ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କୁ ଆକ୍ରମଣ ଘଟଣା: ଡ୍ରାଇଭରଙ୍କ ମୃତ୍ୟୁ   

<p>ବରଗଡ଼(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ବନାବିରାରେ ହିଂସାକାଣ୍ଡ ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି।&nbsp; ଗତକାଲି ବିଳମ୍ବିତ ରାତିରେ କଟକ ବଡ଼ ମେଡିକାଲ୍&zwnj;ରେ ଆହତ ଡ୍ରାଇଭର୍ ଦିଲେଶ୍ୱର ସାହୁଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୁଣ୍ଡ ଓ ଦେହରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଦିଲେଶ୍ୱରଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ&nbsp; ବୁର୍ଲା ମେଡିକାଲ୍&zwnj;ରୁ ଏସ୍&zwnj;ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଏସ୍&zwnj;ସିବିରେ ପହଞ୍ଚିବାର କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ତାଙ୍କ ଶ୍ୱଶୁର ସୂଚନା ଦେଇଛନ୍ତି।</p> <p>ସୂଚନାଯୋଗ୍ୟ,ଗତ ଗୁରୁବାର ବିଳମ୍ବିତ ରାତିରେ ମନ୍ତ୍ରୀ ସୁଶାନ୍ତ ସିଂ ଭାଇ ସୁବ୍ରତ ସିଂଙ୍କ ସମେତ ୪ ଜଣଙ୍କୁ ବନାବିରାରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।&nbsp; ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ଥିବା ବେଳେ ସୁବ୍ରତ ସିଂ ଓ ଅନ୍ୟ ଜଣେ ଆହତଙ୍କ ଚିକିତ୍ସା ଏବେ ବୁର୍ଲାରେ ଚାଲିଛି।&nbsp; ଏହି ଘଟଣାରେ&nbsp; ୩ ଜଣଙ୍କୁ ପୋଲିସ୍ ଗିରଫ କରିଛି।&nbsp; ଘଟଣା ସ୍ଥଳରୁ ଦୁଇଟି ଖୋକା, ଗୋଟିଏ ଅଫୁଟା ଗୁଳି, ଦୁଇଟି ଚାରି ଚକିଆ ଯାନ ଓ ଏକ ବୁଲେଟ୍ ବାଇକ୍ ଜବତ ହୋଇଛି।</p>

Ordigital Desk
  • Published: Saturday, 24 February 2018
  • Updated: 24 February 2018, 08:47 AM IST

Sports

Latest News

<p>ବରଗଡ଼(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ବନାବିରାରେ ହିଂସାକାଣ୍ଡ ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି।&nbsp; ଗତକାଲି ବିଳମ୍ବିତ ରାତିରେ କଟକ ବଡ଼ ମେଡିକାଲ୍&zwnj;ରେ ଆହତ ଡ୍ରାଇଭର୍ ଦିଲେଶ୍ୱର ସାହୁଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୁଣ୍ଡ ଓ ଦେହରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଦିଲେଶ୍ୱରଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ&nbsp; ବୁର୍ଲା ମେଡିକାଲ୍&zwnj;ରୁ ଏସ୍&zwnj;ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଏସ୍&zwnj;ସିବିରେ ପହଞ୍ଚିବାର କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ତାଙ୍କ ଶ୍ୱଶୁର ସୂଚନା ଦେଇଛନ୍ତି।</p><p>ସୂଚନାଯୋଗ୍ୟ,ଗତ ଗୁରୁବାର ବିଳମ୍ବିତ ରାତିରେ ମନ୍ତ୍ରୀ ସୁଶାନ୍ତ ସିଂ ଭାଇ ସୁବ୍ରତ ସିଂଙ୍କ ସମେତ ୪ ଜଣଙ୍କୁ ବନାବିରାରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।&nbsp; ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ଥିବା ବେଳେ ସୁବ୍ରତ ସିଂ ଓ ଅନ୍ୟ ଜଣେ ଆହତଙ୍କ ଚିକିତ୍ସା ଏବେ ବୁର୍ଲାରେ ଚାଲିଛି।&nbsp; ଏହି ଘଟଣାରେ&nbsp; ୩ ଜଣଙ୍କୁ ପୋଲିସ୍ ଗିରଫ କରିଛି।&nbsp; ଘଟଣା ସ୍ଥଳରୁ ଦୁଇଟି ଖୋକା, ଗୋଟିଏ ଅଫୁଟା ଗୁଳି, ଦୁଇଟି ଚାରି ଚକିଆ ଯାନ ଓ ଏକ ବୁଲେଟ୍ ବାଇକ୍ ଜବତ ହୋଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos