ଅନଲାଇନରେ ମୂଲ୍ୟାୟନ ହେବ ଯୁକ୍ତଦୁଇ ବିଜ୍ଞାନ ଖାତା

ଭୁବନେଶ୍ୱର: ଯୁକ୍ତଦୁଇ ପରୀକ୍ଷାକୁ ଅଧିକ ସ୍ୱଚ୍ଛ ଓ ବ୍ୟବସ୍ଥିତ କରିବା ଲାଗି ଆଉ କିଛି ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ମାର୍ଚ୍ଚ ପ୍ରଥମ ସପ୍ତାହରେ ପରୀକ୍ଷା ହେବାକୁ ଯାଉଥିବା ବେଳେ ଏଥିପାଇଁ ସିଏଚଏସଇ ପ୍ରସ୍ତୁତି ଆରମ୍ଭ କରିଦେଇଛି। ପ୍ରଥମ ଥର ପାଇଁ ଯୁକ୍ତଦୁଇ ବିଜ୍ଞାନର ସମସ୍ତ ଖାତା ଅନଲାନରେ ମୂଲ୍ୟାୟନ ହେବ। ଗତବର୍ଷ ୫ଟି ବିଷୟର ଖାତା ଅନଲାଇନରେ ମୂଲ୍ୟାୟନ ହୋଇଥିଲା। ତେବେ ଏବର୍ଷ ସବୁ ଖାତାର ଅନଲାଇନ ମୂଲ୍ୟାୟନ ଲାଗି […]

+2

Rakesh Mallick
  • Published: Tuesday, 06 October 2015
  • , Updated: 06 October 2015, 04:14 PM IST

ଭୁବନେଶ୍ୱର: ଯୁକ୍ତଦୁଇ ପରୀକ୍ଷାକୁ ଅଧିକ ସ୍ୱଚ୍ଛ ଓ ବ୍ୟବସ୍ଥିତ କରିବା ଲାଗି ଆଉ କିଛି ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ମାର୍ଚ୍ଚ ପ୍ରଥମ ସପ୍ତାହରେ ପରୀକ୍ଷା ହେବାକୁ ଯାଉଥିବା ବେଳେ ଏଥିପାଇଁ ସିଏଚଏସଇ ପ୍ରସ୍ତୁତି ଆରମ୍ଭ କରିଦେଇଛି। ପ୍ରଥମ ଥର ପାଇଁ ଯୁକ୍ତଦୁଇ ବିଜ୍ଞାନର ସମସ୍ତ ଖାତା ଅନଲାନରେ ମୂଲ୍ୟାୟନ ହେବ। ଗତବର୍ଷ ୫ଟି ବିଷୟର ଖାତା ଅନଲାଇନରେ ମୂଲ୍ୟାୟନ ହୋଇଥିଲା। ତେବେ ଏବର୍ଷ ସବୁ ଖାତାର ଅନଲାଇନ ମୂଲ୍ୟାୟନ ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିଷ୍ପତ୍ତି ନେଇଛି। ଏହାସହ ବାଣିଜ୍ୟ ଖାତାର ମଧ୍ୟ ଅନଲାଇନ୍ ମୂଲ୍ୟାୟନ ଲାଗି ଯୋଜନ ରହିଛି। ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରେ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହେବ। ଜାନୁୟାରୀ ତୃତୀୟ ସପ୍ତାହରୁ ପ୍ରାକ୍ଟିକାଲ ପରୀକ୍ଷା କରାଯିବ। ଚଳିତମାସ ୧୬ତାରିଖରୁ ଛାତ୍ରଛାତ୍ରୀ ଅନଲାଇନରେ ଫର୍ମ ଫିଲଅପ୍ କରି ପାରିବେ। ସେହିପରି ପ୍ରଥମ ଥର ପାଇଁ କଲେଜ କର୍ତ୍ତୃପକ୍ଷ ଅନଲାଇନରେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ବାସଦେବ ଛାଟୋଇ କହିଛନ୍ତି ।

ପ୍ରଶ୍ନପତ୍ର ସୁରକ୍ଷିତ ରଖିବା ପାଇଁ ୨୦୩ଟି ଏକ୍ସଜାମିନେସନ ମ୍ୟାନେଜମେଣ୍ଟ ହବ୍ ପ୍ରତିଷ୍ଠା ହେବ। ଉପଯୁକ୍ତ ଭିତ୍ତିଭୂମି ଥିବା ୧ହଜାର ୮୪ ଟି କଲେଜରେ ପରୀକ୍ଷା କରାଯିବ। ସେହିପରି ଅନଲାଇନ ମୂଲ୍ୟାୟନ ପାଇଁ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଉପଯୁକ୍ତ ତାଲିମ ଦିଆଯିବ । ସଠିକ ପରୀକ୍ଷା ପରିଚାଳନା ନେଇ ରାଜ୍ୟର ପ୍ରମୁଖ କଲେଜର ଅଧ୍ୟକ୍ଷ ଏବଂ ଜୋନସ୍ତରର ଅଧିକାରୀଙ୍କୁ ନେଇ ଶୀଘ୍ର ଏକ ବୈଠକ ଡକାଯିବ ବୋଲି ସିଏଚଏସ୍ଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Related story