ଜେଲ୍‌ ୱାର୍ଡରଙ୍କ ବାଇକ୍‌ ଧରି କଏଦୀ ଚମ୍ପଟ!

ଫୁଲବାଣୀ(ତ୍ରିନାଥ ସହୁ): କନ୍ଧମାଳ ଜିଲ୍ଲା କାରାଗାରରୁ ଜଣେ କଏଦୀ ଚମ୍ପଟ ମାରିଛି। ସେ ଜେଲ୍‌ର ଜଣେ ୱାର୍ଡରଙ୍କ ବାଇକ୍‌ ଧରି ପଳାଇ ଯାଇଥିବା ଅଭିଯୋଗ ହୋଇଛି। ଆଜି ଏନେଇ ଫୁଲବାଣୀ ଟାଉନ୍‌ ଥାନାରେ ଅଭିଯୋଗ କରାଯାଇଛି। ଫେରାର କଏଦୀର ନାଁ ଗୋପୀନାଥ ନାୟକ। ତା ଘର ଦାରିଙ୍ଗବାଡ଼ି ଅଞ୍ଚଳରେ। ଗତକାଲି ସନ୍ଧ୍ୟାରେ ସେ କୌଣସି ମତେ ଜଣେ ଜେଲ୍‌ ୱାର୍ଡରଙ୍କ ବାଇକ୍‌ ଧରି ଚମ୍ପଟ୍ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସେ ଫେରାର ହୋଇଯିବା ପରେ ଜେଲ୍ […]

policestastion

policestastion

Manoranjan Sial
  • Published: Friday, 10 May 2019
  • Updated: 10 May 2019, 04:56 PM IST

Sports

Latest News

ଫୁଲବାଣୀ(ତ୍ରିନାଥ ସହୁ): କନ୍ଧମାଳ ଜିଲ୍ଲା କାରାଗାରରୁ ଜଣେ କଏଦୀ ଚମ୍ପଟ ମାରିଛି। ସେ ଜେଲ୍‌ର ଜଣେ ୱାର୍ଡରଙ୍କ ବାଇକ୍‌ ଧରି ପଳାଇ ଯାଇଥିବା ଅଭିଯୋଗ ହୋଇଛି। ଆଜି ଏନେଇ ଫୁଲବାଣୀ ଟାଉନ୍‌ ଥାନାରେ ଅଭିଯୋଗ କରାଯାଇଛି।

ଫେରାର କଏଦୀର ନାଁ ଗୋପୀନାଥ ନାୟକ। ତା ଘର ଦାରିଙ୍ଗବାଡ଼ି ଅଞ୍ଚଳରେ।

ଗତକାଲି ସନ୍ଧ୍ୟାରେ ସେ କୌଣସି ମତେ ଜଣେ ଜେଲ୍‌ ୱାର୍ଡରଙ୍କ ବାଇକ୍‌ ଧରି ଚମ୍ପଟ୍ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସେ ଫେରାର ହୋଇଯିବା ପରେ ଜେଲ୍ କର୍ମଚାରୀମାନେ ପ୍ରଥମେ ତାକୁ ଖୋଜାଖୋଜି କରି ଧରିବାକୁ ବହୁତ ପ୍ରୟାସ କରିଥିଲେ। ହେଲେ ସେମାନେ ବିଫଳ ହୋଇଥିଲା।

ଶେଷରେ ଜେଲ୍ ଅଧୀକ୍ଷକ ଅନୁସ୍ୱୟା ଜେନା ଆଜି ଫୁଲବାଣୀ ଟାଉନ୍ ଥାନାରେ ଏନେଇ ଅଭିଯୋଗ କରିଥିଲେ। ପୁଲିସ୍‌ ଏକ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ମାତ୍ର ଏପର୍ଯ୍ୟନ୍ତ ଚମ୍ପଟ କଏଦୀକୁ ଧରିବାରେ ସଫଳ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos