ଦିଲଖୁସ ବସ୍‌ ଧକ୍କାରେ ଜଣେ ମୃତ

ଉମରକୋଟ(କାର୍ତ୍ତିକ ମଲ୍ଲିକ):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଧଡ୍ରା ତେଲ ଟାଙ୍କି ନିକଟରେ ଆଜି ସନ୍ଧ୍ୟାରେ ବସ୍ ଧକ୍କାରେ ଜଣକର ମୃତ୍ୟୁ ଘଟିଛି। ଦିଲଖୁସ୍‌ ନାମକ ବସଟି ରାଇଘରରୁ ଭୁବନେଶ୍ୱରକୁ ଯାଉଥିବା ସମୟରେ ଧଡ୍ରା ନିକଟ ତେଲ ଟାଙ୍କି ଠାରେ ରାସ୍ତା ଅତିକ୍ରମ କରୁଥିବା ସମ୍ପୃକ୍ତ ବ୍ୟକ୍ତିକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ବସଟିକୁ ଡାବୁଗାଁ ପୁଲିସ ଅଟକ ରଖିଥିବା ଜଣାପଡିଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ପାରି ନଥିବାବେଳେ ବ୍ୟକ୍ତି […]

bs

bs

Tapas Behera
  • Published: Saturday, 22 June 2019
  • Updated: 22 June 2019, 10:27 PM IST

Sports

Latest News

ଉମରକୋଟ(କାର୍ତ୍ତିକ ମଲ୍ଲିକ):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଧଡ୍ରା ତେଲ ଟାଙ୍କି ନିକଟରେ ଆଜି ସନ୍ଧ୍ୟାରେ ବସ୍ ଧକ୍କାରେ ଜଣକର ମୃତ୍ୟୁ ଘଟିଛି। ଦିଲଖୁସ୍‌ ନାମକ ବସଟି ରାଇଘରରୁ ଭୁବନେଶ୍ୱରକୁ ଯାଉଥିବା ସମୟରେ ଧଡ୍ରା ନିକଟ ତେଲ ଟାଙ୍କି ଠାରେ ରାସ୍ତା ଅତିକ୍ରମ କରୁଥିବା ସମ୍ପୃକ୍ତ ବ୍ୟକ୍ତିକୁ ଧକ୍କା ଦେଇଥିଲା।

ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ବସଟିକୁ ଡାବୁଗାଁ ପୁଲିସ ଅଟକ ରଖିଥିବା ଜଣାପଡିଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ପାରି ନଥିବାବେଳେ ବ୍ୟକ୍ତି ଜଣକ ଚଟାଗୁଡା ଅଂଚଳର ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos