ବନ୍ଧୁକ ଦେଖାଇଲେ କର୍ମଚାରୀ, ଦୌଡ଼ି ପଳାଇଲେ ମହାପ୍ରବନ୍ଧକ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ନକଲି ବନ୍ଧୁକ ଦେଖାଇ ଉପରିସ୍ତ ଅଧିକାରୀଙ୍କୁ ଭୟଭୀତ କରି ସସ୍‌ପେଣ୍ଡ ହୋଇଛନ୍ତି ରାଉରକେଲା ଇସ୍ପାତ କାରଖାନାର ଜଣେ କର୍ମଚାରୀ। ପୂର୍ବରୁ ମତାନ୍ତର ଥିବା ବେଳେ ସୁଯୋଗ ଅପେକ୍ଷାରେ ଥିବା କର୍ମଚାରୀ ଗତକାଲି ବନ୍ଧୁକ ଦେଖାଇ ମହାପ୍ରବନ୍ଧକଙ୍କୁ ଭୟଭୀତ କରୁଥିବା ଦେଖିବାକୁ ମିଳିଥିଲା। ଜୀବନ ବଞ୍ଚାଇବାକୁ ମହାପ୍ରବନ୍ଧକଜଣକ ଧାଁଦୌଡ଼ କରିବାକୁ ଲାଗିଲେ। ଏଥିଯୋଗୁ ପ୍ଲାଣ୍ଟ ପରିସରରେ କିଛି ସମୟ ପାଇଁ ଆତଙ୍କ ଖେଳି ଯାଇଥିଲା। ପରିଶେଷରେ ଡ୍ୟୁଟିରେ ଥିବା ସିଆଇଏସ୍‌ଏଫ୍‌ ଯବାନ ଅଭିଯୁକ୍ତ କର୍ମଚାରୀଙ୍କୁ କାବୁ […]

gun-3

gun-3

Niharika Rout
  • Published: Tuesday, 11 February 2020
  • Updated: 11 February 2020, 09:49 AM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ନକଲି ବନ୍ଧୁକ ଦେଖାଇ ଉପରିସ୍ତ ଅଧିକାରୀଙ୍କୁ ଭୟଭୀତ କରି ସସ୍‌ପେଣ୍ଡ ହୋଇଛନ୍ତି ରାଉରକେଲା ଇସ୍ପାତ କାରଖାନାର ଜଣେ କର୍ମଚାରୀ। ପୂର୍ବରୁ ମତାନ୍ତର ଥିବା ବେଳେ ସୁଯୋଗ ଅପେକ୍ଷାରେ ଥିବା କର୍ମଚାରୀ ଗତକାଲି ବନ୍ଧୁକ ଦେଖାଇ ମହାପ୍ରବନ୍ଧକଙ୍କୁ ଭୟଭୀତ କରୁଥିବା ଦେଖିବାକୁ ମିଳିଥିଲା। ଜୀବନ ବଞ୍ଚାଇବାକୁ ମହାପ୍ରବନ୍ଧକଜଣକ ଧାଁଦୌଡ଼ କରିବାକୁ ଲାଗିଲେ। ଏଥିଯୋଗୁ ପ୍ଲାଣ୍ଟ ପରିସରରେ କିଛି ସମୟ ପାଇଁ ଆତଙ୍କ ଖେଳି ଯାଇଥିଲା। ପରିଶେଷରେ ଡ୍ୟୁଟିରେ ଥିବା ସିଆଇଏସ୍‌ଏଫ୍‌ ଯବାନ ଅଭିଯୁକ୍ତ କର୍ମଚାରୀଙ୍କୁ କାବୁ କରି ନେଇଥିବା ବେଳେ ବନ୍ଧୁକଟି ନକଲି ବୋଲି କହିଛନ୍ତି।

ପୂରା ଘଟଣାଟି ଏହିପରି। ଗତକାଲି ଅପରାହ୍ନରେ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ୱାଇଁ କାର୍ଯ୍ୟାଳୟରେ ଏକୁଟିଆ ଥିବା ବେଳେ ବିଷ୍ଣୁ କେର୍କେଟା ନାମକ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ଏହାପରେ ମହାପ୍ରବନ୍ଧକଙ୍କୁ ଏକ ପିସ୍ତଲ ଦେଖାଇ କାର୍ଯ୍ୟାଳୟ ମଧ୍ୟରେ ମାରିଦେବାର ଧମକ ଦେଇଥିଲେ। ଭୟରେ ମହାପ୍ରବନ୍ଧକ ଅଫିସ ବାହାରକୁ ଆସିବା ପରେ ବିଷ୍ଣୁ ପିସ୍ତଲ ଧରି ତାଙ୍କୁ ଗୋଡ଼ାଇଥିଲେ। ଏହାଦେଖି ନିକଟରେ ଡ୍ୟୁଟି କରୁଥିବା ସିଆଇଏସ୍‌ଏଫ୍‌ ଯବାନ ବିଷ୍ଣୁଙ୍କୁ କାବୁ କରି ନେଇଥିଲେ। ବିଷ୍ଣୁ ନିଶାସକ୍ତ ଥିବା ଅନୁମାନ କରାଯାଉଥିବା ବେଳେ ମେଡିକାଲ ଟେଷ୍ଟ ଲାଗି ତାଙ୍କୁ ଆଇଜିଏଚ୍‌ ନିଆଯାଇଥିଲା। ଏପରି କାଣ୍ଡ ପରେ ତୁରନ୍ତ ବିଷ୍ଣୁଙ୍କୁ ନିଲମ୍ବନ କରାଯାଇଛି।

ଏପରି ଘଟଣା RSPର କଡ଼ା ସୁରକ୍ଷା ବ୍ୟବସ୍ଥା ଉପରେ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ଲାଣ୍ଟର ୬ଟି ଗେଟ୍‌ରେ CISF ଯବାନ ମୁତୟନ ହୋଇଥିବା ବେଳେ କିଭଳି ପ୍ଲାଣ୍ଟ ପରିସରକୁ ପିସ୍ତଲ ଗଲା ତା’ର ଅନୁସନ୍ଧାନ ଆରମ୍ଭ ହୋଇଛି। ଅପରପକ୍ଷେ କେଉଁ ପରିପ୍ରେକ୍ଷୀରେ ଏହି ଘଟଣା ଘଟିଲା ତା’ର ତଦନ୍ତ ନିମନ୍ତେ ଏକ କମିଟି ଗଠିତ ହୋଇଛି। ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଏହି ପିସ୍ତଲ ନକଲି ବୋଲି କୁହାଯାଉଛି। ପୁଲିସ୍‌ ପାଖରେ ଏ ବାବଦରେ କୌଣସି ଖବର ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story