କାର ବାହାରେ ଜଗିଥିଲା ଯମ: ଘର ଲୋକଙ୍କ ଆଖି ଆଗରୁ ଛଡ଼ାଇ ନେଲା ଜୀବନ

କେନ୍ଦୁଝର (ପ୍ରଣୟ ପାଣି): ରାସ୍ତା ଆର ପଟକୁ କୋଲ ଡ୍ରିଙ୍କକ୍ସ ଆଣିବାକୁ ଯାଉଥିଲେ। ଆଉ କାର୍ ଭିତରୁ ପତ୍ନୀ, ଝିଅ ଓ ବାପା ଅନାଇ ରହିଥିଲେ । ଏହି ସମୟରେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଲା। ଆଉ ରାସ୍ତା ଉପରେ ଘର ଲୋକଙ୍କ ସମ୍ମୁଖରେ ଚାଲିଗଲା ଜୀବନ। ଆଜି ଅପରାହ୍ନରେ ଏପରି ଏକ ଅଭାବନୀୟ ଦୁର୍ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ଭୁବନେଶ୍ୱର ମୁଖାର୍ଜୀ। ମୟୂରଭଞ୍ଜ ଜିଲ୍ଲା ପୁରୁଲିଆ ଅଞ୍ଚଳର ଭୁବନେଶ୍ୱର […]

43

43

Tapas Behera
  • Published: Monday, 24 June 2019
  • Updated: 24 June 2019, 05:46 PM IST

Sports

Latest News

କେନ୍ଦୁଝର (ପ୍ରଣୟ ପାଣି): ରାସ୍ତା ଆର ପଟକୁ କୋଲ ଡ୍ରିଙ୍କକ୍ସ ଆଣିବାକୁ ଯାଉଥିଲେ। ଆଉ କାର୍ ଭିତରୁ ପତ୍ନୀ, ଝିଅ ଓ ବାପା ଅନାଇ ରହିଥିଲେ । ଏହି ସମୟରେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଲା। ଆଉ ରାସ୍ତା ଉପରେ ଘର ଲୋକଙ୍କ ସମ୍ମୁଖରେ ଚାଲିଗଲା ଜୀବନ। ଆଜି ଅପରାହ୍ନରେ ଏପରି ଏକ ଅଭାବନୀୟ ଦୁର୍ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ଭୁବନେଶ୍ୱର ମୁଖାର୍ଜୀ।

ମୟୂରଭଞ୍ଜ ଜିଲ୍ଲା ପୁରୁଲିଆ ଅଞ୍ଚଳର ଭୁବନେଶ୍ୱର ମୁଖାର୍ଜୀ, ତାଙ୍କ ସ୍ତ୍ରୀ, ଝିଅ ଓ ବାପା ମିଶି ଏକ କାରରେ ତାଳଚେର ଯାଉଥିଲେ। ପ୍ରବଳ ଗରମ ହେଉଥିବାରୁ ପରିବାର ଲୋକଙ୍କୁ ଶୋଷ ହୋଇଥିଲା। ସେଥିପାଇଁ ଶ୍ରୀ ମୁଖାର୍ଜୀ କାରକୁ ଟାଉନ ଥାନା ଅନ୍ତର୍ଗତ ମୋଚିବନ୍ଧ ସ୍କୁଲ ସମ୍ମୁଖରେ ଛିଡ଼ା କରି ରାସ୍ତା ଆର ପାର୍ଶ୍ୱକୁ ଥଣ୍ଡା ପାନୀୟ ଆଣିବା ପାଇଁ ଯାଉଥିଲେ। ଠିକ୍ ଏତିକି ବେଳେ ଲୁହା ପଥର ବୋଝେଇ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାଜପଥକୁ ଅବରୋଧ କରିଥିଲେ। ଫଳରେ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍ ହୋଇଯାଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲା। ମାତ୍ର ଉତ୍ତ୍ୟକ୍ତ ଲୋକେ ବାଇପାସ୍ ରାସ୍ତାକୁ ସମ୍ପୂର୍ଣ୍ଣ କରିବାକୁ ଦାବି କରିଥିଲେ। ୩ ଦିନ ଭିତରେ ବାଇପାସ୍ ରାସ୍ତା ସମ୍ପୂର୍ଣ୍ଣ କରାଯିବ ବୋଲି ଏସ୍‌ଡିପିଓ ଏବଂ ତହସିଲଦାର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାଶ୍ରୁତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos