ଗରିବ ପିଲାଙ୍କୁ ମାଗଣାରେ ଓଡ଼ିଶୀ ନୃତ୍ୟ ଶିଖାଉଛନ୍ତି ଲିମା ଦାସ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଓଡ଼ିଶୀ ହେଉଛି ଶାସ୍ତ୍ରୀୟ ନୃତ୍ୟ। ଏହି ନୃତ୍ୟକୁ ଗ୍ରାମାଞ୍ଚଳରେ ଲୋକାଭିମୁଖୀ କରିବା ପାଇଁ ଅନବରତ ଉଦ୍ୟମ କରୁଛନ୍ତି ଓଡ଼ିଶୀ ନୃତ୍ୟଶିଳ୍ପୀ ଲିମା ଦାସ। ସେଥିପାଇଁ ସେ ଖୋଲିଛନ୍ତି ତିନିଟି ନୃତ୍ୟ ଅନୁଷ୍ଠାନ। ସେଠାରେ ସେ ଛୋଟ ଛୋଟ ପିଲାଙ୍କୁ ଦେଉଛନ୍ତି ନୃତ୍ୟ ଶିକ୍ଷା। ଗରିବ ପିଲାଙ୍କୁ ସେ ମାଗଣାରେ ନୃତ୍ୟ ଶିକ୍ଷା ଦେଉଛନ୍ତି। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜ ସୁନାଖଳାରେ ଜନ୍ମ ଗ୍ରହଣ କରିଛନ୍ତି ଲିମା ଦାସ। ତିନି ଭଉଣୀଙ୍କ ଭିତରୁ ଲିମା […]

Lima Das

Lima Das

Manoranjan Sial
  • Published: Saturday, 07 August 2021
  • Updated: 07 August 2021, 09:20 PM IST

Sports

Latest News

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଓଡ଼ିଶୀ ହେଉଛି ଶାସ୍ତ୍ରୀୟ ନୃତ୍ୟ। ଏହି ନୃତ୍ୟକୁ ଗ୍ରାମାଞ୍ଚଳରେ ଲୋକାଭିମୁଖୀ କରିବା ପାଇଁ ଅନବରତ ଉଦ୍ୟମ କରୁଛନ୍ତି ଓଡ଼ିଶୀ ନୃତ୍ୟଶିଳ୍ପୀ ଲିମା ଦାସ। ସେଥିପାଇଁ ସେ ଖୋଲିଛନ୍ତି ତିନିଟି ନୃତ୍ୟ ଅନୁଷ୍ଠାନ। ସେଠାରେ ସେ ଛୋଟ ଛୋଟ ପିଲାଙ୍କୁ ଦେଉଛନ୍ତି ନୃତ୍ୟ ଶିକ୍ଷା। ଗରିବ ପିଲାଙ୍କୁ ସେ ମାଗଣାରେ ନୃତ୍ୟ ଶିକ୍ଷା ଦେଉଛନ୍ତି।

[caption id="attachment_665206" align="aligncenter" width="650"]Lima Das ଓଡ଼ିଶୀ ନୃତ୍ୟ ମୁଦ୍ରାରେ ଲିମା ଦାସ[/caption]

ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜ ସୁନାଖଳାରେ ଜନ୍ମ ଗ୍ରହଣ କରିଛନ୍ତି ଲିମା ଦାସ। ତିନି ଭଉଣୀଙ୍କ ଭିତରୁ ଲିମା ହେଉଛନ୍ତି ମଝିଆଁ। ସେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ବେଳେ ଓଡ଼ିଶୀ ନୃତ୍ୟ ଆକର୍ଷୀତ ହୋଇଥିଲେ। ପରେ ଭୁବନେଶ୍ୱରରେ ଗୁରୁ ଦୁର୍ଗା ପ୍ରସାଦ ପଣ୍ଡାଙ୍କଠାରୁ ନୃତ୍ୟ ଶିକ୍ଷା ଆରମ୍ଭ କଲେ। ତା’ପରେ ଗୁରୁ ଡକ୍ଟର ଗଜେନ୍ଦ୍ର କୁମାର ପଣ୍ଡାଙ୍କଠାରୁ ନୃତ୍ୟ ଶିକ୍ଷା ଗ୍ରହଣ କରିଥିଲେ ଲିମା। ଦୁର୍ଗା ତାଣ୍ଡବ, ଦଶାବତାର ପରି ଅନେକ ନୃତ୍ୟକୁ ଅତି ଚମତ୍କାର ଭଙ୍ଗୀରେ ପରିବେଷଣ କରି ବେଶ ପ୍ରଶଂସିତ ହୋଇଛନ୍ତି ଲିମା। ସେ ଦେଶ ବିଦେଶରେ ଓଡ଼ିଶୀ ନୃତ୍ୟ ପରିବଷଣ କରି ରାଜ୍ୟ ପାଇଁ ଆଣିଛନ୍ତି ଅନେକ ଗୌରବ। ଲିମା ଏବେ ରାଜ ସୁନାଖଳା କଲେଜରେ ପାଠ ପଢ଼ୁଛନ୍ତି। ଏଥିସହ ପିଲାଙ୍କୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେଉଛନ୍ତି।

