୨୦ ଫୁଟ୍‌ ତଳକୁ ଖସିଲା ଅଟୋ

କଲ୍ୟାଣସିଂହପୁର (ମାଉଡି ବାରିକ): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର କୁସୁମଘାଟିରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋ କୁସୁମଘାଟିରେ ୨୦ ଫୁଟ୍ ତଳକୁ ଖସିପଡ଼ିବାରୁ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ବେଳେ ସାତ ଜଣ ଆଶାକର୍ମୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମୃତ ଅଟୋ ଡ୍ରାଇଭରର ନାଁ ଯୁଧିଷ୍ଠିର ନାୟକ। ଗତକାଲି ରାତିରେ ଏହି ଆଶାକର୍ମୀମାନେ ମାଣ୍ଡିବିଶୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବୈଠକ ସାରି […]

accident0

Tapaswini Nayak
  • Published: Wednesday, 25 December 2019
  • , Updated: 25 December 2019, 11:26 AM IST

କଲ୍ୟାଣସିଂହପୁର (ମାଉଡି ବାରିକ): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର କୁସୁମଘାଟିରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋ କୁସୁମଘାଟିରେ ୨୦ ଫୁଟ୍ ତଳକୁ ଖସିପଡ଼ିବାରୁ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ବେଳେ ସାତ ଜଣ ଆଶାକର୍ମୀ ଗୁରୁତର ଆହତ ହୋଇଛନ୍ତି।
ସେମାନଙ୍କୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମୃତ ଅଟୋ ଡ୍ରାଇଭରର ନାଁ ଯୁଧିଷ୍ଠିର ନାୟକ।

ଗତକାଲି ରାତିରେ ଏହି ଆଶାକର୍ମୀମାନେ ମାଣ୍ଡିବିଶୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବୈଠକ ସାରି ଅଟୋ ଯୋଗେ ମିନାଖୁଣ୍ଟି ଗାଁକୁ ଫେରୁଥିଲେ। ଏହି ସମୟରେ କୁସୁମଘାଟିରେ ଅଟୋଟି ଭାରସାମ୍ୟ ହରାଇ ୨୦ ଫୁଟ୍‌ ତଳକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ଯୁଧିଷ୍ଠିରଙ୍କ ମୃତ୍ୟୁ ଘଟିଥିବା ବେଳେ ସାତ ଜଣ ଆଶାକର୍ମୀ ଆହତ ହୋଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Related story