ସ୍କର୍ପିଓକୁ ପିଟି ଦେଇ ଚାଲିଗଲା ଟ୍ରକ୍‌

ବାଲେଶ୍ୱର (ରଞ୍ଜିତ ପାକଳ): ବାଲେଶ୍ୱର ଜିଲ୍ଲା ହଳଦୀପଦା ବାଇପାସ୍‌ରେ ଏକ ସ୍କର୍ପିଓକୁ ଟ୍ରକ୍‌ ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୮ ଜଣ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ନୀର ଭରା। ମୃତାହତମାନେ କୋଲକାତାର ବୋଲି ଜଣାପଡ଼ିଛି। ଆହତମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୪ ଜଣଙ୍କ ଚିକିତ୍ସା ବାଲେଶ୍ୱର ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍‌ରେ ଚାଲିଛି। ମିଳିଥିବା ସୂଚନା […]

bollero

Jitendra Garnayak
  • Published: Wednesday, 21 November 2018
  • , Updated: 21 November 2018, 10:22 AM IST

ବାଲେଶ୍ୱର (ରଞ୍ଜିତ ପାକଳ): ବାଲେଶ୍ୱର ଜିଲ୍ଲା ହଳଦୀପଦା ବାଇପାସ୍‌ରେ ଏକ ସ୍କର୍ପିଓକୁ ଟ୍ରକ୍‌ ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୮ ଜଣ ଆହତ ହୋଇଛନ୍ତି।

ମୃତକ ଜଣଙ୍କ ହେଲେ ନୀର ଭରା। ମୃତାହତମାନେ କୋଲକାତାର ବୋଲି ଜଣାପଡ଼ିଛି।

ଆହତମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୪ ଜଣଙ୍କ ଚିକିତ୍ସା ବାଲେଶ୍ୱର ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍‌ରେ ଚାଲିଛି।

ମିଳିଥିବା ସୂଚନା ଅନୁସାରେ, ଛତିଶଗଡ଼ର ରାୟପୁରରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ଦେହ ଖରାପ ଥିବାରୁ ତାଙ୍କୁ ଦେଖିବାକୁ କୋଲକାତାର ଗୋଟିଏ ପରିବାରରୁ ୬ ଜଣ ଲୋକ ଏବଂ ସେମାନଙ୍କ ଘରୋଇ ସହାୟିକା ଏକ ସ୍କର୍ପିଓରେ ସେଠାକୁ ଯାଇଥିଲେ। ସେମାନଙ୍କ ସହ ଦୁଇ ଜଣ ଡ୍ରାଇଭର ଥିଲେ।

ସମ୍ପର୍କୀୟଙ୍କୁ ଭେଟିବା ପରେ ସେମାନେ ପୁରୀ ଆସିଥିଲେ। ପୁରୀରୁ ସେମାନେ କୋଲକାତା ଫେରୁଥିବା ବେଳେ ହଳଦୀପଦା ବାଇପାସ୍‌ ନିକଟରେ ଟ୍ରକ୍‌ଟି ସେମାନଙ୍କ ଗାଡ଼ିକୁ ଧକ୍କା ଦେଇ ଚାଲି ଯାଇଥିଲା।

Related story