ଡି. ଶୁଭଲକ୍ଷ୍ମୀଙ୍କ ଉପରେ ଅଦୃଶ୍ୟ ବଜ୍ର

ଜୟପୁର(ଟି.ଗୌରୀ ଶଙ୍କର) କୋରାପୁଟ ଜିଲ୍ଲା ବ୍ରାହ୍ମଣି ଗାଁର ଡି. ଶୁଭଲକ୍ଷ୍ମୀଙ୍କ ଉପରେ ସତେ ଯେମିତି ଏବେ ଅଦୃଶ୍ୟ ବଜ୍ର ପଡ଼ିଛି।  ଘରେ ଜରାଗ୍ରସ୍ତ ସ୍ୱାମୀ, ଦୁଇ ଦୁଇଟି  ରୋଗଗ୍ରସ୍ତ ପୁଅ।  ସେପଟେ ପରିବାରର ଏକମାତ୍ର ଆଶ୍ରା, ସାନ ପୁଅ ବି ଏବେ ୧୪ ଦିନିଆ ସରକାରୀ କ୍ୱାରେଣ୍ଟାଇନରେ।  ଏଭଳି ସ୍ଥିତିରେ ବୁଢ଼ୀ  ବୟସରେ ପୂରା ପରିବାରର ବୋଝ  ପରିଣତ ବୟସ୍କା ଶୁଭଲକ୍ଷ୍ମୀଙ୍କ ଉପରେ।  ଯେଉଁ ବୟସରେ ଲୋକଙ୍କ ପାଇଁ ନିଜ କଥା ବୁଝିବା ଅସମ୍ଭବ  ହୋଇପଡ଼େ, ସେ […]

5bn

5bn

Tapas Behera
  • Published: Wednesday, 29 April 2020
  • Updated: 29 April 2020, 09:12 PM IST

Sports

Latest News

ଜୟପୁର(ଟି.ଗୌରୀ ଶଙ୍କର) କୋରାପୁଟ ଜିଲ୍ଲା ବ୍ରାହ୍ମଣି ଗାଁର ଡି. ଶୁଭଲକ୍ଷ୍ମୀଙ୍କ ଉପରେ ସତେ ଯେମିତି ଏବେ ଅଦୃଶ୍ୟ ବଜ୍ର ପଡ଼ିଛି।  ଘରେ ଜରାଗ୍ରସ୍ତ ସ୍ୱାମୀ, ଦୁଇ ଦୁଇଟି  ରୋଗଗ୍ରସ୍ତ ପୁଅ।  ସେପଟେ ପରିବାରର ଏକମାତ୍ର ଆଶ୍ରା, ସାନ ପୁଅ ବି ଏବେ ୧୪ ଦିନିଆ ସରକାରୀ କ୍ୱାରେଣ୍ଟାଇନରେ।  ଏଭଳି ସ୍ଥିତିରେ ବୁଢ଼ୀ  ବୟସରେ ପୂରା ପରିବାରର ବୋଝ  ପରିଣତ ବୟସ୍କା ଶୁଭଲକ୍ଷ୍ମୀଙ୍କ ଉପରେ।  ଯେଉଁ ବୟସରେ ଲୋକଙ୍କ ପାଇଁ ନିଜ କଥା ବୁଝିବା ଅସମ୍ଭବ  ହୋଇପଡ଼େ, ସେ ବୟସରେ ତିନି ତିନିଟା ରୋଗୀଣା ଲୋକଙ୍କୁ ନେଇ ଶୁଭଲକ୍ଷ୍ମୀ କେମିତି ଚଳିବେ, ଏବେ ସେଇ ଚିନ୍ତାରେ।

ଦୁର୍ବଳିଆ କାନ୍ଧରେ ଦଇବ ଲଦି ଦେଇଛି, ପର୍ବତ ପ୍ରମାଣ ବୋଝ । ପାଖରେ ସ୍ୱାମୀ ଆଉ ତିନି ତିନିଟା ଭେଣ୍ଡିଆ ପୁଅ  । ହେଲେ  ବିଧାତା ଏମିତି ଦାଉ ସାଧିଛି, ସମସ୍ତେ ଥାଇ ବି ନଥିଲା ଭଳି।  ୯୦ ବର୍ଷ ବୟସରେ ପୂରାପୂରି ଅସହାୟ ଜୟପୁର ବ୍ରାହ୍ମଣୀ ଗାଁର ଡି. ଶୁଭଲକ୍ଷ୍ମୀ। ଶୁଭଲକ୍ଷ୍ମୀଙ୍କ ସ୍ୱାମୀ ଓ ମଝିଆ ପୁଅ ପକ୍ଷାଘାତରେ ପୀଡ଼ିତ।  ବଡ଼ପୁଅକୁ ମାଉଥ୍ କ୍ୟାନ୍ସର  । ଆଉ ଏ ଦୁଃଖିନୀର ଏକ ମାତ୍ର ବଳ  ସାନପୁଅ, ୩ ଦିନ ହେଲା ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରରେ। ଏ ବିପଦ ବେଳରେ ସିଏ ଏକାକି କାହାର ଯତ୍ନ ନେବ, କାହାର ସେବା  କରିବ, କାହା ମୁହଁରେ ଆହାର ଦେବ। କିଛି ବୁଦ୍ଧିବାଟ ଦିଶୁନି।

ଶୁଭଲକ୍ଷ୍ମୀଙ୍କ ବଡ଼ପୁଅ ଲକ୍ଷ୍ଣଣ ରାଓ ମୁଖ ଗହ୍ୱର କର୍କଟ ରୋଗରେ ପୀଡ଼ିତ ହୋଇ ଗତ ତିନି ମାସ ହେଲା କଟକରେ ଚିକିତ୍ସିତ  ହେଉଥିଲେ । ଅବସ୍ଥା ସୁଧୁରିବା ପରେ ଲକ୍‌ଡାଉନ ସତ୍ତ୍ୱେ ଗତ ୨୪ ତାରିଖରେ ତାଙ୍କୁ କଟକ ଧରି ଘରକୁ ପଳାଇ ଆସିଥିଲେ ଶୁଭଲକ୍ଷ୍ମୀଙ୍କ  ସାନପୁଅ । ଘରକୁ ଆସିବା ପରେ ତାଙ୍କୁ ପ୍ରଶାସନ ପକ୍ଷରୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଥିଲା । ହେଲେ ଲୋକେ ତାଙ୍କୁ ଗାଁରେ  ରଖିବାକୁ ମନା କରିବାରୁ ୨୭ ତାରିଖରୁ ସେ ପଞ୍ଚାୟତରେ ଥିବା ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରରେ ଅଛନ୍ତି । ଏପଟେ ପଞ୍ଚାୟତ ପକ୍ଷରୁ  ଶୁଭଲକ୍ଷ୍ମୀଙ୍କ ଅସହାୟ ପରିବାରକୁ ଦୁଇ ଓଳି ରନ୍ଧା ଖାଦ୍ୟ ଦିଆଯାଉଥିବା ସ୍ଥାନୀୟ ସରପଞ୍ଚ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos