ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆଜି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-୨୦୧୯(ଓଜେଇଇ)ର ଫଳ ପ୍ରକାଶ ପାଇଛି। ଉଭୟ ଅନଲାଇନ ଓ ଅଫ୍ଲାଇନ ରେଜଲ୍ଟ ପ୍ରକାଶ ପାଇଛି। ଏମ୍ବିଏରେ ପ୍ରଦୀପ କୁମାର କମ୍ପ ଟପ୍ପର ହୋଇଛନ୍ତି । ଏମ୍ସିଏରେ ସ୍ମିତାରାଣୀ ଚୌଧୁରୀ ଟପ୍ପର ହୋଇଛନ୍ତି। ସେହିପରି
ଏମ୍.ଟେକରେ ପ୍ରଦୀପ କୁମାର ବାରିକ, ଏମ୍ .ଫାର୍ମରେ ଅତ୍ୟୁର୍ମିଲା ଚକ୍ରବର୍ତ୍ତୀ ଟପ୍ପର ହୋଇଛନ୍ତି। ବି.ଫାର୍ମରେ ସମୀର କୁମାର ପାଢ଼ୀ, ଫାର୍ମାସି ଲ୍ୟାଟେରାଲ ଏଣ୍ଟ୍ରିରେ ଅମିତ କୋଟାଲ ଏବଂ ବିଏସ୍ସିର ଲ୍ୟାଟେରାଲ ଏଣ୍ଟ୍ରିରେ ଭବାନୀ ଶଙ୍କର ବେହେରା ଟପ୍ପର ହୋଇଛନ୍ତି । ସେହିପରି ଇଣ୍ଟିଗ୍ରେଟେଡ ଏମ୍ବିଏରେ ସ୍ୱୀକୃତି ମହାପାତ୍ର ଟପ୍ପର ହୋଇଥିବା ବେଳେ ଲ୍ୟାଟେରାଏ ଏଣ୍ଟ୍ରି ଏମ୍ସିଏରେ ସୁମନ୍ତ ପାତ୍ର ଟପ୍ପର ହୋଇଛନ୍ତି।
ଚଳିତ ବର୍ଷ ଅଫ୍ଲାଇନରେ ୨୫ ହଜାର ୭୩୧ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ଅନ୍ଲାଇନରେ ୧୩ ହଜାର ୯୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନେ ରାଜ୍ୟର ବିଭିନ୍ନ ଇଞ୍ଜିନିୟରିଂ କଲେଜ ଓ ପ୍ରଫେସନାଲ୍ କୋର୍ସରେ ନାମ ଲେଖାଇବେ। ମେ ୧୮ରେ ଓଜେଇଇ ଅଫ୍ ଲାଇନ୍ ପରୀକ୍ଷା ହୋଇଥିବାବେଳେ ଜୁନ୍ ୮ ଓ ୯ରେ ଅନ୍ଲାଇନ୍ ପରୀକ୍ଷା ହୋଇଥିଲା। ପରୀକ୍ଷାର୍ଥୀମାନେ ଓଜେଇଇର ନିଜସ୍ୱ ୱେବସାଇଟ୍ http://www.ojee.nic.in କୁ ଯାଇ ନିଜର ରେଜଲ୍ଟ ଜାଣିପାରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।