ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ଅସ୍ତରଙ୍ଗରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଜଣେ ଗିରଫ। ଗତକାଲି ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ନିର୍ବାଚନ ସଂପର୍କିତ ଖବର ସଂଗ୍ରହ କରିବାକୁ ଅସ୍ତରଙ୍ଗ ଯାଇଥିଲେ। ତେବେ ସେଠାରେ କିଛି ବ୍ୟକ୍ତି ତାଙ୍କ ଉପରେ ଆକ୍ରମଣ କରିଥିଲେ। ସ୍ଥାନୀୟ ବିଧାୟକଙ୍କ ବିରୋଧରେ ଖବର କାହିଁକି ସଂଗ୍ରହ କରୁଛ କହି ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିରେ ସାମ୍ବାଦିକ ଆହତ ହୋଇଛନ୍ତି। ଏହାକୁ ନେଇ ସେ ଅସ୍ତରଙ୍ଗ ଥାନାରେ ଏତଲା ଦେବା […]

688

Tapas Behera
  • Published: Friday, 22 March 2019
  • , Updated: 22 March 2019, 06:08 PM IST

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ଅସ୍ତରଙ୍ଗରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଜଣେ ଗିରଫ। ଗତକାଲି ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ନିର୍ବାଚନ ସଂପର୍କିତ ଖବର ସଂଗ୍ରହ କରିବାକୁ ଅସ୍ତରଙ୍ଗ ଯାଇଥିଲେ। ତେବେ ସେଠାରେ କିଛି ବ୍ୟକ୍ତି ତାଙ୍କ ଉପରେ ଆକ୍ରମଣ କରିଥିଲେ। ସ୍ଥାନୀୟ ବିଧାୟକଙ୍କ ବିରୋଧରେ ଖବର କାହିଁକି ସଂଗ୍ରହ କରୁଛ କହି ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଏଥିରେ ସାମ୍ବାଦିକ ଆହତ ହୋଇଛନ୍ତି। ଏହାକୁ ନେଇ ସେ ଅସ୍ତରଙ୍ଗ ଥାନାରେ ଏତଲା ଦେବା ପରେ ପୁଲିସ୍‌ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୁଲିସ୍‌।

Related story