ବଜ୍ରପାତରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ନବରଙ୍ଗପୁର (ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲା ବଡ଼ କୁମୁଲିଗାଁରେ ବଜ୍ରପାତ ଘଟି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବଡ଼ କୁମୁଲିଗାଁର ସୁକୁ ଗୌଡ଼। ତାଙ୍କୁ ୬୦ ବର୍ଷ ହୋଇଥିଲା। ଆଜି ସକାଳେ ସୁକୁ ଅମଳ କରିଥିବା ମକାକୁ ପଲିଥିନ ଘୋଡାଇବାକୁ ଖଳାକୁ ଯାଇଥିଲେ। ପଲିଥିନ ଘୋଡ଼ାଉଥିବା ସମୟରେ ହଠାତ୍‌ ବଜ୍ରପାତ ହୋଇଥିଲା। ସେଠାରେ ସେ ପଡ଼ି ଯାଇଥିଲେ। ପରିବାର ଲୋକେ ତାଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ […]

lighting

Tapaswini Nayak
  • Published: Saturday, 30 May 2020
  • , Updated: 30 May 2020, 11:40 AM IST

ନବରଙ୍ଗପୁର (ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲା ବଡ଼ କୁମୁଲିଗାଁରେ ବଜ୍ରପାତ ଘଟି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବଡ଼ କୁମୁଲିଗାଁର ସୁକୁ ଗୌଡ଼। ତାଙ୍କୁ ୬୦ ବର୍ଷ ହୋଇଥିଲା।

ଆଜି ସକାଳେ ସୁକୁ ଅମଳ କରିଥିବା ମକାକୁ ପଲିଥିନ ଘୋଡାଇବାକୁ ଖଳାକୁ ଯାଇଥିଲେ। ପଲିଥିନ ଘୋଡ଼ାଉଥିବା ସମୟରେ ହଠାତ୍‌ ବଜ୍ରପାତ ହୋଇଥିଲା। ସେଠାରେ ସେ ପଡ଼ି ଯାଇଥିଲେ। ପରିବାର ଲୋକେ ତାଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ହେଲା ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପାପଡ଼ାହାଣ୍ଡି ପୁଲିସ୍ ସୂଚନା ଦେଇଛି।

Related story