Advertisment

ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ସ୍ୱୟଂ ଚାଳିତ ଓମ୍‌ଫେଡ ଡାଏରୀ ପ୍ଲାଣ୍ଟ ଲୋକାର୍ପିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ଅରିଲୋରେ ଲୋକାର୍ପଣ ହୋଇଛି ଅତ୍ୟାଧୁନିକ ଓମ୍‌ଫେଡ ଡାଏରୀ ପ୍ଲାଣ୍ଟ । ଏହି ପ୍ଲାଣ୍ଟ ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ସ୍ୱୟଂ ଚାଳିତ ଡାଏରୀ ପ୍ଲାଣ୍ଟ ହୋଇଥିବା ବେଳେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଛନ୍ତି ।  ଏଠାରୁ ଦୈନିକ ୫ ଲକ୍ଷ ଲିଟର କ୍ଷୀରର ପ୍ରକ୍ରିୟାକରଣ କରାଯାଇପାରିବ । ଏହାଦ୍ୱାରା ରାଜ୍ୟର ୬ ଲକ୍ଷ ଦୁଗ୍ଧଚାଷୀ ଉପକୃତ ହୋଇପାରିବେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରୁ ହେଲିକପ୍ଟର […]

author-image
Niharika Rout
ଅଦ୍ୟତନ ହୋଇଛି
ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ସ୍ୱୟଂ ଚାଳିତ ଓମ୍‌ଫେଡ ଡାଏରୀ ପ୍ଲାଣ୍ଟ ଲୋକାର୍ପିତ

omfed plant

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ଅରିଲୋରେ ଲୋକାର୍ପଣ ହୋଇଛି ଅତ୍ୟାଧୁନିକ ଓମ୍‌ଫେଡ ଡାଏରୀ ପ୍ଲାଣ୍ଟ । ଏହି ପ୍ଲାଣ୍ଟ ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ସ୍ୱୟଂ ଚାଳିତ ଡାଏରୀ ପ୍ଲାଣ୍ଟ ହୋଇଥିବା ବେଳେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଛନ୍ତି ।  ଏଠାରୁ ଦୈନିକ ୫ ଲକ୍ଷ ଲିଟର କ୍ଷୀରର ପ୍ରକ୍ରିୟାକରଣ କରାଯାଇପାରିବ । ଏହାଦ୍ୱାରା ରାଜ୍ୟର ୬ ଲକ୍ଷ ଦୁଗ୍ଧଚାଷୀ ଉପକୃତ ହୋଇପାରିବେ ।

Advertisment

ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ସିଧାସଳଖ   ଶ୍ରୀ ଶ୍ରୀ ୟୁନିଭରସିଟି ପଡ଼ିଆରେ ଅବତରଣ କରିଥିଲେ। ଏହାପରେ ସେଠାରୁ କାର୍‌ ଯୋଗେ ଓମ୍‌ଫେଡ ଡାଏରୀ ପ୍ଲାଣ୍ଟକୁ ଯାଇଥିଲେ। ତାଙ୍କ ପୂର୍ବରୁ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ , ବିଭାଗୀୟ ସଚିବ ପ୍ଲାଣ୍ଟରେ ପହଞ୍ଚି ସାରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସମୟରେ ମୁଖ୍ୟ ଶାସନ ସଚିବ, ୫ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ।

[caption id="attachment_690644" align="aligncenter" width="650"]cm ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ମୁଖ୍ୟମନ୍ତ୍ରୀ।[/caption]

Advertisment

୨୬୩ କୋଟି ଟଙ୍କା ବ୍ୟୟରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ନିର୍ମାଣ ହୋଇଛି ଏହି ପ୍ଲାଣ୍ଟ । ଦୈନିକ ୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏହି ମେଗା ଅତ୍ୟାଧୁନିକ ଓମଫେଡ୍ ପ୍ଲାଣ୍ଟ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପ୍ଲାଣ୍ଟ ଜରିଆରେ ରାଜ୍ୟରେ ଦୈନିକ ଦୁଗ୍ଧ ସଂଗ୍ରହ କ୍ଷମତା ୫ ଲକ୍ଷ ଲିଟରରୁ ୧୦ ଲକ୍ଷ ଲିଟରକୁ ବୃଦ୍ଧି ଲକ୍ଷ୍ୟ ରଖାଯାଇଛି । ଏହି ପ୍ଲାଣ୍ଟ ଦ୍ୱାରା ରାଜ୍ୟର ଗୋପାଳକ ଓ ଦୁଗ୍ଧଚାଷୀମାନେ କ୍ଷୀରର ଉପଯୁକ୍ତ ବିକ୍ରି ମୂଲ୍ୟ ପାଇବା ସହ ଖାଉଟିଙ୍କୁ ସୁଲଭ ମୂଲ୍ୟରେ ଦୁଗ୍ଧଜାତ ସାମଗ୍ରୀ ଯୋଗାଇ ଦିଆଯାଇପାରିବ। ମୁଖ୍ୟତଃ ଏହି  ଗୁଣ୍ଡ ଦୁଗ୍ଧ, ଉଚ୍ଚମାନର ଦହି, ଲହୁଣି, ଲସି, ଘିଅ ଓ ପନିର ଆଦି ଦୁଗ୍ଧଜାତ ଦ୍ରବ୍ୟ ଉତ୍ପାଦନ କରାଯାଇ ପାରିବ ।

[caption id="attachment_690645" align="aligncenter" width="650"]cm ମୁଖ୍ୟମନ୍ତ୍ରୀ ପ୍ଲାଣ୍ଟ ପରିଦର୍ଶନ କରୁଛନ୍ତି।[/caption]

ମୁଖ୍ୟତଃ ଚାଷୀମାନେ ଏହାଦ୍ୱାରା ବହୁ ଉପକୃତ ହେବେ। ପୂର୍ବରୁ ଚାଷୀଙ୍କଠାରୁ ସମସ୍ତ  କ୍ଷୀର ସଂଗ୍ରହ ହୋଇ ପାରୁ ନ ଥିଲା। ହେଲେ ଆଗକୁ ଏହି ସମସ୍ୟା ଦେଖାଦେଇ ନ ପାରେ। ଚାଷୀଙ୍କୁ କ୍ଷୀର ବିକ୍ରି ସମସ୍ୟାର ସମ୍ମୁଖୀନ ହେବାକୁ ନ ପଡ଼ିପାରେ।  ୨୦୨୦ ମସିହାରେ ଏହି ପ୍ଲାଣ୍ଟ ଉଦ୍‌ଘାଟନ ହେବାର ଥିଲା। ହେଲେ କରୋନା ଯୋଗୁ ଏଥିରେ ବିଳମ୍ବ ହୋଇଥିଲା।

ଏହି କାର୍ଯ୍ୟକ୍ରମ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ପ୍ଲାଣ୍ଟ ପରିଦର୍ଶନ କରିଥିଲେ।