ରେଳବାଇରେ ଚାକିରି ନାଁରେ ଠକେଇ ଅଭିଯୋଗ: ଜଣେ ଗିରଫ
- Published: Sunday, 26 November 2017
- , Updated: 26 November 2017, 09:10 AM IST
<p>ଭୁବନେଶ୍ୱର: ରେଳ ବିଭାଗରେ ଚାକିରି ନାଁରେ ଠକେଇ ଅଭିଯୋଗରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କିରଛି। ତାଙ୍କ ନାଁ ସରୋଜ କୁମାର ନାୟକ। ଗତକାଲି ଏସ୍ଆଇ ପି.କେ.ହାତୀ ଓ ଏସ୍.ଆର୍ ସାମନ୍ତ ତାଙ୍କୁ ବାଲେଶ୍ୱରରୁ ଗିରଫ କରି ଚନ୍ଦ୍ରଶେଖରପୁର ପୋଲିସକୁ ହସ୍ତାନ୍ତର କରିଛନ୍ତି।</p>
<p>ଅଭିଯୋଗ ଅନୁସାରେ ଭଦ୍ରକ ଜିଲ୍ଲା ରାଣିତାଲ ଅଞ୍ଚଳର ସୁପ୍ରଭା ବେହେରା ନାମଙ୍କ ଜଣେ ଯୁବତୀ ରେଳବାଇର ବିଭାଗର ଗ୍ରୁପ ସି ବିଭାଗରେ ଚାକିରି ଆଶାରେ ସରୋଜଙ୍କୁ ୭୦ହଜାର ଟଙ୍କା ଦେଇଥିଲେ। ହେଲେ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ସୁପ୍ରଭା ଚାକିରି ନ ପାଇବାରୁ ପୋଲିସର ସାହାଯ୍ୟ ନେଇଥିଲେ।</p>