ଝିଅ ଘରକୁ ବୁଲି ଆସିଥିଲେ ବୃଦ୍ଧ, କଚାଡ଼ି ଦେଲା ହାତୀ

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଝିଅ ଘରକୁ ବୁଲି ଆସିଥିବା ବୃଦ୍ଧଙ୍କୁ କଚାଡ଼ି ମାରିଲା ହାତୀ। ଢେଙ୍କାନାଳ ଜିଲ୍ଲାର କପିଳାସ ରେଞ୍ଜ ଅନ୍ତର୍ଗତ ଦାମୋଦରନାଳୀ ଗାଁରେ ଘଟିଛି ଏପରି ଅଘଟଣ । ମୃତକ ହେଲେ ଲଛମନ ମହାନ୍ତି। ଲଛମନଙ୍କ ନିଜ ଘର ବଣସିଂହ ଅଞ୍ଚଳରେ। କିଛି ଦିନ ହେବ ସେ ଝିଅ ଘରକୁ ବୁଲି ଆସିଥିଲେ। ଗତ ରାତିରେ ସେ ଶୌଚ ପାଇଁ ବାହାରକୁ ଯାଇଥିବାବେଳେ ହଠାତ ହାତୀ ହାବୁଡରେ ପଡିଯାଇଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା। […]

ele-dkl

ele-dkl

Niharika Rout
  • Published: Tuesday, 26 January 2021
  • Updated: 26 January 2021, 09:38 AM IST

Sports

Latest News

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଝିଅ ଘରକୁ ବୁଲି ଆସିଥିବା ବୃଦ୍ଧଙ୍କୁ କଚାଡ଼ି ମାରିଲା ହାତୀ। ଢେଙ୍କାନାଳ ଜିଲ୍ଲାର କପିଳାସ ରେଞ୍ଜ ଅନ୍ତର୍ଗତ ଦାମୋଦରନାଳୀ ଗାଁରେ ଘଟିଛି ଏପରି ଅଘଟଣ । ମୃତକ ହେଲେ ଲଛମନ ମହାନ୍ତି।

ଲଛମନଙ୍କ ନିଜ ଘର ବଣସିଂହ ଅଞ୍ଚଳରେ। କିଛି ଦିନ ହେବ ସେ ଝିଅ ଘରକୁ ବୁଲି ଆସିଥିଲେ। ଗତ ରାତିରେ ସେ ଶୌଚ ପାଇଁ ବାହାରକୁ ଯାଇଥିବାବେଳେ ହଠାତ ହାତୀ ହାବୁଡରେ ପଡିଯାଇଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା। ଫଳରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚିଛି।

ଗତ ୨୦ ତାରିଖରେ ନିକଟସ୍ଥ ଗହମଖୁଣ୍ଟି ଅଞ୍ଚଳରେ ହାତୀ ଆକ୍ରମଣରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos