ଓଜେଏସର ପ୍ରାଥମିକ ପରୀକ୍ଷା ଫଳ ପ୍ରକାଶ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ

ଭୁବନେଶ୍ୱର: ୨୦୧୫ ଓଡିଶା ଜୁଡିସିଆଲ ସର୍ଭିସ ବା ଓଜେଏସର ପ୍ରାଥମିକ ପରୀକ୍ଷା ଫଳ ପ୍ରକାଶନ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ୨୦୧୫ ଓଡିଶା ଜୁଡିସିଆଲ ସର୍ଭିସ(ଓଜେଏସ)ର ପ୍ରାଥମିକ ପରୀକ୍ଷା ପ୍ରଶ୍ନପତ୍ରରେ କେତେକ ତୃଟିପୂର୍ଣ୍ଣ ପ୍ରଶ୍ନ ସହ ମଲ୍ଟିପୁଲ ଚଏସ ପ୍ରଶ୍ନର ଉତ୍ତରରେ ମଧ୍ୟ ତୃଟି ରହିଥିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ବିରୋଧ କରି ମନମୋହୀନି ବିଷୋୟୀ ଏବଂ ଅନ୍ୟ ୧୮ ଜଣଙ୍କ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା। ମାମଲାର ପ୍ରାରମ୍ଭିକ […]

highcourt

Rakesh Mallick
  • Published: Tuesday, 23 June 2015
  • , Updated: 23 June 2015, 12:55 PM IST

ଭୁବନେଶ୍ୱର: ୨୦୧୫ ଓଡିଶା ଜୁଡିସିଆଲ ସର୍ଭିସ ବା ଓଜେଏସର ପ୍ରାଥମିକ ପରୀକ୍ଷା ଫଳ ପ୍ରକାଶନ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ୨୦୧୫ ଓଡିଶା ଜୁଡିସିଆଲ ସର୍ଭିସ(ଓଜେଏସ)ର ପ୍ରାଥମିକ ପରୀକ୍ଷା ପ୍ରଶ୍ନପତ୍ରରେ କେତେକ ତୃଟିପୂର୍ଣ୍ଣ ପ୍ରଶ୍ନ ସହ ମଲ୍ଟିପୁଲ ଚଏସ ପ୍ରଶ୍ନର ଉତ୍ତରରେ ମଧ୍ୟ ତୃଟି ରହିଥିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ବିରୋଧ କରି ମନମୋହୀନି ବିଷୋୟୀ ଏବଂ ଅନ୍ୟ ୧୮ ଜଣଙ୍କ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା। ମାମଲାର ପ୍ରାରମ୍ଭିକ ଶୁଣାଣିରେ ଓ.ପି.ଏସ.ସିକୁ ନିଜର ଜବାବ ଦାଖଲ କରିବାକୁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ତୃଟିପୂର୍ଣ୍ଣ ପ୍ରଶ୍ନ ପ୍ରସଙ୍ଗରେ ଓ.ପି.ଏସ.ସି କର୍ତ୍ତୃପକ୍ଷ ଅବଗତ ଅଛନ୍ତି। ଓ.ପି.ଏସ.ସି ପକ୍ଷରୁ ୱେବସାଇଟ ମାଧ୍ୟମରେ ପରିକ୍ଷାର୍ଥୀମାନଙ୍କ ନିକଟରୁ ଅଭିଯୋଗ ଆହ୍ୱାନ କରାଯାଇଛି ଓ ଏହାର ଅନୁଧ୍ୟାନ ପାଇଁ ଏକ୍ସପଟ କମିଟି ଗଠନ କରାଯାଇଛି। ଏକ୍ସପଟ କମିଟି ରିପୋର୍ଟ ଦାଖଲ କରିବା ପରେ ଏ ପ୍ରସଙ୍ଗରେ ନିଷ୍ପତି ଗ୍ରହଣ କରାଯିବ ବୋଲି ଓ.ପି.ଏସ.ସିର ଓକିଲ ବରିଷ୍ଠ ଆଇନଜୀବୀ ପ୍ରଦୀପ୍ତ ମହାନ୍ତି କୋର୍ଟକୁ ଅବଗତ କରାଇଥିଲେ। ଏକ୍ସପଟ କମିଟି ରିପୋର୍ଟ କୋର୍ଟରେ ଦାଖଲ କରିବା ସହ ଅନ୍ୟାଦେଶ ପର୍ଯ୍ୟନ୍ତ ପ୍ରାଥମିକ ପରିକ୍ଷା ଫଳ ପ୍ରକାଶ ନ କରିବାକୁ କୋର୍ଟ ଅନ୍ତରିଣ ନିଦ୍ଦେର୍ଶ ଦେଇଛନ୍ତି। ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତି ଶୁଣାଣି ହେବ।

Related story