ଭୁବନେଶ୍ୱର: ଜନଜାତି ଛାତ୍ରୀନିବାସ ଗୁଡ଼ିକରେ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଏବେ ସୁଦ୍ଧା ୨୨୧ ଜଣ ଏଏନ୍ଏମ୍ ନିଯୁକ୍ତ ହୋଇଥିବା ବେଳେ ଆଉ ୧୧୫ଜଣଙ୍କୁ ନିୟୋଜିତ କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ସଚିବାଳୟରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ହଷ୍ଟେଲ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ହଷ୍ଟେଲ ଅନ୍ତେବାସୀଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ପିଇବା ପାଣି ଓ ପରିମଳ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ରାଜ୍ୟରେ ୩ ହଜାର ୩ଶହ ୯୩ଟି ହଷ୍ଟେଲ ତିଆରି ପାଇଁ ଅର୍ଥ ମଞ୍ଜୁର ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨ହଜାର ୧୮୪ଟି ହଷ୍ଟେଲ ନିର୍ମାଣ ସରିଛି। ବାକି ହଷ୍ଟେଲ ନିର୍ମାଣ କାମ ଡିସେମ୍ୱର ମାସ ସୁଦ୍ଧା ସାରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।