ଅନ୍‌ଲାଇନ୍‌ରେ ମଗାଇଲେ ଔଷଧ, ଆସିଲା ଖଣ୍ଡିଆ ପିଆଜ

ଅନୁଗୋଳ (ବିରଜା ଦାଶ): ଅନ୍‌ଲାଇନରେ ମହାଠକେଇ। ମଗାଇଥିଲେ ଆୟୁର୍ବେଦିକ କ୍ୟାପ୍‌ସୁଲ୍‌। କିନ୍ତୁ ଆସିଲା ଖଣ୍ଡେ ପିଆଜ। ସେହିପରି ବୁକ୍ କରିଥିଲେ ୩ଟି ମୋବାଇଲ୍, କିନ୍ତୁ ଆସିଲା ୨ଟି। ଏପରି ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ କାଣ୍ଡସର ପଞ୍ଚାୟତ କନ୍ୟାବେଡ଼ା ଗାଁରୁ। ଗାଁର ମୂରଲୀ ସାହୁ ଆମାଜନ୍‌ରେ ଏକ ଆୟୁର୍ବେଦିକ କ୍ୟାପସୁଲ୍‌ ଅର୍ଡର କରିଥିଲେ। ତେବେ ଗତ ୨୧ ତାରିଖରେ ଅର୍ଡର ଡେଲିଭରି ପରେ ପ୍ୟାକେଟ୍ ଖୋଲି ଦେଖିଲା ବେଳକୁ ସେଥିରେ ଥିଲା ଖଣ୍ଡେ ପିଆଜ। […]

amanjan

Manoranjan Sial
  • Published: Wednesday, 23 October 2019
  • , Updated: 23 October 2019, 11:11 PM IST

ଅନୁଗୋଳ (ବିରଜା ଦାଶ): ଅନ୍‌ଲାଇନରେ ମହାଠକେଇ। ମଗାଇଥିଲେ ଆୟୁର୍ବେଦିକ କ୍ୟାପ୍‌ସୁଲ୍‌। କିନ୍ତୁ ଆସିଲା ଖଣ୍ଡେ ପିଆଜ। ସେହିପରି ବୁକ୍ କରିଥିଲେ ୩ଟି ମୋବାଇଲ୍, କିନ୍ତୁ ଆସିଲା ୨ଟି। ଏପରି ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ କାଣ୍ଡସର ପଞ୍ଚାୟତ କନ୍ୟାବେଡ଼ା ଗାଁରୁ।

ଗାଁର ମୂରଲୀ ସାହୁ ଆମାଜନ୍‌ରେ ଏକ ଆୟୁର୍ବେଦିକ କ୍ୟାପସୁଲ୍‌ ଅର୍ଡର କରିଥିଲେ। ତେବେ ଗତ ୨୧ ତାରିଖରେ ଅର୍ଡର ଡେଲିଭରି ପରେ ପ୍ୟାକେଟ୍ ଖୋଲି ଦେଖିଲା ବେଳକୁ ସେଥିରେ ଥିଲା ଖଣ୍ଡେ ପିଆଜ। କେବଳ ଏହି ଗୋଟିଏ ନୁହେଁ, ଗତ ୧ ତାରିଖରେ ୩ଟି ମୋବାଇଲ୍ ପାଇଁ ମଧ୍ୟ ସେ ଅର୍ଡର କରିଥିଲେ। ହେଲେ ୧୦ ତାରିଖରେ ଆସି ପହଞ୍ଚିଲା ମାତ୍ର ୨ଟି ମୋବାଇଲ। ଏନେଇ ଅଭିଯୋଗ ପରେ ଆମାଜନ କର୍ତ୍ତୃପକ୍ଷ ୧୯ ତାରିଖ ସୁଦ୍ଧା ପହଞ୍ଚିଯିବ ବୋଲି କହିଥିଲେ। ହେଲେ ଆଜିଯାଏଁ ସାମଗ୍ରୀ ପହଞ୍ଚିନି। ଏପରିକି ଫେରିପାଇନାହାନ୍ତି ଟଙ୍କା।

ଏ ସମ୍ପର୍କରେ ପଚାରିବାରୁ ଆମାଜନ୍‌ରେ ଅନୁଗୋଳ ବ୍ରାଞ୍ଚ ଦାୟିତ୍ୱରେ ଥିବା ଅଧିକାରୀ ମଧ୍ୟ ହାତ ଟେକି ଦେଇଛନ୍ତି।

Related story