ସ୍କୁଲ ଜମି ପାଇଁ ରକ୍ତ ବୋହିଲା, କଟୁରୀ ଚୋଟରେ ଗଲା ଗାଁ ମୁଖିଆଙ୍କ ଜୀବନ

ଜଳେଶ୍ୱର (ଅଜିତ ଦାସ): ସ୍କୁଲ ଜମି ପାଇଁ ହୋଇଛି ସଂଘର୍ଷ। ଆଉ ଏଥିରେ ଯାଇଛି ଗାଁ ମୁଖିଆଙ୍କ ଜୀବନ। ଆକ୍ରମଣକାରୀଙ୍କ କଟୁରୀ ଚୋଟରେ ଗାଁ ମୁଖିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ଏହାକୁ ନେଇ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ସୁରକ୍ଷା ଦୃଷ୍ଟିରୁ ଏବେ ଗାଁରେ ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି।   ଅଭିଯୋଗରୁ ପ୍ରକାଶ, ବାଲିଆପାଳ ବ୍ଲକ […]

village-head-death-in-jaleswar

village-head-death-in-jaleswar

Manoranjan Sial
  • Published: Monday, 14 October 2019
  • Updated: 14 October 2019, 04:26 PM IST

Sports

Latest News

ଜଳେଶ୍ୱର (ଅଜିତ ଦାସ): ସ୍କୁଲ ଜମି ପାଇଁ ହୋଇଛି ସଂଘର୍ଷ। ଆଉ ଏଥିରେ ଯାଇଛି ଗାଁ ମୁଖିଆଙ୍କ ଜୀବନ। ଆକ୍ରମଣକାରୀଙ୍କ କଟୁରୀ ଚୋଟରେ ଗାଁ ମୁଖିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ଏହାକୁ ନେଇ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ସୁରକ୍ଷା ଦୃଷ୍ଟିରୁ ଏବେ ଗାଁରେ ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି।

 

ଅଭିଯୋଗରୁ ପ୍ରକାଶ, ବାଲିଆପାଳ ବ୍ଲକ କଟ୍ରାମହଲ ଗାଁର ଭାନୁ ଦଳେଇ ଦୀର୍ଘ ୮ ବର୍ଷ ଧରି ସ୍କୁଲ ଜମିକୁ ଜବରଦସ୍ତ ମାଡ଼ି ବସିଥିଲେ। ଯେଉଁଥିପାଇଁ ସ୍କୁଲର କୌଣସି

ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁନଥିଲା। ଏହାକୁ ଗାଁ ଲୋକେ ବିରୋଧ କରୁଥିଲେ। ମାତ୍ର ସେ ଏଥିପ୍ରତି ତିଳେ ମାତ୍ର ଭ୍ରୁକ୍ଷେପ କରୁନଥିଲେ।

 

ତେବେ ଆଜି ସକାଳେ ଗାଁ ମୁଖିଆ ରାମଚନ୍ଦ୍ର ଗିରି ଓ ତାଙ୍କ ସମର୍ଥକ ଭାନୁ ଦଳେଇଙ୍କ ଘରକୁ ଯାଇଥିଲେ। ସ୍କୁଲ ଜମି ଛାଡ଼ି ଦେବାକୁ ଅନୁରୋଧ କରିଥିଲେ। ଠିକ୍‌ ଏତିକି ବେଳେ ଭାନୁ ଦଳେଇ ଓ ତାଙ୍କ ସମର୍ଥକ କଟୁରି ସହିତ ବିଭିନ୍ନ ମାରଣାସ୍ତ୍ରରେ ଏମାନଙ୍କୁ ଆକ୍ରମଣ କରିଥିଲେ। ରାମଚନ୍ଦ୍ର ଓ ତାଙ୍କ ସହିତ ଯାଇଥିବା ୬ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାଲିଆପାଳ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସେଠାରେ ରାମଚନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 

ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ସୁକ୍ଷର ଦୃଷ୍ଟିରୁ ଗାଁରେ ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ମାତ୍ର ଭାନୁ ଦଳେଇଙ୍କ ସମ୍ପର୍କରେ କିଛି ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos