ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣରେ ଜଣେ ନିଖୋଜ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଗଂଜାମ ଜିଲ୍ଲାର ସୀମାଞ୍ଚଳ ପରିଡ଼ା ନାମକ ବ୍ୟକ୍ତି ନିଖୋଜ ନେଇ ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ସୀମାଞ୍ଚଳଙ୍କ ଭଉଣୀ ଓ ସମ୍ପର୍କୀୟ ଭାଇ। ଗଂଜାମ ଜିଲ୍ଲା ଆସିକା ଗହଙ୍ଗୁ ଗାଁରେ ସିମାଞ୍ଚଳଙ୍କ ଘର। ସେ ଜଣେ ଡିପ୍ଲୋମା ଇଂଜିନିୟର ଏଲପିଜି କାମରେ ସେ ନିୟୋଜିତ ଥିବା ତାଙ୍କ ଭଉଣୀ କହିଛନ୍ତି। କୋଲକାତାରୁ ଆସି ସେ ଭୁବନେଶ୍ୱରରେ ଥିଲେ। ବିସ୍ଫୋରଣ ଖବର ପାଇବା ପରେ ସୀମାଞ୍ଚଳଙ୍କ […]

rajbhawan

rajbhawan

Ranjit Kumar Jena
  • Published: Thursday, 08 October 2020
  • Updated: 08 October 2020, 01:41 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଗଂଜାମ ଜିଲ୍ଲାର ସୀମାଞ୍ଚଳ ପରିଡ଼ା ନାମକ ବ୍ୟକ୍ତି ନିଖୋଜ ନେଇ ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ସୀମାଞ୍ଚଳଙ୍କ ଭଉଣୀ ଓ ସମ୍ପର୍କୀୟ ଭାଇ। ଗଂଜାମ ଜିଲ୍ଲା ଆସିକା ଗହଙ୍ଗୁ ଗାଁରେ ସିମାଞ୍ଚଳଙ୍କ ଘର। ସେ ଜଣେ ଡିପ୍ଲୋମା ଇଂଜିନିୟର ଏଲପିଜି କାମରେ ସେ ନିୟୋଜିତ ଥିବା ତାଙ୍କ ଭଉଣୀ କହିଛନ୍ତି।

କୋଲକାତାରୁ ଆସି ସେ ଭୁବନେଶ୍ୱରରେ ଥିଲେ। ବିସ୍ଫୋରଣ ଖବର ପାଇବା ପରେ ସୀମାଞ୍ଚଳଙ୍କ ସହ ଯୋଗାଯୋଗ କରିବାକୁ ତାଙ୍କ ଭଉଣୀ ଚେଷ୍ଟା କରିଥିଲେ। ଫୋନ ନଲାଗିବାରୁ ସେମାନେ ଭୁବନେଶ୍ୱର ଆସିଛନ୍ତି। କ୍ୟାପିଟାଲ ହସ୍ପିଟାଲ ଏବଂ କଟକ ଏସସିବି ଯାଇ ଆହତ ବ୍ୟକ୍ତିଙ୍କ ସମ୍ପର୍କରେ ପଚାରି ବୁଝିଥିଲେ। ତେବେ ତାଙ୍କ ଭାଇ ବିଷୟରେ କୌଣସି ସୂଚନା ମିଳିନଥିବା ଜଣାପଡିଛି। ବିସ୍ଫୋରଣ ସ୍ଥଳରୁ ସୀମାଞ୍ଚଳଙ୍କ ଏଟିଏମ୍ ଏବଂ ମନିପର୍ସ ମିଳିଥିବା ଆଇଓସିଏଲ୍ ଅଧିକାରୀ ସୂଚନା ଦେଇଥିବା ପରିବାର ଲୋକେ କହିଛନ୍ତି।

ସୂଚନାଯୋଗ୍ୟ, ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ ପରେ ଗୁରୁତର ୨ ଜଣଙ୍କୁ କଟକ SCBକୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ସତ୍ୟଙ୍କ ଶରୀରର ୬୦ ପ୍ରତିଶତ ପୋଡ଼ି ଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି SCB ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos