ରାଜା କଲେ ଭବିଷ୍ୟବାଣୀ, ପହିଲାରୁ ପିଆଜ ଦର କମିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ମାସ ଶେଷ ସୁଦ୍ଧା ନଚେତ ଜାନୁଆରୀ ପହିଲାରେ ରାଜ୍ୟରେ ପିଆଜ ଦର ଖସିବ। ପିଆଜ ଦର ନିୟନ୍ତ୍ରଣ ନେଇ ଲୋକସେବା ଭବନରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସେ କହିଛନ୍ତି ଯେ, ପୂର୍ବରୁ ଦୈନିକ ୫୦ ଟ୍ରକ୍ ପିଆଜ ଆସୁଥିଲା। ଏବେ କିନ୍ତୁ ଆସୁଛି ଗୋଟିଏ ଟ୍ରକ। ଦେଶବ୍ୟାପି ଦୈନିକ ୧୨ ଲକ୍ଷ ମେଟ୍ରିକ୍ ଟନ୍ ପିଆଜ ଦରକାର […]

onion-price-will-control-may-be-january-first-week

onion-price-will-control-may-be-january-first-week

Manoranjan Sial
  • Published: Monday, 09 December 2019
  • Updated: 09 December 2019, 04:11 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ମାସ ଶେଷ ସୁଦ୍ଧା ନଚେତ ଜାନୁଆରୀ ପହିଲାରେ ରାଜ୍ୟରେ ପିଆଜ ଦର ଖସିବ। ପିଆଜ ଦର ନିୟନ୍ତ୍ରଣ ନେଇ ଲୋକସେବା ଭବନରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

ସେ କହିଛନ୍ତି ଯେ, ପୂର୍ବରୁ ଦୈନିକ ୫୦ ଟ୍ରକ୍ ପିଆଜ ଆସୁଥିଲା। ଏବେ କିନ୍ତୁ ଆସୁଛି ଗୋଟିଏ ଟ୍ରକ। ଦେଶବ୍ୟାପି ଦୈନିକ ୧୨ ଲକ୍ଷ ମେଟ୍ରିକ୍ ଟନ୍ ପିଆଜ ଦରକାର ହେଉଥିବା ବେଳେ ବିଦେଶରୁ କେନ୍ଦ୍ର ସରକାର ୧ ଲକ୍ଷ ମେଟ୍ରିକ୍ ଟନ ଆଣିଛନ୍ତି। ପିଆଜ ବର୍ତ୍ତମାନ ଜାତୀୟ ବିପର୍ଯ୍ୟୟ ପାଲଟିଲାଣି ବୋଲି କହିଛନ୍ତି ମନ୍ତ୍ରୀ। ରାଜ୍ୟରେ ୨୬ ପ୍ରତିଶତ କମ୍ ଜମିରେ ପିଆଜ ଚାଷ ହେଉଥିବାରୁ ଏଠି ସମସ୍ୟା ଉତ୍କଟ ବୋଲି ମନ୍ତ୍ରୀ କହିଛନ୍ତି।

ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଯୋଗାଣ ସଚିବ, ସମବାୟ ନିବନ୍ଧକ, ଯୋଗାଣ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ରାଜ୍ୟବାସୀଙ୍କୁ ସୁଲଭ ଦରରେ ପିଆଜ ଯୋଗାଇବା ପାଇଁ ସରକାର ମୈତ୍ରୀ କାଉଣ୍ଟର ଖୋଲିଛନ୍ତି। ଏଠି ମଧ୍ୟ ପିଆଜ ଦର ନିୟନ୍ତ୍ରଣ ବାହାରେ ରହିଛି। ହାତ ମାରି ହେଉନି। ସେଠାରେ ୧୦୦ ଟଙ୍କା ଉପରେ ପିଆଜ ବିକ୍ରି ହେଉଛି। ଫଳରେ କୌଣସି ଖାଉଟି ମୈତ୍ରୀ କାଉଣ୍ଟରକୁ ଯାଇ ପିଆଜ କିଣିବାକୁ ଆଗ୍ରହ ପ୍ରକାଶ କରୁନାହାଁନ୍ତି।

ରାଜ୍ୟରେ ପିଆଜ ଦର ନିୟନ୍ତ୍ରଣ ବାହାରେ ରହିଛି। ଓଡ଼ିଶାରେ ପିଆଜ କିଲୋ ୧୦୦ ଟଙ୍କା ଉପରେ ବିକ୍ରି ହେଉଥିବା ବେଳେ ରାଜ୍ୟ ବାହାରେ ୨୦୦ ଟଙ୍କା ଉପରେ ରହିଛି। ଯାହାକୁ ନେଇ ଖାଉଟି ଚିନ୍ତାରେ ପଡ଼ିଛନ୍ତି। ଯେଉଁଥିପାଇଁ ଲୋକେ ପିଆଜ ଖାଇବା କମାଇ ଦେଲେଣି। ୨ କେଜି ନେଉଥିବା ଲୋକ ୧୦୦ ବା ୨୦୦ ନେଇ କାମ ଚଳାଉଛି। ତେବେ ଆଗକୁ ନୂଆବର୍ଷ ଆସୁଥିବାରୁ ଆମିସ ଭୋଜିକୁ ନେଇ ଚିନ୍ତାରେ ଖାଉଟି। ତେବେ ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଖାଉଟିଙ୍କୁ ସାମାନ୍ୟ ଆସ୍ୱସ୍ତି ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos