୩ ମିନିଟରେ ଏହି ଭାଇଙ୍କଠାରୁ ଚଳୁ ହୋଇଗଲା ୩୦ ହଜାର ଟଙ୍କା

କଟକ(ଓଡ଼ିଶା ରିପୋର୍ଟର):ମାତ୍ର ୩ ମିନିଟରେ ଚଳୁ ହୋଇଗଲା ୩୦ ହଜାର ଟଙ୍କା।  ୩ ଥରରେ ୧୦ ହଜାର ଟଙ୍କା ଲେଖାଁଏ କରି ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରୁ କଟିଗଲା । ଏଭଳି ସାଇବର ଠକାମୀର ଶିକାର ହୋଇଛନ୍ତି କଟକ ସିଡିଏ ଅଞ୍ଚଳଳ ସଂଜୟ ମହାକୁଡ। ଏକ ପ୍ରତିଷ୍ଠିତ ସଂସ୍ଥା ନାଁ କହି ଫୋନ ଯୋଗେ ୩୦ହଜାର ଟଙ୍କା ଚୁନ ଲଗାଇଛନ୍ତି ସାଇବର ଅପରାଧୀ । ସଂଜୟଙ୍କ କହିବାନୁଯାୟୀ, ସେ କଟକରୁ କୁଆଖିଆକୁ କାର ଯୋଗେ ଯାଉଥିବା ବେଳେ […]

4321

4321

Tapas Behera
  • Published: Monday, 09 March 2020
  • Updated: 09 March 2020, 05:58 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର):ମାତ୍ର ୩ ମିନିଟରେ ଚଳୁ ହୋଇଗଲା ୩୦ ହଜାର ଟଙ୍କା।  ୩ ଥରରେ ୧୦ ହଜାର ଟଙ୍କା ଲେଖାଁଏ କରି ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରୁ କଟିଗଲା । ଏଭଳି ସାଇବର ଠକାମୀର ଶିକାର ହୋଇଛନ୍ତି କଟକ ସିଡିଏ ଅଞ୍ଚଳଳ ସଂଜୟ ମହାକୁଡ। ଏକ ପ୍ରତିଷ୍ଠିତ ସଂସ୍ଥା ନାଁ କହି ଫୋନ ଯୋଗେ ୩୦ହଜାର ଟଙ୍କା ଚୁନ ଲଗାଇଛନ୍ତି ସାଇବର ଅପରାଧୀ ।

ସଂଜୟଙ୍କ କହିବାନୁଯାୟୀ, ସେ କଟକରୁ କୁଆଖିଆକୁ କାର ଯୋଗେ ଯାଉଥିବା ବେଳେ ତାଙ୍କ ନିକଟକୁ ଏକ ଏକ ପ୍ରତିଷ୍ଠିତ ବ୍ୟାଙ୍କ ନାଁ କହି କେହି ବ୍ୟକ୍ତି କଲ୍ କରିଥିଲେ। ଫାଇନାନ୍ସ କାର୍ଡଟିକୁ ଆକ୍ଟିଭ କରାଇ ଦେବା କହି ଦୁଇଟି ଆପ ଡାଉନଲୋଡ କରିବା ପାଇଁ କହିଥିଲେ।  ତାଙ୍କ କହିବାନୁଯାୟୀ, ଆପ୍ ଡାଉନଲୋଡ କରି ଆଉ କିଛି କାର୍ଡ଼ ସମ୍ବଦ୍ଧୀୟ ତଥ୍ୟ ସେମାନଙ୍କୁ ଦେଇଥିଲେ। ହେଲେ ତଥ୍ୟ ଦେବାର ମାତ୍ର ୩ ମିନିଟରେ ତାଙ୍କ ଆକାଉଣ୍ଟରୁ କଟିଯାଇଥିଲା ୩୦ ହଜାର ଟଙ୍କା।

ଠକାମୀର ଶିକାର ହୋଇଥିବା ଜାଣିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ କଥାହୋଇ ତାଙ୍କ ଆକାଉଣ୍ଟ ବ୍ଲକ କରିଦେଇଥିଲେ।  ଫଳରେ ଆକାଉଣ୍ଟରୁ ଆଉ ଅଧିକ କିଛି ଟଙ୍କା ସାଇବର ଲୁଟେରା ନେଇପାରିନଥିଲେ।  ଏନେଇ ସେ ସାଇବର ଥାନାରେ ଦ୍ୱାରସ୍ତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos