କଟକ, ଭୁବନେଶ୍ୱରରେ ଚାଲିଲା ‘ଓଲା’ କ୍ୟାବ୍

ଭୁବନେଶ୍ୱର: ଆଜିଠାରୁ ଟୁଇନ୍ ସିଟିରେ ଉପଲବ୍ଧ ହେବ ଓଲା କ୍ୟାବ୍ସ ସେବା। ଲକ୍ଡାଉନ୍ ସମୟରେ ଜରୁରୀକାଳୀନ ସେବା ପ୍ରଦାନ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଓଲାକୁ ପାସ୍ ମିଳିଛି। ଭୁବନେଶ୍ୱର ଓ କଟକ ପାଇଁ ୧୦୦ଟି ଓଲା କାରକୁ ପାସ୍ ଦିଆହୋଇଛି। କେବଳ ମେଡିକାଲ ଏମର୍ଜେନ୍ସି ଲୋକଙ୍କୁ ନେଇପାରିବେ। ସାମାଜିକ ଦୂରତ୍ୱ ନିୟମ ମାନି କାରରେ କେବଳ ୨ ଜଣ ଯାତ୍ରୀ ପରିବହନ କରିପାରିବେ। ଭୁବନେଶ୍ୱର ଡିସିପିଙ୍କ ଅଫିସ୍‌ ଏହି ସ୍ୱତନ୍ତ୍ର ଏମର୍ଜେନ୍ସି ଓଲା ପାସ୍ ଦିଆହୋଇଛି। […]

ola-final-1

Tapas Behera
  • Published: Sunday, 12 April 2020
  • , Updated: 12 April 2020, 06:39 PM IST

ଭୁବନେଶ୍ୱର: ଆଜିଠାରୁ ଟୁଇନ୍ ସିଟିରେ ଉପଲବ୍ଧ ହେବ ଓଲା କ୍ୟାବ୍ସ ସେବା। ଲକ୍ଡାଉନ୍ ସମୟରେ ଜରୁରୀକାଳୀନ ସେବା ପ୍ରଦାନ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଓଲାକୁ ପାସ୍ ମିଳିଛି। ଭୁବନେଶ୍ୱର ଓ କଟକ ପାଇଁ ୧୦୦ଟି ଓଲା କାରକୁ ପାସ୍ ଦିଆହୋଇଛି।

କେବଳ ମେଡିକାଲ ଏମର୍ଜେନ୍ସି ଲୋକଙ୍କୁ ନେଇପାରିବେ। ସାମାଜିକ ଦୂରତ୍ୱ ନିୟମ ମାନି କାରରେ କେବଳ ୨ ଜଣ ଯାତ୍ରୀ ପରିବହନ କରିପାରିବେ। ଭୁବନେଶ୍ୱର ଡିସିପିଙ୍କ ଅଫିସ୍‌ ଏହି ସ୍ୱତନ୍ତ୍ର ଏମର୍ଜେନ୍ସି ଓଲା ପାସ୍ ଦିଆହୋଇଛି।

ଲକ୍‌ଡାଉନ୍‌ ଯୋଗୁଁ ଜରୁରୀ ସ୍ଥାନକୁ ଯିବା ଲୋକମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ଉଭୟ ସହରରେ ଓଲା କ୍ୟାବ୍ସ ସେବା ରୋଗୀ ଓ ଲୋକଙ୍କୁ ସୁବିଧା ଯୋଗାଇଦେବ।

Related story