଯେଭଳି ଋଣ କରି ଚାଲିଛନ୍ତି, ବର୍ଷ କେଇଟାରେ ଏହା ରାଜ୍ୟର ମୋଟ୍ ବଜେଟ୍ ପରିମାଣକୁ ବି ଟପି ଯିବା ନେଇ ଆଶଙ୍କା ପ୍ରକାଶ ପାଉଛି।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାକୁ ଆସିବା ବେଳକୁ ଅର୍ଥାତ୍ ୨୦୦୦-୨୦୦୧ରେ ରାଜ୍ୟ ମୋଟ ଋଣ ପରିମାଣ ଥିଲା ପ୍ରାୟ ୨୧ ହଜାର କୋଟି। ଆଉ ୧୮ ବର୍ଷ ପରେ ରାଜ୍ୟର ଋଣ ପରିମାଣ ପହଞ୍ଚିଛି ୭୬ ହଜାର ୪୨୮.୪୧ କୋଟିରେ।

Advertisment

ତଥ୍ୟ କହୁଛି, ଖାସ୍ କରି ଗଲା ୪ ବର୍ଷରେ ରାଜ୍ୟ ସରକାର ଅଧିକ ଋଣ କରିଛନ୍ତି। ୨୦୧୪-୧୫ରେ ସରକାର ୭୬୩୬.୫୪ କୋଟି ଋଣ ନେଇଥିବା ବେଳେ ୨୦୧୫-୧୬ରେ ୧୧ ହଜାର ୬୨୫ କୋଟି ୩୨ ଲକ୍ଷ, ୧୬-୧୭ରେ ୧୩ ହଜାର ୮୦ କୋଟି ୧୭ ଲକ୍ଷ ଓ ୧୭-୧୮ରେ ୧୪ ହଜାର ୪୧୯କୋଟି କୋଟି ୪୧ ଲକ୍ଷ ଋଣ କରିଛନ୍ତି।

ତେବେ ଚିନ୍ତାର ବିଷୟ ହେଉଛି, ଗଲା ୪ ବର୍ଷରେ ରାଜ୍ୟ ସରକାର ୪୬ ହଜାର ୭୬୧.୪୪ କୋଟିର ଋଣ କରିଥିବା ବେଳେ ପରିଶୋଧ କରିଛନ୍ତି ମାତ୍ର ୧୧ ହଜାର ୫୬୩.୦୩ କୋଟି। ସେହିପରି ଚଳିତ ବର୍ଷ ଯେତିକି ଋଣ କରିବାକୁ ପ୍ରସ୍ତାବ ରହିଛି, ରାଜ୍ୟର ମୋଟ ଋଣ ପରିମାଣ ୯୨ ହଜାର କୋଟିରେ ପହଞ୍ଚିବ।

ତେବେ ବଢ଼ି ଚାଲିଥିବା ଋଣ ଭାରକୁ ନେଇ ବିବ୍ରତ ନୁହନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ରାଜ୍ୟର ମୋଟ ଋଣ, ଜିଡିପିର ୧୭.୭୬ ପ୍ରତିଶତ ରହିଛି। ଯାହାକି ସର୍ବୋଚ୍ଚ ସୀମା ୨୫ ପ୍ରତିଶତରୁ ଢେର କମ୍ ଓ ରାଜ୍ୟ ଆର୍ଥିକ ଶୃଙ୍ଖଳା ମଧ୍ୟରେ ରହିଥିବା ସେ ଯୁକ୍ତିରେ ଦର୍ଶାଇଛନ୍ତି।

ତେବେ ଅର୍ଥମନ୍ତ୍ରୀଙ୍କ ଯୁକ୍ତି ସହ ସହମତ ନୁହଁନ୍ତି ବିଶେଷଜ୍ଞ। ଋଣ କରିବାରେ ଆପତ୍ତି ନାହିଁ, ତେବେ ଏହାକୁ ରାଜସ୍ୱ ସୃଷ୍ଟି କରୁଥିବା କାର୍ଯ୍ୟକ୍ରମରେ ବିନିଯୋଗ କରାଯିବା ଦରକାର। ମାତ୍ର ରାଜ୍ୟ ସରକାର ତାହା ନକରି କେବଳ ନିଜର ପ୍ରମୁଖ ଯୋଜନା ବାବଦରେ ଅର୍ଥ ଖର୍ଚ୍ଚ କରୁଛନ୍ତି।

ତେଣୁ ଋଣ ପରିଶୋଧ କ୍ଷମତା ହ୍ରାସ ପାଇବା ସହ ଆଗାମୀ ଦିନରେ ରାଜ୍ୟ ଋଣ ଯନ୍ତାରେ ପଡିଯିବ ବୋଲି ଆଶଙ୍କା କରିଛନ୍ତି ବିଜିନେସ୍ ଷ୍ଟାଣ୍ଡାର୍ଡ ରେସିଡେଣ୍ଟ ଏଡିଟର ଦିଲୀପ ଶତପଥୀ।

ଦେଖନ୍ତୁ ଏ ସଂପର୍କିତ ଭିଡ଼ିଓ ଷ୍ଟୋରି