[caption id="attachment_665211" align="aligncenter" width="650"]Lima ପରିବାର ଲୋକଙ୍କ ଗହଣରେ ଲିମା[/caption]

ଗ୍ରାମାଞ୍ଚଳରେ ଓଡ଼ିଶୀ ନୃତ୍ୟକୁ ଲୋକାଭିମୁଖୀ କରିବା ପାଇଁ ଖୋଲିଛନ୍ତି ନୃତ୍ୟ ଅନୁଷ୍ଠାନ। ରାଜ ସୁନାଖଳା, ରଣପୁର ଓ ବୋଲଗଡ଼ ଆଦି ଅଞ୍ଚଳରେ ସେ ତିନୋଟି ନୃତ୍ୟ ଅନୁଷ୍ଠାନ ଖୋଲି ଶତାଧିକ ଛାତ୍ରଛାତ୍ରୀଙ୍କୁ ଦୀର୍ଘ ୭ ବର୍ଷ ଧରି ଦେଇ ଆସୁଛନ୍ତି ଓଡ଼ିଶୀ ନୃତ୍ୟ ଶିକ୍ଷା। ସେଠାରେ ସେ ଗରିବ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ମାଗଣାରେ ଯୋଗାଇ ଆସୁଛନ୍ତି ଶିକ୍ଷା। ତେବେ ଆର୍ଥିକ ସ୍ୱଚ୍ଛଳ ଅଭିବାବକମାନେ ଯେତିକି ପାରିଶ୍ରମିକ ଦିଅନ୍ତି, ସେଥିରେ ଚାଲେ ଏହି ଅନୁଷ୍ଠାନ। ଏହି ଶାସ୍ତ୍ରୀୟ ପରମ୍ପରା ସମ୍ପନ୍ନ ନୃତ୍ୟକୁ ଶିଖିବାକୁ ଚାହୁଁ ଥିବା କୌଣସି ଛାତ୍ରଛାତ୍ରୀ ଅର୍ଥ ଅଭାବ କାରଣରୁ ଯେପରି ବଞ୍ଚିତ ନ ହୁଅନ୍ତୁ ସେହି ଲକ୍ଷ ରଖିଛନ୍ତି ଲିମା। ଏଥିରେ ତାଙ୍କ ବାପା-ମାଆ ତଥା ପୂରା ପରିବାର ସହଯୋଗ କରୁଛନ୍ତି। ଏହି ଶାସ୍ତ୍ରୀୟ ନୃତ୍ୟର ବହୁଳ ପ୍ରଚାର ପ୍ରସାର ସହ ଦେଶ ବିଦେଶରେ ଗାଁ ଗହଳିର ନୃତ୍ୟଶିଳ୍ପୀମାନେ ପରିଚୟ ପାଇବେ, ସେଥିପାଇଁ ସେ ଅନବରତ ପ୍ରୟାସ କରି ଚାଲିଛନ୍ତି। ନିଜର ସମସ୍ତ ପରିଶ୍ରମ ଓ ସାଧନା ଏହି କୋମଳମତି ପିଲାଙ୍କ ପାଇଁ ସମର୍ପିତ ବୋଲି ଲିମା କୁହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos