ଟ୍ରେନ୍‌ରେ ଗଲାବେଳେ ପୁଞ୍ଜିଲାଲଙ୍କୁ ଦେଖିଥିଲେ ଏଇମାନେ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପାର୍ସଲ ପଠାଇବା ପାଇଁ ପୁଞ୍ଜିଲାଲ୍‌ ମେହେର ଟ୍ରେନ୍‌ରେ କଣ୍ଟାବାଞ୍ଜିରୁ ରାୟପୁର ଯାଇଥିଲେ। ଜେରା ବେଳେ ସେ ଏହା କହିଥିଲେ। କିନ୍ତୁ ଏନେଇ କ୍ରାଇମବ୍ରାଞ୍ଚ ପାଖରେ କୌଣସି ପ୍ରମାଣ ମିଳିଥିଲା। ତେଣୁ ଗୋଲକ ଧନ୍ଦା ଭିତରେ ଫସି ଯାଇଥିଲା କ୍ରାଇମବ୍ରାଞ୍ଚ। ଏବେ ଏହାର ପ୍ରମାଣ ମିଳିଛି। ପୁଞ୍ଜିଲାଲ୍‌ ରାୟପୁର ଯିବା ପୂର୍ବରୁ କଣ୍ଟାବାଞ୍ଜି ଷ୍ଟେସନ୍‌ରେ ଗାଡି ପାର୍କିଂ କରିଥିଲେ। ଯାହା ସିସିଟିଭିରେ କଏଦ ହୋଇଛି। ଏହାଛଡ଼ା ସ୍ଥାନୀୟ ଲୋକେ ମଧ୍ୟ ଦେଖିଛନ୍ତି। ଆଜି ସେମାନେ […]

punjilal-1-768x446

Rakesh Mallick
  • Published: Monday, 21 May 2018
  • , Updated: 21 May 2018, 06:54 PM IST

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପାର୍ସଲ ପଠାଇବା ପାଇଁ ପୁଞ୍ଜିଲାଲ୍‌ ମେହେର ଟ୍ରେନ୍‌ରେ କଣ୍ଟାବାଞ୍ଜିରୁ ରାୟପୁର ଯାଇଥିଲେ। ଜେରା ବେଳେ ସେ ଏହା କହିଥିଲେ। କିନ୍ତୁ ଏନେଇ କ୍ରାଇମବ୍ରାଞ୍ଚ ପାଖରେ କୌଣସି ପ୍ରମାଣ ମିଳିଥିଲା। ତେଣୁ ଗୋଲକ ଧନ୍ଦା ଭିତରେ ଫସି ଯାଇଥିଲା କ୍ରାଇମବ୍ରାଞ୍ଚ। ଏବେ ଏହାର ପ୍ରମାଣ ମିଳିଛି। ପୁଞ୍ଜିଲାଲ୍‌ ରାୟପୁର ଯିବା ପୂର୍ବରୁ କଣ୍ଟାବାଞ୍ଜି ଷ୍ଟେସନ୍‌ରେ ଗାଡି ପାର୍କିଂ କରିଥିଲେ। ଯାହା ସିସିଟିଭିରେ କଏଦ ହୋଇଛି। ଏହାଛଡ଼ା ସ୍ଥାନୀୟ ଲୋକେ ମଧ୍ୟ ଦେଖିଛନ୍ତି। ଆଜି ସେମାନେ କ୍ରାଇମବ୍ରାଞ୍ଚଳରେ ଅଭିଯୋଗ କରିଛନ୍ତି। କ୍ରାଇମବ୍ରାଞ୍ଚ ସେମାନଙ୍କ ବୟାନକୁ ରେକର୍ଡ଼ ତଦନ୍ତକୁ ଆଗକୁ ନେଉଛି।

ପୋଜିସନ୍‌ ପାଇଁ ପ୍ରତିଶୋଧ ପରାୟଣା ହୋଇପଡ଼ିଥିଲେ ଭଇଁଷା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍‌ ମେହେର। କଲେଜ ଅଧ୍ୟାକ୍ଷା ସଞ୍ଜୁକ୍ତା ସାହୁଙ୍କ ପରିବାରକୁ ଲୋପ କରିବା ପାଇଁ ନେଇଥିଲେ ଶପଥ। ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଛଦ୍ମ ବେଶରେ କଣ୍ଟାବାଞ୍ଜିରୁ ଟ୍ରେନ୍‌ରେ ରାୟପୁର ଯାଇଥିଲା। ସିସିଟିଭିରେ ଯେମିତି ଧରାନଡ଼ିବେ ସେଥିପ୍ରତି ବିଶେଷ ଧ୍ୟାନ ଦେଇଥିଲେ ପୁଞ୍ଜିଲାଲ। ଏପରିକି ଟ୍ରେନ୍‌ ଟିକେଟ ନ କରି ଯାତ୍ରା କରିଥିଲେ। ଆଉ ପାର୍ସଲ ପଠାଇବାରେ ସଫଳ ହୋଇଥିଲେ।

ଗତ ଫେବ୍ରୁଆରୀ ୨୩ ତାରିଖରେ ପାଟଣାଗଡ଼ ନିଜ ଘରେ ସଞ୍ଜୁକ୍ତାଙ୍କ ପୁଅ ସୌମ୍ୟଶେଖର ଓ ନବ ବିବାହିତ ପତ୍ନୀ ରୀମାରାଣି ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ସୌମ୍ୟଙ୍କ ଜେଜେ ମାଆଙ୍କ ମୃତ୍ୟୁ ଘଟିଥିଲା। ପରେ ଗୁରୁତର ଅବସ୍ଥାରେ ସୌମ୍ୟ ଓ ରୀମାଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସୌମ୍ୟଙ୍କର ମୃତ୍ୟୁ ଘଟିଥିଲା। ରୀମାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ଥିବାରୁ ତାଙ୍କୁ ବୁର୍ଲା ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ରୀମା ସାମାନ୍ୟ ଆରୋଗ୍ୟ ହେବା ପରେ ସ୍ୱାମୀ ସୌମ୍ୟଙ୍କୁ ଖୋଜିଥିଲେ। ବିଭିନ୍ନ ବାହା ଦେଖାଇ ପରିବାର ଲୋକେ ଘଟଣାକୁ ଚପାଇ ରଖିଥିଲେ। ଦିନ ହଠାତ୍‌ ଏକ ପୁରୁଣା ପେପର ପଢ଼ି ସେଥିରୁ ସୌମ୍ୟଙ୍କ ମୃତ୍ୟୁ ଖବର ପାଇଥିଲେ। ଏହା ଜାଣିବା ପରେ ରୀମା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଥିଲେ। ପରେ କ୍ରାଇମବ୍ରାଞ୍ଚ ଖଳନାୟକ ପୁଞ୍ଜିଲାଲକୁ ଗିରଫ କରିବାରେ ସଫଳ ହୋଇଥିଲା।

ଅଧିକ ପଢ଼ନ୍ତୁ: ଏମିତି କ୍ରାଇମ୍‌ ପ୍ଲଟ୍‌ ରଚିଥିଲେ ପୁଞ୍ଜିଲାଲ: ପଢ଼ନ୍ତୁ ପୂରା କାହାଣୀ

ଅଧିକ ପଢ଼ନ୍ତୁ: ପୁଞ୍ଜିଲାଲ ବାଣ୍ଟୁଥିଲେ ପ୍ରେରଣାର ମନ୍ତ୍ର, ଦେଖନ୍ତୁ ଭିଡିଓ

Related story