ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ଦରରେ ପିଆଜ ଯୋଗାଇ ଦେବାକୁ ସରକାର ଘୋଷଣା କରିଥିଲେ। ସେଥିପାଇଁ ଆଜି ଯୋଗାଣ ବିଭାଗ ପକ୍ଷରୁ ମୈତ୍ରୀ ସେଣ୍ଟରରେ ପିଆଜ ବିକ୍ରି ଆରମ୍ଭ ହୋଇଛି। କଟକରେ ୩ଟି ସ୍ଥାନରେ ମୈତ୍ରୀ ସେଣ୍ଟର ଖୋଲି ଖାଉଟୀଙ୍କୁ ପିଆଜ ବିକ୍ରି କରାଯାଇଛି। କଲେଜ ଛକ, ବକ୍ସିବଜାର, ସିଡିଏ ଅଞ୍ଚଳରେ କିଲୋ ପ୍ରତି ୪୯ ଟଙ୍କାରେ ପିଆଜ ଯୋଗାଇ ଦିଆଯାଉଛି। ଜଣକ ପିଛା ୨ କିଲୋ ପିଆଜ ଦିଆଯାଉଥିବା ବେଳେ ଏଥିପାଇଁ ରାସନ କାର୍ଡ ଦେଖାଇବାର ଆବଶ୍ୟକତା ନାହିଁ ବୋଲି ଯୋଗାଣ ବିଭାଗ ଅଧିକାରୀ କହିଛନ୍ତି।
ଆବଶ୍ୟକ ହେଲେ ସହରର ଅନ୍ୟ ଅଞ୍ଚଳରେ ମୈତ୍ରୀ ସେଣ୍ଟର ଖୋଲାଯାଇ ପିଆଜ ବିକ୍ରି କରାଯିବ। ରାଜ୍ୟରେ ପିଆଜର ଦର ଅହେତୁକ ବୃଦ୍ଧି ପରେ ମୈତ୍ରୀ ଓ ସୁଲଭ ଦୋକାନରେ ପିଆଜ ବିକ୍ରି ଲାଗି ଗତକାଲି ଯୋଗାଣ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସନ୍ଧ୍ୟାରେ ଦୁର୍ଘଟଣାରେ ଚାଲିଗଲା ଜୀବନ; ରାତିରେ ଘରେ ବୁଲିଲା କଳାକନା
ବିଜୟଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।
Crime
୪ଟି ମନ୍ଦିରରୁ ସିରିଜ ଚୋରି; ନେଇଗଲେ ଠାକୁରଙ୍କ ଅଳଙ୍କାର
ମନ୍ଦିରର ତାଲା ଭାଙ୍ଗି ଠାକୁରଙ୍କ ସୁନା ଅଳଙ୍କାର ଲୁଟିନେଲେ ଚୋର।
Miscellaneous
ନନ୍ଦନକାନନକୁ ଆସିଲେ ନୂଆ ଅତିଥି
ହାଇଦ୍ରାବାଦ ନେହରୁ ଜୋଲଜିକାଲ୍ ପାର୍କ ସହ ନନ୍ଦନକାନନ ପ୍ରାଣୀ ଉଦ୍ୟନର ଜୀବଜନ୍ତୁଙ୍କ ଅଦଳବଦଳ ହୋଇଛି।